ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ଅଶୁଦ୍ଧ ଶ୍ରଦ୍ଧାଞ୍ଜଳି

0
2

ବ୍ରହ୍ମପୁର,୨୫/୦୯/୨୧/(ମହାରାଣୀ ନ୍ୟୁଜ୍):କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବ୍ରହ୍ମପୁର ସହରର କାଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ  ଗଭୀର ଶୋକ ପ୍ରକାଶ କରାଯାଇଛି। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବ୍ରହ୍ମପୁର ସହରର କାଯ୍ୟରତ ସାମ୍ବାଦିକ ମାନେ । ସାହସୀ ନିର୍ଭୀକ ନିଷ୍ଠାପର ଯୁବ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗ ରେ ସାମ୍ବାଦିକ ଜଗତ ରେ ଅପୂରଣୀୟ କ୍ଷତି ଘଟିଛି। ଅରିନ୍ଦମଙ୍କ ବିୟୋଗ ରେ ବ୍ରହ୍ମପୁର କାଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ ସହ ଅଶୁଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଭୋର୍‌ରୁ ମୁଣ୍ଡୁଳିଠାରେ ମହାନଦୀରେ ଫସି ରହିଥିଲା ଏକ ହାତୀ। ଏହି ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌ ସହ ଏକ ବୋଟ୍‌ରେ ଯାଇଥିଲେ ଅରିନ୍ଦମ। ଏହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହ ଆଉ ଜଣେ କ୍ୟାମେରାମ୍ୟାନ୍‌ ମଧ୍ୟ ଥିଲେ। ଏହି ଅଶୁଦ୍ଧ ଶ୍ରଦ୍ଧାଞ୍ଜଳିରେ ଜଗନ ମୋହନ ମହାପାତ୍ର,ପ୍ରକାଶ ପଟ୍ଟନାୟକ, ଅଶୋକ ବ୍ରହ୍ମା, ସମୀର ଆଚାର୍ଯ୍ୟ, ଜଗନ୍ନାଥ ସାହୁ,ଗୋପାଳ ପଟ୍ଟନାୟକ, ସୁଦୀପ ସାହୁ, ରଘୁନାଥ ସାହୁ,ସୁରଜିତ ପଣ୍ଡା,ଚିରଞ୍ଜିତରାଜଗୁରୁ,ଆଶ୍ରିବାଦ ରାଉତ,ପ୍ରହଲ୍ଲାଦ ସାହୁ,ଦେବହରି  ବେହେରା,କୈଳାସ ବେହେରା, ବିନୋଦ ପ୍ରଧାନ, ନାରାୟଣ ମହାଙ୍କୁଡ,ପିତାମ୍ବର ନାହାକ, ସନ୍ୟାସୀ ଗୌଡ,ତୁଷାର ସିଂ, ନାଗେଶ୍ବର ପୃଷ୍ଠି,ଅମର ଦାସ,ରବି ମହାରଣା,ହିମାଂଶୁ ଶେଖର ସାବତ,ମନୋଜ ପଣ୍ଡା,ଗୋପାଳ ରେଡି,ସୁବ୍ରମଣିୟମ ସ୍ବାମୀ( ବୁଜି),ଶିବ ରାମ ଚୌଧୁରୀ,ନିର୍ମଳ ପାଣିଗ୍ରାହୀ, ବନିତା ବେହେରା, କାଂହୁ, ରୂପକ ମହାନ୍ତି, ରାଜେଶ ସାହୁ, ଶ୍ରୀନିବାସ ରଂଜନା, ବିକ୍ରମ ବେହେରା, ରବି ବେହେରା,
ଅଭିଜିତ କର,ସ୍ବାଧୀନ ସାହୁ,ଗୌରୀ ଶଙ୍କର କର, ବିଶ୍ବନାଥ ମାରଣା,ପ୍ରଣୟ ପଣ୍ଡା,ଆଲୋକ ବେହେରା, ସଚିନ ବେହେରା,ସୁଭାଷ ପାଢ଼ୀ,ଆର.ଶ୍ରୀନୁ,ଚିକୁ ପ୍ରତିନିଧି, ଲିକୁ ଡାକୁଆ,ଟୁଟୁ ବେହେରା, ରବି ବେହେରା, ବିକ୍ରମ ଜେନା,ଫିନୋଜ ପ୍ରଧାନ,ଚନ୍ଦନ ପତି,ଉମାଶଙ୍କର ମିଶ୍ର ,କପିଳ ପାଢ଼ୀ, ଆଶୁତୋଷ ମହାପାତ୍ର, ଦୀପକ ପଣ୍ଡା, ସନ୍ୟାସୀ ମହାରଣା, ସୁଦାମ ବେହେରା ସମେତ ବହୁ ସାମ୍ବାଦିକ  ଉପସ୍ଥିତ ଥିଲେ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here