ରେଳଧାରଣା ରୁ ମା’-ଝିଅକୁ ଉଦ୍ଧାର କଲା ଆରପିଏଫ୍

0
3

ବ୍ରହ୍ମପୁର,୦୫/୦୮/୨୧/(ମହାରାଣୀ ନ୍ୟୁଜ୍):ବର୍ଷକର କୁନି ଝିଅକୁ ଧରି ଟ୍ରେନ୍ ଆଗକୁ ଡେଇଁବା ପାଇଁ ଉଦ୍ୟମ କରୁଥିଲା ମା । ଘରୋଇ ଅଶାନ୍ତିକୁ କେନ୍ଦ୍ର କରି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଲେ ମା । ତେବେ ବର୍ଷକର କୁନି ଝିଅକୁ ଧରି ଟ୍ରେନ୍ ଆଗକୁ ଡେଇଁବା ପାଇଁ ଉଦ୍ୟମ କରୁଥିବା ବେଳେ ଆରପିଏଫ୍ ଦ୍ଵାରା ଉଦ୍ଧାର ହୋଇଛନ୍ତି ମା ଓ ଝିଆ । ଆରପିଏଫ୍ ଉଭୟ ମା ଓ ଝିଅକୁ ଉଦ୍ଧାର କରି ତାଙ୍କର ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଆରପିଏଫର ତ୍ୱରିତ ପଦକ୍ଷେପ ଯୋଗୁଁ ଆଜି ନିରୀହ ମା-ଝିଅଙ୍କ ଜୀବନ ରକ୍ଷା ପାଇଯାଇଛି । ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜନୈକା ମହିଳା ( ୩୫ ) ତାଙ୍କର ଶିଶୁକନ୍ୟା ( ୧ ) କୁ ଧରି ରାମନଗର ରେଳଧାରଣା ପଟେ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିଲେ । ଏହାର ଖବର ପାଇ ଆରପିଏଫ୍ ଥାନା ଅଧିକାରୀ ଦିଲ୍ଲୀପ କୁମାରଙ୍କ ନେତୃତ୍ବରେ ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଆରପିଏଫ୍ ଟିମ୍ ଉଭୟ ମା ‘ ଓ ଶିଶୁଙ୍କୁ ଉଦ୍ଧାର କରିଥିଲା । ମହିଳାଙ୍କୁ କାଉନ୍‌ସେଲିଂ କରିବା ପରେ ସେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସ୍ବୀକାର କରିଥିଲେ । ସ୍ବାମୀଙ୍କ ସହିତ ଝଗଡ଼ା ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଥିଲେ । ଘଟଣା ସମ୍ପର୍କରେ ମହିଳାଙ୍କ ଭାଇଙ୍କୁ ଖବର କରାଯାଇଥିଲା । ମହିଳାଙ୍କ ଭାଇ ଆରପିଏଫ୍ ଥାନାରେ ପହଞ୍ଚିଥିଲେ । ବୁଝାସୁଝା କରି ମହିଳା ଓ ଶିଶୁକନ୍ୟାଙ୍କୁ ତାଙ୍କର ହେପାଜତରେ ଛଡ଼ା ଯାଇଥିଲା । ଜୀବନ ରକ୍ଷା କରିଥିବାରୁ ମହିଳାଙ୍କ ଭାଇ ବ୍ରହ୍ମପୁର ଆରପିଏଫ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ । ମହିଳାଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ସେ ଗଜପତି ଜିଲ୍ଲା ଦମାଦୁଆରେ ବାହା ହୋଇଛନ୍ତି ବୋଲି ଆରପିଏଫ୍ ସୂତ୍ରରୁ ପ୍ରକାଶ । ସ୍ବାମୀଙ୍କ ସହିତ ଝଗଡ଼ା କରି ମହିଳା ଜଣକ କିଛିଦିନ ହେଲା ବାପା ଘରକୁ ଚାଲି ଆସିଥିଲେ । ଆଜି ମହିଳା ଜଣକଙ୍କ ଝିଅକୁ ଧରି ଘରୁ ବାହାରି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ରେଳଧାରଣାରେ ବୁଲାବୁଲି କରୁଥିଲେ । ଏହାର ଖବର ପାଇ ବ୍ରହ୍ମପୁର ଆରପିଏଫ୍ ଟିମ୍ ମା ଓ ଝିଅକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here