ପରିଶ୍ରମର ଫଳ ମିଳିଛି :ସାଇନ୍ ଶ୍ରୀ

0
2

ବ୍ରହ୍ମପୁର ,୨୫/୦୯/୨୧/(ମହାରାଣୀ ନ୍ୟୁଜ୍): ୨୦୧୮-୧୯ରେ ଓଡ଼ିଶା ସାଧାରଣ ପ୍ରଶାସନ ସେବା ( ଓପିଏସ୍‌ସି ) ଦ୍ଵାରା ପରିଚାଳିତ ଓଡ଼ିଶା ସେବା ( ଓଏଫ୍ଏସ୍ ) ପରୀକ୍ଷାରେ ବ୍ରହ୍ମପୁର ଝିଅ ସାଇନ ଶ୍ରୀ ଦାସଙ୍କ କୃତିତ୍ୱ ।  ମୋଟ ୬୭ଜଣ ମଧ୍ୟରୁ ଅଷ୍ଟମ ରେଙ୍କରେ କୃତିତ୍ୱ ହାସଲ କରିଛନ୍ତି ଲାଞ୍ଜିପଲ୍ଲୀ ନିବାସୀ ସାଇନ୍ ଶ୍ରୀ ଦାଶ । ଅଜିତ କୁମାର ଦାଶ ଓ ପଙ୍କଜ ଦେବୀଙ୍କ ଝିଅ ହେଉଛନ୍ତି ସାଇନ୍ ଶ୍ରୀ । ଓଏଫ୍ଏସରେ ଅଷ୍ଟମ ରେଙ୍କ ରଖି ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଏହି କୃତିତ୍ୱ ଆସଲ କରିବା ପାଇଁ ବହୁତ ପରିଶ୍ରମ କରିଥିଲେ । କଠିନ ପରିଶ୍ରମ ଅନ୍ତିମ ତାଙ୍କୁ ଏହି ସଫଳତା ଦେଇଛି । ସବୁଠାରୁ ବଡ଼ କଥା ହେଲା କି ସେ ଭଞ୍ଜନଗର ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ ଥାଇ ମଧ୍ୟ ଦିନରାତି ଏକ କରି ଆଜି ଏହି ସଫଳତା ପାଇଛନ୍ତି । ବନ୍ୟଜନ୍ତୁ ସୁରକ୍ଷା , ବୃକ୍ଷରୋପଣ ଏବଂ ଇକୋ ଟୁରିଜିମ୍ ର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ଭୁବନେଶ୍ବର ଓୟୁଏଟିରୁ ଶିକ୍ଷା ସମାପ୍ତ ପରେ ସେ ଭଞ୍ଜନଗରସ୍ଥିତ କୃଷିବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ଓଏଫ୍ଏସ୍ ପରୀକ୍ଷା ସଫଳତା ପାଇଁ  ସ୍ୱାମୀ ଆଶୀର୍ବାଦ ମହାପାତ୍ରଙ୍କ ଭୂମିକା ରହିଛି । ଘର କାମ ସହିତ ପାଠପଢା  ସହ ଚାକିରୀ ସବୁକୁ ପଥେୟ କରି ଶେଷରେ ସେ ସଫଳ ହୋଇଛନ୍ତି । ଛୋଟ ଭଉଣୀ କୁଇଂ ଶ୍ରୀ ଦାଶ ସମେତ ପ୍ରତ୍ୟେକ ସମୟରେ ପିତାମାତା , ଗୁରୁଜନ , ସ୍ବାମୀ ପରିବାରବର୍ଗଙ୍କ ସହଯୋଗ ଓ ପ୍ରେରଣା ରହି ଆସିଛି । ଭଗବାନଙ୍କ ଆଶୀର୍ବାଦରୁ ଶେଷରେ ପରିଶ୍ରମର ଫଳ ମିଳିଛି ବୋଲି ସେ କହିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ରିପୋର୍ଟ:କୃଷ୍ଣ ବେହେରା

LEAVE A REPLY

Please enter your comment!
Please enter your name here