ଗଞ୍ଜାମ ଜିଲ୍ଲା ମଲ୍ଟି ଏକ୍ସଲ ଟ୍ରକ୍ ମାଲିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
3

ବ୍ରହ୍ମପୁର,୦୬/୦୯/୨୧( ମହାରାଣୀ ନ୍ୟୁଜ୍):ଗଞ୍ଜାମ ଜିଲ୍ଲା ମଲ୍ଟି ଏକ୍ସଲ ଟ୍ରକ୍ ମାଲିକ ସଂଘ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହଳଦିଆପଦର ସ୍ଥିତ ଇସ୍କନ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା . ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ଇସ୍କନ ମନ୍ଦିର ମୁଖ୍ୟ ଭକ୍ତି ବିଚାର ବିଷ୍ଣୁ ଗୋସ୍ବାମୀ ମହାରାଜ ଅତିରିକ୍ତ ଏସପି ପ୍ରଭାତ ଚନ୍ଦ୍ର ରାଉତରାୟ , ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା , ଉପଦେଷ୍ଟା ସତୋଷ ଶତପଥୀ , ଉପସଭାପତି ପତିତପାବନ ସାହୁ , ସମ୍ପାଦକ ବିକ୍ରମ କେଶରୀ ପଟ୍ଟନାୟକ ଓ ବିଜେଡି ଜିଲ୍ଲା ଉପସଭାପତି ସଂଜୀତ କୁମାର ପାଣିଗ୍ରାହୀ ପ୍ରମୁଖ ମଂଞ୍ଚାସିନ ରହି ଉକ୍ତ କାଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜି ପବିତ୍ର ଗୁରୁଦିବସ ଅବସରରେ ଟ୍ରକ୍ ମାଲିକ ସଂଘ ଏବଂ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିର ରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଟ୍ରକ୍ ମାଲିକ ମାନେ ତୈଳ ଦର ବୃଦ୍ଧି ହେବା ଦ୍ବାରା ଗାଡ଼ି ଚଳାଚଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଲ ପରିବହନ ନିୟମିତ ହେଉଥିବାରୁ ଟ୍ରକ୍ ଗୁଡ଼ିକ ଚଳାଚଳ ନ ହୋଇ ଠିଆ ହୋଇ ରହୁଛି । ଏ ସମସ୍ୟା ଦୂର କରିବାକୁ ହେଲେ ଗୋପାଳପୁର ପୋର୍ଟର ବିକାଶ କରିବାକୁ ହେବ ବୋଲି ବୈଠକରେ ଉପସ୍ଥିତ ଟ୍ରକ୍ ମାଲିକ ଓ ଅତିଥି ମାନେ ମତପ୍ରକାଶ କରିଥିଲେ । ଗୋପାଳପୁର ପୋର୍ଟର ବିକାଶ କରିବାକୁ ସମସ୍ତେ ଉଦ୍ୟମ କରିବା । ପୋର୍ଟର ବିକାଶ ହେବା ଦ୍ବାରା ମାଲପରିବହନ କରିବାକୁ ଗଞ୍ଜାମ ଜିଲ୍ଲାର ଟ୍ରକ୍ ମାଲିକ ମାନେ ସୁଯୋଗ ପାଇବେ ଏବଂ ନିୟମିତ ଗାଡ଼ି ଚାଲିବ ବୋଲି କହିଥିଲେ । ପରିଶେଷରେ ଇସ୍କନ ମନ୍ଦିର ପରିସରରେ ୪୦ଟି ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହିଳା ବିଜେଡି ଗଞ୍ଜାମ ଜୋନ୍ ସଭାନେତ୍ରୀ ମମତା ବିଷୋୟୀ , ଟ୍ରକ୍ ମାଲିକ ସଂଘ ସହ ସମ୍ପାଦକ ବିଦ୍ୟାଧର ସାହୁ , ବିଜେଡ଼ି ଜିଲ୍ଲା କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ, ଦର୍ଶନ ସିଂ , ମାଧବ ରାଓ , ସରୋଜ ପାଣିଗ୍ରାହୀ , ଅକ୍ଷୟ କୁମାର ପଣ୍ଡା , ଜଗନ୍ନାଥ ଦଳାଇ , ବିଶେଷ ପାତ୍ର , ସନ୍ତୋଷ ଗୌଡ଼ , ବୁଲୁ ପୃଷ୍ଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here