ଦେଶୀବେହେରା ସାହିରେ ଦୁଇ ପରିସ୍ରାଗାର ଉଦଘାଟିତ

0
7

ବ୍ରହ୍ମପୁର ,୦୫/୦୮/୨୧,( ମହାରାଣୀ ନ୍ୟୁଜ୍) : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଦେଶୀବେହେରା ସାହି ସ୍ଥିତ ରାଜା ଗୁର୍ଜିଠାରେ ନିର୍ମିତ ୨ଟି ପରିସ୍ରାଗାର ଆଜି ଉଦ୍‌ଘାଟିତ ହୋଇଯାଇଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ବିଏମ୍‌ସି କମିଶନର ସିଦ୍ଦେଶ୍ଵର ବଳିରାମ ବୋନ୍ଦାର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସୂଚନା ଥାଉ କି ଗତ ମାର୍ଚ୍ଚ ୯ ତାରିଖରେ ବ୍ରହ୍ମପୁର ବିଧାୟକ ଓ ବିଏମ୍‌ସି କମିସନର ଦେଶୀବେହେରା ସାହି ପରିଦର୍ଶନ ସମୟରେ ସେଠାକାର ବ୍ୟବସାୟୀମାନେ ଶୌଚାଳୟର ଆବଶ୍ୟକତା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଏପ୍ରିଲ୍ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ବିଏମ୍‌ସି ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । ନିର୍ମାଣ ସରିବା ପରେ ବି ତାହା ଉଦ୍‌ଘାଟନ ଅପେକ୍ଷାରେ ରହିଥିଲା । ତେବେ ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍ ପରିସ୍ରାଗାର କରାଯାଇଛି । ଆଜି ପରିସ୍ରାଗାର ଉଦ୍‌ଘାଟନ ହେବା ପରେ ସ୍ଥାନୀୟ ବାସିନ୍ଦା ବିଧାୟକ ଓ କମିଶନରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିଶନର ରୋମାଞ୍ଚଳ ଖମାରି ,ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ,ପୂର୍ବତନ କର୍ପୋରେଟର ପି . ଆଶା ରାଣୀ , ରାକେଶ କୁମାର ସାହୁ , ସୁବାସ ମହାରଣା, ସଞ୍ଜିତ ପାଣିଗ୍ରାହୀଙ୍କ ସମେତ ସୀମାଞ୍ଚଳ ସାହୁ ଓ ଭାଗୀରଥି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here