ଅନୀଲଙ୍କୁ ବ୍ରହ୍ମପୁର ୟାଦବ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

0
4

ବ୍ରହ୍ମପୁର ,୨୨ / ୮/୨୧(ମହାରାଣୀ ନ୍ୟୁଜ୍): ଓଡ଼ିଶା ୟାଦବ ମହାସଭାର ନୂତନ ସଭାପତି ଭାବେ ସମାଜସେବୀ କେ.ଅନୀଲ କୁମାର ମନୋନୀତ ହେବା ପରେ ଆଜି ବ୍ରହ୍ମପୁର ୟାଦବ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ହୋଟେଲ ଜ୍ୟୋତି ରେସିଡୋନ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହାସଭାର ସଭାପତି ହୋଇଥିବା କେ.ଅନୀଲ କୁମାର ପୂର୍ବରୁ ବ୍ରହ୍ମପୁର ସଂଘର ସଭାପତି ଭାବେ ବହୁ ବର୍ଷ ଧରି କାର୍ଯ୍ୟ କରି ଜାତିର ଉନ୍ନତି ନେଇ ବହୁ ବିକାଶମୂଳକ କାର୍ଯ୍ୟ କରି ଆସୁଥିଲେ । ତାଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସର୍ବଭାରତୀୟ ୟାଦବ ମହାସଭା ପକ୍ଷରୁ ରାଜ୍ୟ ମହାସଭାର ଦାୟିତ୍ବ ପ୍ରଦାନ କରାଯାଇଛି । ରାଜ୍ୟର ୟାଦବ ଲୋକଙ୍କୁ ସଂଗଠିତ କରି ବିକାଶମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସେ ଗୁରୁତ୍ବାରୋପ କରିଥିଲେ । ବ୍ରହ୍ମପୁରର ଜଣେ ବ୍ୟକ୍ତି ରାଜ୍ୟର ଏଭଳି ଗୁରୁଦାୟିତ୍ବ ବହନ କରିଥିବାରୁ ଆଜି ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଜେ.ହରି , ସଂପାଦକ ଏମ୍ . ଭେଙ୍କେଟରତ୍ନମ୍ , କୋଷାଧ୍ୟକ୍ଷ ଏମ୍ . ରାଜଗୋପାଲମ , ଯୁଗ୍ମସଂପାଦକ ବି . ରାମବାବୁ , ବି . ଆଦିନାରାୟଣ , ଯୁଗ୍ମକୋଷାଧ୍ୟକ୍ଷ ଏମ୍ . ସୁରେଶ କୁମାର , ଉପଦେଷ୍ଟା ସି . ପ୍ରଭାକର ରାଓ , ଜେ.ରଘୁନାଥ ରାଓ , ଜେ.ଲକ୍ଷ୍ମଣ ରାଓ , କେ . ସନ୍ତୋଷ କୁମାର , ସଦସ୍ୟ ବି . ଭେଙ୍କଟେଶ୍ଵର , ସି . ରାଜେଶ୍ୱର ରାଓ , କେ.ଏସ୍.ଏନ୍.ରାଓ , ଜେ.ମାରର୍ଥଣ୍ଡ ରାଓ , ଏମ୍ . ଦେବୀ ପ୍ରସାଦଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ରହି ନବନିର୍ବାଚିତ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ:ସଂଗ୍ରାମ କେଶରୀ ଜେନା

LEAVE A REPLY

Please enter your comment!
Please enter your name here