୫ନଂ ୱାର୍ଡରେ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ

0
9

ବ୍ରହ୍ମପୁର, ୧୨/୦୮/୨୧/ (ମହାରାଣୀ ନ୍ୟୁଜ୍):ସାରା ଦେଶରେ କରୋନା ସୃଷ୍ଟି କରିଛି ଭୟଙ୍କର ସ୍ଥିତି । ଏହି ସମୟରେ ଘୋର ସମସ୍ୟା ସୃଷ୍ଟି କରିଛି ଅମ୍ଳଜାନର ଅଭାବ । ଏହାର ମୁଖ୍ୟତଃ କାରଣ ହେଉଛି ଜଙ୍ଗଲ ଅବକ୍ଷୟ । ତେଣୁ ଆଜି ତୁଳସୀ ନଗର ରାଧାକୃଷ୍ଣ ୱାଲଫେୟାର ଆସୋସିଏସନ ତରଫରୁ ୫ନଂ ୱାର୍ଡ ସ୍ଥିତ ନିଲାଦ୍ରି ବିହାର ପ୍ରଥମ ଲାଇନଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଭିନ୍ନ ଔଷଧୀୟ ର ଚାରା ରୋପଣ କରାଯାଇଥିଲା । କୋରନା ମହାମାରିରେ ଜର୍ଜିରିତ ଏ ବିଶ୍ୱ । ଏଥିରୁ ରକ୍ଷା ପାଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ବିଶ୍ୱବାସୀ। ଏହି ମହାମାରୀ ସମୁଦାୟ ପରିବେଶ ବ୍ୟବସ୍ଥା ନଷ୍ଟହେବା ଦ୍ୱାରା ତାହାର କିଭଳି ସାଂଘାତିକ ପ୍ରଭାବ ପଡୁଛି ତାହା ଆମକୁ ଦେଖାଇ ଦେଇଛି। ପ୍ରାଣୀ ଏବଂ ଅନ୍ୟ ଜୀବନ୍ତ ବସ୍ତୁଙ୍କର ପ୍ରାକୃତିକ ପରିବେଶ ସଙ୍କୁଚିତ ହେବା ଦ୍ୱାରା ତାହା କରୋନା ଭୂତାଣୁ ଭଳି ପାଥୋଜେନଗୁଡିକର ସଂଖ୍ୟା ବୃଦ୍ଧି ଏବଂ ବ୍ୟାପିବା ଦିଗରେ କିଭଳି ଅନୁକୂଳ ପରିବେଶ ଯୋଗାଇ ଦେଉଛି ତାହା ବର୍ତ୍ତମାନ ଦେଖିବାକୁ ମିଳୁଛି । ଏକ ସୁସ୍ଥ ପରିବେଶ ବଜାୟ ରଖିଲେ ଆମେ ଲୋକଙ୍କର ଜୀବନ, ଜୀବିକା ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଆମର ପ୍ରୟାସରେ ବୃଦ୍ଧି ଘଟାଇପାରିବା । ସମସ୍ତଙ୍କୁ ବୃକ୍ଷର ଉପକାରିତା ଉପରେ ବାର୍ତ୍ତା ଦେବା ସହ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ । ଉକ୍ତ ୱାର୍ଡରେ ଏହି କାଯ୍ୟକ୍ରମ ଏକ ମାସ ପଯ୍ୟନ୍ତ କରାଯିବ ବୋଲି ଉକ୍ତ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି । ଏହି ବୃକ୍ଷରୋପଣ କାଯ୍ୟକ୍ରମରେ ଉକ୍ତ ଆସୋସିଏସନର ସଭାପତି ତଥା ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ,ବାପୁଜୀ ସାହୁ, ରାମା ପ୍ରସାଦ ପଣ୍ଡା,ସନ୍ତୋଷ ଦଳାଇ,ମନୋଜ ପଟ୍ଟନାୟକ,କାଳିଚରଣ ତ୍ରିପାଠୀ,ସୁବାସ ଚନ୍ଦ୍ର ପାତ୍ର,ମନୋଜ ସାହୁ, ତ୍ରିପତି ପାତ୍ର,ସୁଶାନ୍ତ ପାଢ଼ୀ,ସୁଶୀଲ ସେନାପତି,ସତ୍ୟବ୍ରତ ସାମନ୍ତରାୟ,ସନ୍ତୋଷ ପାତ୍ର,ପଞ୍ଚାନନ ରାଉତ,ଅଭିନ ସୁନ୍ଦର ବେହେରା ,ନଗେଶ୍ୱର ପୃଷ୍ଟି, ସୀମାଞ୍ଚଳ ପୃଷ୍ଟି, ଶ୍ରୀକାନ୍ତ ପାଣିଗ୍ରାହୀ, ସତର ଖାଁ, ଅବଦୁଲ ସତର, ରମେଶ ନାୟକଙ୍କ ସମେତ ଆସୋସିଏସନ୍ ବହୁ ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here