କ୍ୟାଣ୍ଟିନରେ ମିଳୁଛି ନିମ୍ନମାନର ଖାଦ୍ୟ

0
4

ଗୋପାଳପୁର ,୨୫/୨୧/୨୧(ମହରାଣୀ ନ୍ୟୁଜ୍) :ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି । ପାଣି ସମସ୍ୟାକୁ ନେଇ ଗତ କିଛି ମାସ ତଳେ ଛାତ୍ର ଅଶାନ୍ତି ଦେଖାଦେଇଥିବା ବେଳେ ପୁଣି ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଛାତ୍ର। ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏବେ କ୍ୟାଣ୍ଟିନ ଖାଇବା ଖାଦ୍ୟ ନିମ୍ନମାନର ମିଳୁଥିବା ଅଭିଯୋଗ ହୋଇଥିବା ବେଳେ ଆଜି ଦିନର ଖାଇବାରେ ଭାତ ଡାଲି ,ଆଳୁ ଫୁଳକୋବି ତରକାରୀ ,ଟମାଟୋ ଖଟା ହୋଇଥିଲା । ତେବେ ପରଷା ଯାଇଥିବା ଖାଦ୍ୟର ଆଳୁ ଫୁଳକୋବି ତରକାରୀରେ ସମ୍ବାଳୁଆ ପୋକ ବାହାରିଥି ଅଭିଯୋଗ ହୋଇଛି । ଯାହା ଫଳରେ ବହୁତ ଛାତ୍ର ଖାଇ ନଥିବା ବେଳେ କିଛି ଖାଇଥିବା ପିଲା ବାନ୍ତି କରିଥିବା  ଜଣାପଡିଛି । ପିଲାଙ୍କ ଅଭିଯୋଗ ଏହି କି ଯେ ଯେଉଁଠାଟେ ରୋଷେଇ ହୁଏ ସେଠାରେ ବିଭିନ୍ନ ଅଳିଆ ଆବର୍ଜନା ସହ ପୁରା କଦର୍ୟ୍ଯ ,ଦେଖିଲେ ଖାଇବାକୁ ଇଛା ହେଉନାହିଁ ।ପିଲାଙ୍କୁ ସୁସୁମ ଓ ପୃଷ୍ଟିକର ଖାଦ୍ୟ ମିଳିବା ତୋ ଦୂର କଥା ପିଲାଙ୍କୁ ମିଳୁଛି ଅତି ନିମ୍ନ ମାନର ଖାଦ୍ୟ । ଯାହା ଦେହ ପାଇଁ ବେଶ କ୍ଷତି ଦାୟକ ଅଟେ । ପୂର୍ବରୁ ଗୋଟିଏ ମିଲିସ୍ ପ୍ରତି ୨୭ ଟଙ୍କା ରହିଥିଲା । ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ ପରେ ଭଲ ଖାଦ୍ୟ ମିଳିବ କହି ଏବେ ଗୋଟିଏ ମିଲସ୍ ପ୍ରତି ୩୦ଟଙ୍କା ନେଉଛନ୍ତି ତଥାପି ମିଳୁଛି ପୋକଖାଦ୍ୟ  ,ନିମ୍ନମାନର ଖାଦ୍ୟ । ଏ ନେଇ ଋଷିକୂଲ୍ୟା ହଷ୍ଟେଲ ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟ୍ ନାରାୟଣ ସାହୁଙ୍କ  ସହ  ଫୋନ ମାଧ୍ୟମରେ ଯୋଗାଯୋଗ ବେଳେ ସେ ଏନେଇ କୌଣସି ଅବଗତ ନଥିବା ପ୍ରକାଶ କରିଛନ୍ତି ।  ସବୁ ଠାରୁ ଆଶ୍ଚର୍ଯ୍ୟ କଥା ହେଲା କି ପରିବା ଏମିତି ବାଛିକି ଆଣାଯାଉଛି ଯେ ଫୁଲକୋବି ଆଉ ପୋଟଳ ରଙ୍ଗ ଗ୍ରୀନ ବଦଳରେ ହଳଦିଆ । ହଳଦିଆ ହୋଇ ପୁରା ପୋଚା ହୋଗଲେ ମଧ୍ୟ  ମସଲା ମସଲି ପକାଇ ତରକାରୀ  ପ୍ରସ୍ତୁତ କରନ୍ତି ବୋଲି କହିଛନ୍ତି ଛାତ୍ରାବାସ ପିଲାମାନେ । ପୂର୍ବରୁ ଗୋଟିଏ ମିଲିସ୍ ପ୍ରତି ୨୭ ଟଙ୍କା ରହିଥିଲା । ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ ପରେ ଭଲ ଖାଦ୍ୟ ମିଳିବ କହି ଏବେ ଗୋଟିଏ ମିଲସ୍ ପ୍ରତି ୩୦ଟଙ୍କା ନେଉଛନ୍ତି ତଥାପି ମିଳୁଛି ପୋକଖାଦ୍ୟ  ,ନିମ୍ନମାନର ଖାଦ୍ୟ । ଏ ନେଇ ଋଷିକୂଲ୍ୟା ହଷ୍ଟେଲ ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟ୍ ନାରାୟଣ ସାହୁଙ୍କ  ସହ  ଫୋନ ମାଧ୍ୟମରେ ଯୋଗାଯୋଗ ବେଳେ ସେ ଏନେଇ କୌଣସି ଅବଗତ ନଥିବା ପ୍ରକାଶ କରିଛନ୍ତି ।  ପିଲାଙ୍କୁ ସୁସୁମ ଓ ପୃଷ୍ଟିକର ଖାଦ୍ୟ ମିଳିବା ତୋ ଦୂର କଥା ପିଲାଙ୍କୁ ମିଳୁଛି ଅତି ନିମ୍ନ ମାନର ଖାଦ୍ୟ । ଯାହା ଦେହ ପାଇଁ ବେଶ କ୍ଷତି ଦାୟକ ଅଟେ । ଅନ୍ୟପଟେ ଛାତ୍ରାବାସ ଭିତର ରୁମ୍ ଗୁଡ଼ିକର ଛାତ ଫାଟି ଆଁ କରିଛି । କେଉଁ ମୁହୂର୍ତ୍ତରେ ବି ଏହା ଭୁଶୁଡ଼ିଯିବାର ଆଶଙ୍କା ରହିଥିବା ବେଳେ ଏଠାରେ ରହିବାକୁ ବିଦ୍ୟାଥୀ ଅମଙ୍ଗ ହେଉଛନ୍ତି । ପୂର୍ବରୁ ମରାମତି ନିମନ୍ତେ ଛାତ୍ରମାନେ କୁଳପତିଙ୍କୁ ଏନେଇ ଲିଖିତ ଅଭିଯୋଗ  କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନଥିବା କହିଛନ୍ତି ଛାତ୍ରାବାସ ର ଛାତ୍ର ମାନେ ।

ରିପୋର୍ଟ:କୃଷ ବେହେରା

LEAVE A REPLY

Please enter your comment!
Please enter your name here