୨୦ଦିନରେ ପହଁଚିଲା ଆଉଟସୋର୍ସ ବିଜୁଳି କର୍ମଚାରୀ ଧାରଣା। ସମର୍ଥନ କଲା ଗଞ୍ଜାମ ଘୁମୁସର ଜିଲ୍ଲା ସଙ୍ଘଠନ ବିଜେପି

0
3

ବ୍ରହ୍ମପୁର,୧୦/୦୮/୨୧/(ମହରାଣୀ ନ୍ୟୁଜ୍):ସ୍ଥାୟୀ ନିଯୁକ୍ତି ଦାବି ନେଇ ଦୀର୍ଘ ୨୦ଦିନ ଧରି ବ୍ରହ୍ମପୁର ଟାଟା ବିଜୁଳି ବିତରଣ କମ୍ପାନୀ ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ବିଜୁଳି ଆଉଟସୋର୍ସ କର୍ମଚାରୀ । ଏହାକୁ ଘୁମୁସର ଜିଲ୍ଲା ବିଜେପି ସମର୍ଥନ ଜଣାଇବା ସହିତ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହ ଏ ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ,ଉପସଭାପତି ପ୍ରଭାକର ପଣ୍ଡା,ରାଜ୍ୟ କାଯ୍ୟକରି ସଦସ୍ୟ ସୁବ୍ରତ ପଟ୍ଟନାୟକ, ରଞ୍ଜନ ପଲେଇ, କୃଷ୍ଣଚନ୍ଦ୍ର ମହାପାତ୍ର, ଦିପୁନ ପ୍ରଧାନ କାର୍ତ୍ତିକ କୁମାର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ଘରୋଇ କମ୍ପାନୀ ର ଅନୁକମ୍ପା ଯୋଗୁଁ ବଳିପଡୁଛନ୍ତି ସହ ସହ ଚୁକ୍ତି ଭିତ୍ତିକ ବିଜୁଳି କର୍ମଚାରୀ । ରାଜ୍ୟଶକ୍ତି ବିଭାଗ ଅଧୀନରେ ଥିବା ପୂର୍ବରୁ ସାଉଥକୋ ଏବଂ ବର୍ତ୍ତମାନ ଟାଟା ପାୱାର ମନମୁଖୀ କାର୍ଯ୍ୟ ପାଇଁ ୫୦୦ରୁ ଅଧିକ ବିଜୁଳି ଆଉଟସୋର୍ସ କର୍ମଚାରୀ ଧାରଣାରେ ବସିଛନ୍ତି । ଆଜି କୁ ପ୍ରାୟ ୨୦ ଦିନ ହେଲା ବ୍ରହ୍ମପୁର ଟାଟାପାୱାର କାର୍ଯ୍ୟଳୟ ଆଗରେ ଦକ୍ଷିଣ ଓଡ଼ିଶାର ବହୁ ବିଜୁଳି କର୍ମଚାରୀ ଧାରଣାରେ ବସିଥିଲେ ମଧ୍ୟ ସରକାର ଏବଂ ଟାଟା ପାୱାର କର୍ତ୍ତୃପକ୍ଷ ନୀରବ ସାଜିଥିବା କର୍ମଚାରୀ ମାନେ କହିଛନ୍ତି। ତେବେ ସବୁ ଠୁଁ ବଡ଼ ଆଶ୍ଚର୍ଯ୍ୟର କଥା ରାଜ୍ୟ ଶକ୍ତିବିଭାଗ ଚୁପ କାହିଁକି। ପଦାରେ ପଡୁଛି କି ଘରୋଇକମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ବଡ଼ ଅନୁକମ୍ପା । ଏହି ଅନୁକମ୍ପା ଭିତରେ ବଳି ପଡିଯାଉଛନ୍ତି ସହ ସହ ଆଉଟତ୍ସୋର୍ସ ଭାବେ କାର୍ଯ୍ୟ କରୁଥିବା ବିଜୁଳି କର୍ମଚାରୀ । ଅସ୍ଥାୟୀ ଭାବେ କାମ କରୁଥିବା ବିଜୁଳି କର୍ମଚାରୀ ସହ ସହ ସଂଖ୍ୟାରେ ଖରା ବର୍ଷାରେ ପାଖାପାଖି ଦୀର୍ଘ ୨୦ଦିନ ହେଲା ଏମିତି ଧାରଣାରେ ବସିଛନ୍ତି। ଏମାନଙ୍କ ଦାବି ହେଲା ଯେତେ ବେଳେ ଏମାନେ ବର୍ଷ ବର୍ଷ ଧରି ଆଉଟସୋର୍ସ ଭାବେ ବହୁ କମ୍ ଦରମାରେ ବିଜୁଳି ବିଭାଗରେ କାଯ୍ୟ କରୁଛନ୍ତି। ତେଣୁ ସ୍ଥାୟୀ ନିଯୁକ୍ତି ପାଇଁ ପୂର୍ବରୁ ବାରମ୍ବାର ଏମାନେ ଦାବି କରିବା ପରେ ରାଜ୍ୟ ଶକ୍ତିବିଭାଗ ଅଧିନରେ ଥିବା ସାଉଥକୋ ଏବଂ ବିଜୁଳି କର୍ମଚାରୀ ସଙ୍ଘ ପକ୍ଷରୁ ଗୋଟିଏ ଚୁକ୍ତି ହେଲା। ୨୦୧୮ ମସିହା ଜାନୁଆରୀ ମାସ ୧ତାରିଖରେ ହୋଇଥିବା ଚୁକ୍ତିରେ ଉଲ୍ଲେଖ ରହିଲା କି ମୁଖ୍ୟତଃ ୨୦୦ ଆଉଟସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ବଳକା କର୍ମଚାରୀକୁ ରୋଲକୁ ନେବାପାଇଁ । କିନ୍ତୁ ଇତି ମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ନିଯୁକ୍ତି ହୋଇପାରିଲା ନାହିଁ।ସାଉଥକୋ ରୁ ପରିଚାଳନା ଦାୟିତ୍ବ ଆଣି ଟାଟା ପାୱାରହାତକୁ ୨୫ ବର୍ଷ ପାଇଁ ଦିଆଯାଇଛି। କିନ୍ତୁ ଏହି କର୍ମଚାରୀ ଚୁକ୍ତି କେବଳ ଚୁକ୍ତିରେ ହିଁ ରହିଯାଇଛି।ଦକ୍ଷିଣ ଓଡ଼ିଶାର ଟାଟା ପାୱାର ଅଧିନରେ ରହିଛି ୪ଟି ସାର୍କଲ ଜୟପୁର,ନବରଙ୍ଗପୁର,ଭଞ୍ଜନଗର ,ବ୍ରହ୍ମପୁର। ନିଯୁକ୍ତି ନ ସୃଷ୍ଟି ହେବା ଯୋଗୁଁ ସହ ସହ ସହ ଆଉଟସୋର୍ସ କର୍ମଚାରୀ ଦକ୍ଷିଣାଞ୍ଚଳ ଟାଟା ପାୱାର କାର୍ଯ୍ୟଳୟ ଆଗରେ ଧାରଣା ଦେଇଛନ୍ତି। ସବୁ ଠୁଁ ବଡ଼କଥା ହେଉଛି,ବିଜୁଳି ବିଭାଗରେ ବର୍ତ୍ତମାନ ବହୁ ନିଯୁକ୍ତି ସିଟ ଖାଲି ପଡ଼ିଛି।୧୯୯୯ମସିହାରେ ଗ୍ରାହକଙ୍କ ସଂଖ୍ୟା ରହିଥିଲା ୨୬୯୦୦ହଜାର।ସେବାଦେବା ପାଇଁ ୪୪୦୦କର୍ମଚାରୀ ନିୟମିତ ରହୁଥିଲେ।ସେମିତି ଠିକ୍ ସେହିପରି ତାହା ୨୦୨୧ ବେଳକୁ ଗ୍ରାହକଙ୍କ ସଂଖ୍ୟା ୨୧ଲକ୍ଷରେ ପହଂଚିଛି। କିନ୍ତୁ ନିୟମିତ କର୍ମଚାରୀ ମାତ୍ର ୧୬୦୦ଜଣ ରହିଥିବା ବେଳେ ଆଉଟସୋର୍ସ କର୍ମଚାରୀ ୩ହଜାର ଜଣ ଅଛନ୍ତି।ସେ ତୁଳନାରେ ବର୍ତ୍ତମାନ ୩୩/୧୧ ଲାଇନ ଏବଂ ସବଷ୍ଟେସନ ୬ ଗୁଣ କୁ ବୃଦ୍ଧି ହୋଇଛି। ଏଥିରୁ ସ୍ପଷ୍ଟ କେତେ କର୍ମଚାରୀଙ୍କ ପଦବୀ ଖାଲି ପଡ଼ିଛି।କିନ୍ତୁ ଏଥିପ୍ରତି କମ୍ପାନୀ ର କୌଣସି ନିଘା ନାହିଁ। ଆଉ ଏହା ସବୁ ଜାଣିଚୁପ ରହିଛି ଶକ୍ତିବିଭାଗ। ଆଗକୁ ଯଦି ନିଯୁକ୍ତି ନ ସୃଷ୍ଟି ହୁଏ ତେବେ ନିଜ ସପରିବାର ସହ ଆନ୍ଦୋଳନକରିବାକୁ ଚେତାବନୀ ଦେଇଛି ଆଉଟସୋର୍ସ ବିଜୁଳି କର୍ମଚାରୀ ସଙ୍ଘ। ଏଥିପାଇଁ ଦକ୍ଷିଣ ଓଡିଶାର ବିଭିନ୍ନ ରାଜନୈତିକ ଦଳ ଠୁ ଆରମ୍ଭ କରି ବିଭିନ୍ନ ଶ୍ରମିକ ସଙ୍ଘଠନ ମଧ୍ୟ ଏହି ଆନ୍ଦୋଳନ କୁ ସମର୍ଥନ ଦେଇଛନ୍ତି। ତେବେ ବିଜୁଳି କର୍ମଚାରୀଙ୍କ ସମସ୍ୟା ର ସମାଧାନ ନ ହେବା ଯାଇ ଘୁମୁସର ଜିଲ୍ଲା ବିଜେପି ସମସ୍ତ ସହଯୋଗ କରିବ ବୋଲି କହିଛନ୍ତି ସଭାପତି ଗୋକୁଳାନନ୍ଦ ମଲ୍ଲିକ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here