ଓଡିଶା ମୋ ପରିବାର ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ

0
6

ବ୍ରହ୍ମପୁର,୨୫/୦୯/୨୧/(ମହାରାଣୀ ନ୍ୟୁଜ୍): ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଏମ୍‌କେସିଜି ରକ୍ତଭଣ୍ଡାର ଠାରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଲାଗି ରହୁଛି । ଅନେକ ସମୟରେ ବହୁ ରୋଗୀ ରକ୍ତ ଯୋଗାଡ଼ କରିବା ପାଇଁ ହଇରାଣ ହେଉଛନ୍ତି । ରକ୍ତ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ସବୁଠାରୁ ବଡ଼ କଥା ହେଲା ଗତ ୪ମାସ ତଳେ ରକ୍ତଦାନ କରି ଜୀବନ ବଞ୍ଚେଇଥିବା ଜିଲ୍ଲା ବିଜୁ ଛାତ୍ର ସମ୍ପାଦକ ଲୋକନାଥ କର ପୁଣି ରକ୍ତଦାନ କରି ମାନବିକତା ର ପରିଚୟ ସୃଷ୍ଟି କରିଛନ୍ତି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ମହାନଗର ବିଜୁ ଯୁବ ଜନତା ଦଳର ସଭାପତି ଅଜିତ କୁମାର ପଣ୍ଡାଙ୍କ ନେତୃତ୍ବରେ ମହାନଗର ଯୁବ ଟିମ୍ ଏବଂ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ସହାୟତାରେ ଏକ ରକ୍ତଦାନ ଶିବିର ଏମ୍ କେ ସିଜି ମେଡ଼ିକାଲ ରକ୍ତ ଭଣ୍ଡାରରେ ଆୟୋଜନ ହୋଇଥିଲା। ଏହି ଅବସରରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ମହାନଗର ଡିଜିଟାଲ ସେକ୍ରେଟାରୀ ରବୀନ୍ଦ୍ର ମିଶ୍ର , ମହାନଗର ଯୁବ ସମ୍ପାଦକ ଧିରେଶ ସାବତ , ମୋ ପରିବାର ସଂଯୋଜକ ଗିରିଜା ଶଙ୍କର ଶତପଥୀ ଏବଂ ମଦନ ଦଳାଇ , ନେତାଜୀ ପାତ୍ରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ:କୃଷ ବେହେରା

LEAVE A REPLY

Please enter your comment!
Please enter your name here