ଡ୍ରାଇଭର ଅପହରଣ ନାଟକର ଶେଷ ପୃଷ୍ଟା ଲେଖିବ ବ୍ରହ୍ମପୁର ପୁଲିସ

0
5

ବ୍ରହ୍ମପୁର,୨୧/୦୮/୨୧/(ମହାରାଣୀ ନ୍ୟୁଜ୍):ବଡ଼ବଜାର ଥାନା ନିକଟ ଏକ୍ସି ବ୍ୟାଙ୍କ ନିକଟରୁ  ଏଜିଏସ କମ୍ପାନୀର ଏଟିଏମରେ ଟଙ୍କା ଭର୍ତ୍ତି କରିବା ଗାଡିକୁ ଅପହରଣ ମାମଲାରେ ବଡ଼ ବଜାର ପୁଲିସକୁ ମିଳିଛି ବଡ଼ ସଫଳତା । ଉକ୍ତ ଗାଡିର ଡ୍ରାଇଭର ଆଶିଷ ଦିଗାଲ ହିଁ ନିଜେ ଅପହରଣ ନାଟକ କରିଥିଲେ । ପୁଲିସ ପ୍ରଥମ ଦିନରୁ ହିଁ ଡ୍ରାଇଭର ଉପରେ ସନ୍ଦେହ କରି ଆସୁଥିଲେ । ଆଜି ଡ୍ରାଇଭରକୁ ପୁଲିସ ଅଟକ ରଖିଥିବା ବେଳେ  ତାଙ୍କର ୨ସହଯୋଗୀଙ୍କୁ ପୁଲିସ ଫୁଲବାଣୀ କନ୍ଧମାଳ ଜିଲ୍ଲାରୁ ଉଠାଇ ଆଣିବା ସହ ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ସହ ହଣ୍ଡାସାଇନ ବାଇକ୍ ଜବତ ମଧ୍ୟ କରିଥିବା ଜଣାପଡ଼ିଛି। ଗତକାଲି ପୁଲିସର ଏକ ଟିମ ଫୁଲବାଣୀ କନ୍ଧମାଳଜିଲ୍ଲାକୁ ଯାଇ ଏହି ସଫଳତା ପାଇଛି । ଡ୍ରାଇଭରକୁ ଲଗାତାର ପ୍ରଶ୍ନ ପଚାରିବା ପରେ ଅସ୍ତବ୍ୟସ୍ତ ହୋଇ ପୁଲିସ ନିକଟରେ ସତକଥା କହିବାକୁ ବାଧ୍ୟ ହୋଇଛି । ସୂଚନାଯୋଗ୍ୟ କି ଗତ ୧୮ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଆକ୍ସିସ ବ୍ୟାଙ୍କ ଏଟିଏମ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଏଜିଏସ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା । ଅପହରଣ ନାଟକ ର ଶେଷ ପୃଷ୍ଟାଲେଖିଲା ପୁଲିସ । ଡ୍ରାଇଭର ଆଶିଷ ଏମିତି ଏକ ନାଟକ ଲେଖିଲେ ଥିଲେ ଯୋଉ ନାଟକ ରେ ସେ ନିଜେ ଅଭିନୟ କରିଥିଲେ ସତ କିନ୍ତୁ ଶେଷ ପୃଷ୍ଟାରେ କଣ ହେବ ତାହା ପୁଲିସ ର ଲଗାତାର ପ୍ରଶ୍ନ ରେ ହିଁ ଥିଲା । ତେଣୁ ଏହି ନାଟକ ର ଶେଷ ପୃଷ୍ଟା ପୁଲିସ ନିଜେ ଲେଖି ନାଟକ ଶେଷ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here