ବେଆଇନ ଗୁଟଖା ଗୋଦାମରେ ଚଢ଼ଉ, ବିପୁଳ ପରିମାଣରେ ଗୁଟଖା ଜବତ, ଥାନାରେ ଅଟକ ମାଲିକ

0
2

ବ୍ରହ୍ମପୁର,୧୧/୦୮/୨୧/(ମହାରାଣୀ ନ୍ୟୁଜ୍):ବେଆଇନ ଗୁଟଖା କାରବାର ଅଭିଯୋଗରେ ଜଣକୁ ଗିରଫ ବଡ଼ ବଜାର ପୁଲିସ । ସୂଚନା ରୁ ପ୍ରକାଶ ଥାଉ କି ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳରୁ ଏକ ଗୁଟଖା ଦୋଗାମରେ ପୁଲିସ ଚଢଉ କରିଛି ସେଠାରୁ ବିପୁଳ ପରିମାଣର ଗୁଟଖା ଜବତ କରିଛି । ବେଆଇନ ଗୁଟଖା କାରବାର କରୁଥିବା ଅଭିଯୋଗରେ ପୁଲିସ ଏହି ଗୋଦାମର ମାଲିକ ପଙ୍କଜ ଚୌଧୁରୀ(୩୨)ଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ଠାରୁ ମିଳିଥିବା ସୂଚନାପ୍ରକାରେ, ପଙ୍କଜ ପୁରୁଣା ବ୍ରହ୍ମପୁରରେ ଗୁଟଖା ଗୋଦାମ ସହ ବିକ୍ରି କରୁଥିବା ନେଇ ବଡ଼ବଜାର ଥାନାର ଏସ ଆଇ ଅର୍ଜୁନ ଜେନାଙ୍କ ନିକଟରେ ଖବର ପହଞ୍ଚିଥିଲା । ଏହା ପରେ ବଡବଜାର ଥାନାର ଏକ ପୁଲିସ ଟିମ୍ ପଙ୍କଜଙ୍କ ଗୋଦାମରେ ଚଢଉ କରିଥିଲେ। ସେହି ଗୋଦାମରୁ ଶତାଧିକ କାର୍ଟୁନ ଓ ବ୍ୟାଗ ତଥା ବସ୍ତାରେ  ବିଭିନ୍ନ କମ୍ପାନୀର ଗୁଟଖା ଜବତ କରାଯାଇଥିଲା । ଗୋକୁଲ ଡିଲକ୍ସ ମିକ୍ସ ୧୬ କାର୍ଟୁନ,  ଶିବାଜୀ ମାୱା ମସାଲା ମିସ୍ ୨କାର୍ଟୁନ,ପଟି (ତମାଖୁ ପତ୍ର) ୧୫ବ୍ୟାଗ୍,ଦିଲବାଗ ୪ବ୍ୟାଗ,ଚନ୍ଦ୍ରମା ଖଇନି ୨୦ଟି ଛୋଟ ପ୍ୟାକେଟ,ସନ୍ ବ୍ରାଣ୍ଡ୍ ଖାଇନି ୪୦ ଟିଛୋଟ ପ୍ୟାକେଟ,ସ୍ୱାଗତ ଗୋଲଡ଼ ତମାଖୁ ୩୦ଟି ଛୋଟ ପ୍ୟାକେଟ ,ରକେଟ୍ ରୟାଲ୍ ବ୍ରାଣ୍ଡ  କାହିନୀ ୨୦ ଟି ଛୋଟ ପ୍ୟାକେଟ୍ ,ହିଟ୍ ୨୦ଟି ଛୋଟ  ପ୍ୟାକେଟ୍ ଜବତ କରିଛି ପୁଲିସ । ଏହି ଗୁଟଖା ମହଜୁଦ କରି ରଖିବା ତଥା ବିକ୍ରି କରିବାକୁ ପଙ୍କଜ କୌଣସି ପ୍ରକାର ପଞ୍ଜିକରଣ କରିନଥିବା ପୁଲିସ ଜାଣିବାକୁ ପାଇଥିଲା । ଏ ନେଇ ବଡ଼ବଜାର ଥାନାରେ ୧୬୧/୨୧ରେ ଏକ ମାମଲା ରୁଜୁ କରାଯିବା ସହ ପଞ୍ଜକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here