ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
4

ବ୍ରହ୍ମପୁର,୧୧/୦୮/୨୧/( ମହାରାଣୀ ନ୍ୟୁଜ୍): ଆଜି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ରେଳଷ୍ଟେସନ ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଏକ  ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି କହିଛନ୍ତି । ନିକଟରେ ସମ୍ବଲପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବଉଳଝୋଳି ଗ୍ରାମର ଦାଶରଥୀ ବିଷୋୟୀ ଆତ୍ମହତ୍ୟା କରିଛନ୍ତି । ଋଣ ବୋଝ ସହିନପାରି ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା ଠିକ୍ ଭାବେ ହୋଇନଥିବା ଯୋଗୁଁ ବର୍ଷା ଅଭାବରୁ ଚଳିତ ବର୍ଷ ଚାଷ କାମ ଆରମ୍ଭ ହୋଇପାରିନାହିଁ । ଚାଷୀଙ୍କୁ ଉପଯୁକ୍ତି ସରକାରୀ ସୁବିଧା ପ୍ରଦାନ କରାଯାଉନାହିଁ । ଫଳରେ ବହୁ ଚାଷୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ଶ୍ରୀ ପୁରୋହିତ ।ମିଲର ମାନଙ୍କ ମଣ୍ଡିରେ ରାଜନୀତିକୁ ବନ୍ଦ କରିବା , ସମସ୍ତ ଚାଷୀଙ୍କୁ ପଞ୍ଜିକୃତ କରିବା , ଚାଷୀଙ୍କ ଧାନର ଉଚିତ୍ ମୂଲ୍ୟ ପ୍ରଦାନ କରିବା , ଧାନ ଅଭାବ ବିକ୍ରିକୁ ବନ୍ଦ କରିବା ଆଦୀ ଦାବୀ କରିଛି ବିଜେପି । ଏଥି ସହ ଚାଷୀ ଆତ୍ମହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବୀ ହୋଇଛି । ଏବଂ ମୃତ୍ୟୁବରଣ କରିଥିବା ଚାଷୀ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଛି ବିଜେପି କୃଷକ ମୋର୍ଚ୍ଚା । ୭ ଦିନ ମଧ୍ୟରେ ଚାଷୀ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ସମ୍ଭାବ୍ୟ ମରୁଡ଼କୁ ଦୃଷ୍ଟିରେ ରଖି ସରକାର ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ତୁରନ୍ତ କ୍ଷତିପୂରଣ ଯୋଗାଇବାକୁ ସେ ଦାବୀ କରିଛନ୍ତି । ପରେ  ସ ୨୧ଦିନ ଧରି ଧାରଣାରେ ବସିଥିବା ବିଜୁଳି କର୍ମଚାରୀଙ୍କୁ ସେ ସମର୍ଥନ ଜଣାଇବା  ପାଇଁ ବିଜୁଳି କର୍ମଚାରୀଙ୍କ ନିକଟରେ ପହଞ୍ଚି ଥିଲେ । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା , କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷ୍ୟ ପ୍ରଧାନ , ରଜନ ମଙ୍ଗରାଜ , ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ , ଘୁମୁସର ଜିଲ୍ଲା ସଭାପତି ରବି ପାତ୍ର , ରଂଜନ ପଟେଲ , କୃଷ୍ଣ ଜଗଦେବ , ରାଜେସ୍ ସାହୁ , ପ୍ରଦୀପ ସାହୁ , ଅଶୋକ ମହାନ୍ତି , କାହ୍ନୁଚରଣ ପତି, ସିଦ୍ଧାନ୍ତ ଗଙ୍ଗଦେବ,ପ୍ରଭାତ କିରଣ ଷଡ଼ଙ୍ଗୀ,ମଧୁସୂଦନ ସାହୁ ,ଶିବ ଶଙ୍କର ନାୟକଙ୍କ ସମେତ ବହୁ ବିଜେପି ନେତୃବୃନ୍ଦ ଓ କର୍ମକର୍ତ୍ତା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here