୪ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ଟ୍ରାକ୍ଟର ମାଲିକ ସଂଘ

0
9

ବ୍ରହ୍ମପୁର ,୨୧/୦୮/୨୧/(ମହାରାଣୀ ନ୍ୟୁଜ୍):  ଟ୍ରାକ୍ଟର ମଳିକ ସଙ୍ଘ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଲଘୁ ଖଣିଜ ଦ୍ରବ୍ୟ, ବାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରାଯାଉଥିବା ଟ୍ରାକ୍ଟରଗୁଡ଼ିକଠାରୁ ଅହେତୁକ ଜୋରିମାନା ଆଦାୟ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ଟ୍ରାକ୍ଟର ମାଲିକ ସଂଘ । ତେଣୁ ଆଜି ୪ଦଫା ଦାବି ନେଇ   ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଜୋରିମାନା ଶୋଷଣ ବନ୍ଦ କରିବାକୁ ଦାବି କରିଛନ୍ତି  ଟ୍ରାକ୍ଟର ମାଲିକ ସଂଘ । ଉପଜିଲ୍ଲାପାଳ ଅନୁପସ୍ଥିତ ଯୋଗୁଁ  ସହକାରୀ ଜିଲ୍ଲାପାଳ ଡ଼ି.ମାଲେଶ୍ୱର ପାତ୍ରଙ୍କୁ ଦାବିପତ୍ର ପ୍ରଧାନ କରିଥିଲେ । ତତସହିତ ଏହି ଦାବି ସମ୍ଵଳିତ ଦାବିପାତ୍ର ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।  ବିଗତ ୫ ବର୍ଷ ଧରି ଟ୍ରାକ୍ଟର ମାଲିକମାନଙ୍କ ଉପରେ ପ୍ରଶାସନ ଅହେତୁକ ଜୋରିମାନା ଆଦାୟ କରିବା ସହିତ ଜୀବନ ଜୀବିକା ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛି । ଯାହା ଫଳରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଟ୍ରାକ୍ଟର ମାଲିକ ନିଜ ଜୀବକା ହରାଇବା ସହ ନାନା  ଅସୁବିଧା ର ସମ୍ମୁଖିନ ହେଉଛନ୍ତି ବୋଲି  ଅଭିଯୋଗ କରିଛି ଟ୍ରାକ୍ଟର ମାଲିକ ସଂଘ । କେଵଳ ଏମାନେ ନୁହଁନ୍ତି ଏମାନଙ୍କ ସହ ଜଡିତ ଥିବା  ଶହ ଶହ ଶ୍ରମିକ ଏବଂ ଗାଡ଼ି ଚାଳକମାନଙ୍କ ଅବସ୍ଥା କହିଲେ ନ ସରେ । ଏଣୁ ଟ୍ରାକ୍ଟର ଗୁଡିକର ସରଳ ଏବଂ ବ୍ୟବସ୍ଥିତ ପରିବହନ ପାଇଁ ମୋରମ୍ ଓ ପଥର ଖାଦାନକୁ ଲିଜ୍ ସୂତ୍ରରେ ଦିଆଯାଉ  ବୋଲି ଉକ୍ତ ସଙ୍ଘ ପକ୍ଷରୁ ଦାବି ହୋଇଛି । ପ୍ରତ୍ୟେକ ଗାଡିକୁ ୱାଇ ଫର୍ମ କିମ୍ବା ଜିଏସ୍‌ଟି ବିଲ୍‌ରେ କୌଣସି ପ୍ରକାର  ତ୍ରୁଟି କିମ୍ବା ନକଲି ହୋଇଥିଲେ ଗାଡ଼ି ମାଲିକଙ୍କୁ ଦୋଷୀ  କରାଯିବା ସହିତ ଜୋରିମାନା ଆଦାୟ କରାଯାଉଛି । ଏହାର ସତ୍ୟାସତ୍ୟ ଉପଯୁକ୍ତ ଭାବେ ଯାଞ୍ଚ ପରେ ହିଁ କାଯ୍ୟାନୁଷ୍ଠାନଗ୍ରହଣ କରାଯାଉ ବୋଲି ଏଠାରେ କୁହାଯାଇଛି । ବ୍ରହ୍ମପୁର ସହରର ପ୍ରାୟ ରାସ୍ତା ଅଣଓଷାରିଆ ହୋଇଥିବା ଯୋଗୁ ଟ୍ରକ ଯୋଗେ ପରିବହନ କରିବା ଅସମ୍ଭବ ହୋଇପଡ଼ୁଛି । ଏହା ଫଳରେ ଟ୍ରକ୍‌ରେ ଆସୁଥିବା ବାଲିକୁ ନିର୍ଦ୍ଧିଷ୍ଟ ଜାଗାରେ ରଖିବା ପରେ ତାହାକୁ ଟ୍ରାକ୍ଟର ଯୋଗେ ଯୋଗାଣ କରାଯାଉଛି । କିନ୍ତୁ ଅନେକ ସମୟରେ ବାଲି ପରିବହନ ସମୟରେ ପ୍ରଶାସନର ଚଢ଼ଉ କରାଯାଉଛି । ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ତେଣୁ ଏ ପ୍ରତି ଧ୍ୟାନ ଦେବା ସହିତ ଟ୍ରାକ୍ଟର ମାଲିକଙ୍କ ଦାବିକୁ  ୭ଦିନ ମଧ୍ୟରେ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି ।  ଦାବି ଯଦି ପୂରଣ  ନ  ହୁଏ ତେବେ  ଜୀବନ ଜୀବିକାର ସୁରକ୍ଷା ପାଇଁ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ଡାକରା ଦିଆଯିବ ବୋଲି ଉକ୍ତ ସଂଘର ସଭାପତି ମୋହନ ଦାସ ଚେତାବନୀ ଦେଇଛନ୍ତି । ଦାବୀ ପତ୍ର ପ୍ରଦାନ ବେଳେ କୈଳାଶ ଚନ୍ଦ୍ର ଗୌଡ଼ ,ବିରେନ୍ଦ୍ର କୁମାର ପଣ୍ଡା, ମଧୁସୂଦନ ସାହୁ ,କୈଳାଶ ଗନ୍ତାୟତ,ରବିନ୍ଦ୍ର ବିଶ୍ୱାଳ,ଶଙ୍କର ବେହେରା,ଦେବାଶିଷ ପାଢ଼ୀ,ଜଗନ୍ନାଥ ସାହୁ,ପିଣ୍ଟୁ ବିଷୋୟୀ,କୃଷ ପ୍ରଧାନ,ମିଥୁନ ସେଠି,ମିଟୁ ସାହୁ, ସିଦ୍ଧାନ୍ତ ସାହୁ,ପ୍ରଶାନ୍ତ କୁମାର ସାହୁ,ବସନ୍ତ କୁମାର ପାତ୍ର,ପି. ସିଏଚ.ପାତ୍ର,ସୁଧିର କୁମାର ତ୍ରିପାଠୀ,ସନ୍ତୋଷ ପାତ୍ର,ପପୁନ ନାୟକଙ୍କ ସମେତ ଉକ୍ତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here