ଡକାୟତି ଯୋଜନା ବେଳେ ମାଷ୍ଟରମାଇଣ୍ଡ ଚେରୁ ସମେତ ୬ଗିରଫ , ଖଣ୍ଡା ଓ ବୋମା ଜବତ ।

0
6

ବ୍ରହ୍ମପୁର,୩୦/୦୯/୨୧/(ମହାରାଣୀ ନ୍ୟୁଜ୍): ପୁଲିସକୁ ଖୋଲା ଖୋଲି ଚାଲେଞ୍ଜ କରୁଛି ଡକାୟତି ଗ୍ୟାଙ୍ଗ । କିଛି ଦିନ ହେବ ରେଶମ ସହରରେ କଥା କଥା କେ ବୁଲୁଛି ଖଣ୍ଡା ଫୁଟୁଛି ବୋମ୍  । ଏଥିରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ଡକାୟତି କିମ୍ୱା ଗଣ୍ଡଗୋଳ କମିବାରେ ନାଁ ହିଁ ଧରୁନି । ଗତକାଲି ବିଳମ୍ବିତ ରାତିରେ  ଗୋଷାଣିନୁଆଗାଁ ଥାନା ଅନ୍ତର୍ଗତ ଶକ୍ତି ନଗର ସ୍ଥିତ ଓଁମ ବିହାର ନିକଟରେ ଥିବା ଦୀପକ ରେସିଡେନ୍ସି ଠାରେ ବସି ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ୬ଜଣଯୁବକଙ୍କୁ କାବୁ କରିଛି ଗୋଷାଣିନୁଆଗାଁ ଥାନା ପୁଲିସ । ଗିରଫଯୁବକ ମାନେ ହେଲେ ଲାଠିର ଚେରୁ ଅରଫ୍ ଶ୍ୟାମ ସୁନ୍ଦର ଗୌଡ଼(୨୬) ,ଆଇନା ବନ୍ଧ ସାହିର ଚିକୁ ଅରଫ୍ ଚିନ୍ମୟ ଦାସ(୨୦), ମାଛ ବନ୍ଧ ସାହି ର ମୁଣ୍ଡା ଅରଫ୍ କାଳିଆ ସେଠି(୨୨), ଲକ୍ଷ୍ମୀ ନରସିଂହ ସାହି ର ଅଜୟ ମହାରଣା(୨୫), ପାଣିଗ୍ରାହୀ ପେଣ୍ଠ ସାହିର ଅମର ପାଳ(୨୫) ,ଗୋଷାଣିନୁଆ ଗାଁ ବଡ଼ ସାହି ର ପିଲା କାଳୁ ଅରଫ୍ ସାନ୍ତୁନୁ କୁମାର ଚୋୖଧୁରୀ(୨୭) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁମିତ ସୋରେନ ସୂଚନା ଦେଇଛନ୍ତି । ଗୋଷାଣିନୁଆଗାଁ ଥାନା ର ଏସଆଇ ଜୟନାଥ ପ୍ରଧାନ ତାଙ୍କ  ଟିମ୍ ସହ ବୁଧୁବାର ରାତିରେ ପେଟ୍ରୋଲିଂ କରୁଥିବା ବେଳେ କିଛି ଯୁବକ ଶକ୍ତି ନଗର ସ୍ଥିତ ଓଁମ ବିହାର ନିକଟରେ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ସୁରାକ ମିଳିଥିଲା । ପୁଲିସ ସେଠାରେ ଚଢ଼ଉ କରି ସେମାନଙ୍କ ଠାରୁ ୩ ଖଣ୍ଡା ଓ ୩ବୋମା ,ଦୁଇଟି ବାଇକ୍ ,ଦୁଇଟି ମୋବାଇଲ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରଯାଇଥିବା ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।  ଅଭିଯୁକ୍ତଙ୍କ ଠାରୁ  ଜବତ ହୋଇଥିବା ଦୁଇଟି ବାଇକ୍ ଚୋରି ଗାଡ଼ି ହୋଇଥିବା ସନ୍ଧେହ କରୁଛି ପୁଲିସ । ଏହି ଡକାୟତି ଯୋଜନାରେ ଗିରଫ ହୋଇଥିବା ଚେରୁ  ନାମରେ ପୂର୍ବରୁ ୧୫ଟି ଏବଂ ଅମର ପାଳ ର ୪ ଟି ଅପରାଧିକ ମାମଲା ରହିଛି । ଅନ୍ୟ ଗିରଫ ବ୍ୟକ୍ତି ପ୍ରତ୍ୟେକ ଗୋଟିଏ ମାମଲାରେ ଜଡିତ ଅଛନ୍ତି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ  ମାମଲାର ତଦନ୍ତ ତଦନ୍ତ ଜାରି ରହିଛି । ଏହି ଗ୍ୟାଙ୍ଗରେ ଚେରୁ ମାଷ୍ଟରମାଇଣ୍ଡ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here