ପିଏସି କମିଟିର ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ

0
3

ବ୍ରହ୍ମପୁର,୨୯/୦୯/୨୧/(ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ରେଳ ଷ୍ଟେସନର ଉନ୍ନତି ନେଇ ଆଜି ପାସେଞ୍ଜର ଏମିନେଟସ କମିଟି(ପିଏସି) ଖୋର୍ଦ୍ଧା ରୋଡ ଡିଭିଜନର ଏକ ୭ଜଣିଆ ଟିମ୍ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଟିମ ସଦସ୍ୟ ଦିଲୀପ ମଲ୍ଲିକ, ଅଜୟ କୁମାର ଯାଦବ, ଅଭିଜିତ୍ ଦାସ,  ରାମ କୁମାର ପହହନ୍, ଅଭିଲାଶ ପାଣ୍ଡେ, ବିଚିତ୍ର ନାରାୟଣ କଳିତା ଏବଂ ସୁନୀଲ ରାମ ଷ୍ଟେସନ୍ ବୁଲି ଦେଖିଛନ୍ତି। ପାନୀୟ ଜଳ ସୁବିଧା, ୱେଟିଂ ହଲ୍ ସୁବିଧା, ପ୍ଲାଟଫର୍ମ ସେଡ୍, ଯାତ୍ରୀମାନଙ୍କ ପାଇଁ ବସିବା ବ୍ୟବସ୍ଥା, ଲିଫ୍ଟ, ଏସ୍କାଲେଟର, ସ୍କାନର୍ ଭଳି ସୁବିଧା ସହିତ  ଯାତ୍ରୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ। ଷ୍ଟେସନ ପରିସର ବୁଲିବା ସହ ବହୁ କାର୍ଯ୍ୟର ତଦାରଖ କରିଥିଲେ । ଏହା ସହିତ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକତା ମୁତାବକ ସମସ୍ତ ବ୍ୟବସ୍ଥା ରହିଛି ନା ନାହିଁ ସେ ସଂପର୍କରେ ଷ୍ଟେସନ ମାଷ୍ଟରଙ୍କ ସହିତ ଆଲୋଚନା କରିଥିଲେ ।ଆସିଥିବା ଟିମ୍ ପରିଦର୍ଶନ କରିବା ସମୟରେ ପ୍ଲାଟଫୋର୍ମ ର ଆଜବେଷ୍ଟ ଛାତରୁ ପାଣି ଲିକ୍ ହେଉଥିବା ଦେଖିଥିଲେ । ତୁରନ୍ତ ଏହାର ମରାମତି ପାଇଁ ଷ୍ଟେସନ ମାଷ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ଷ୍ଟେସନ ପରିସରରେ ବସିଥିବା ଯାତ୍ରୀଙ୍କୁ ଷ୍ଟେସନ ସଫା ସୁତୁରା ଅଛି କି ନାହିଁ ପଚାରି ବୁଝି ଥିଲେ । ଷ୍ଟେସନ ପରିସରର ପରିଷ୍କାର ପରିଚ୍ଛନ୍ନତା ଏବଂ କ୍ୟାଣ୍ଟିଂ ଷ୍ଟଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ମଧ୍ୟ କମିଟି ସଦସ୍ୟଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା।  ବିଭିନ୍ନ ଷ୍ଟେସନରେ ଯାତ୍ରୀ ସୁବିଧା ଉପରେ ସେମାନେ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ବିଭାଗୀୟ ରେଳ ପରିଚାଳକ ଖୋର୍ଦ୍ଧା ରୋଡ୍ ଏବଂ ବରିଷ୍ଠ ବିଭାଗୀୟ ବାଣିଜ୍ୟ ପରିଚାଳକ ଅମିତେଶ ଆନନ୍ଦ ଉପସ୍ଥିତ ଥିଲେ। ଏମାନଙ୍କ ଗସ୍ତବେଳେ ବିଜେପି, ସଂସ୍କାରବାଦୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପାତ୍ର ପ୍ରଦାନ କରାଯାଇଛି । ଆଜି ଯାଏଁ ତୃଣମୂଳ ସମସ୍ୟା ସମାଧାନ ହୋଇନଥିବା ଅଭିଯୋଗ ହୋଇଛି ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here