ମିସ୍ ଇଣ୍ଡିଆ ଚାମିଂ ଫେସ୍ ୨୦୨୧ରେ ବ୍ରହ୍ମପୁରର ଦୁଇ ଭଉଣି ଶିଳ୍ପା ବିଜେତା, ସନ୍ଧ୍ୟା ହେଲେ ବେଷ୍ଟ ଡିଜାଇନର୍

0
20

ବ୍ରହ୍ମପୁର,୦୩/୧୦/୨୧/(ମହାରାଣୀ ନ୍ୟୁଜ୍): ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହୋଇଥିଲା ଏକ ଆନ୍ତଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା । ଏଥିରେ ବ୍ରହ୍ମପୁର ସହର ଦୁଇ ଭଉଣୀ ଭାଗ ନେଇ ସୁନ୍ଦର ଚେହେରା ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତି ଖଟାଇ ଆପଣାଇ ଥିଲେ ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ଓ ବେଷ୍ଟ ଡ଼ିଜାଇନର ମୁକୁଟ । ବର୍ତ୍ତମାନ ଏହି ଦୁହେଁ ଭଉଣୀଙ୍କ  ଜଲୱା  ଜୟପୁର ବେଶ ଚର୍ଚ୍ଚା ଧରିଛି । ତେବେ ସେପ୍ଟେମ୍ବର ୨୮ ଏବଂ ୨୯ ତାରିଖରେ ରାଜସ୍ଥାନ ର ଜୟପୁରଠାରେ ଆୟୋଜିତ ହୋଇଥିବା ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ୨୦୨୧ରେ ସୋ’ ରେ ବ୍ରହ୍ମପୁର ସହରର ଦୁଇ ଭଉଣୀ ଶିଳ୍ପା ନାୟକ ଓ ସନ୍ଧ୍ୟାରାଣୀ ନାୟକ ନିଜର  ଜଲୱା ଦେଖାଇ ବେଶ ଚର୍ଚ୍ଚିତ ହୋଇଛନ୍ତି । ଏହି ସୋ ରେ ସାନ ଭଉଣୀ ଶିଳ୍ପା  ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ୨୦୨୧ର ବିଜେତା ହୋଇଥିବା ବେଳେ ବଡ଼ ଭଉଣୀ ସନ୍ଧ୍ୟାରାଣୀ ବେଷ୍ଟ ଡ଼ିଜାଇନର ଆୱାର୍ଡ ପାଇଛନ୍ତି । ଉକ୍ତ ସୋ ଟି ତିନୋଟି କେଟୋଗୋରୀର ସୋ ହୋଇଥିଲା । ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ୨୦୨୧,ମିଷ୍ଟର ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ୨୦୨୧ ଏବଂ ମିଷ୍ଟରର୍ସ ଇଣ୍ଡିଆ ୨୦୨୧ ର ସୋ ହୋଇଥିଲା । ଏଥିମଧ୍ୟରୁ ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସରେ ବ୍ରହ୍ମପୁର ର ଝିଅ ଶିଳ୍ପା ନାୟକ ଭାଗ ନେଇଥିଲେ । ଦେଶ ରୁ ବିଭିନ୍ନ ପ୍ରାନ୍ତ ରୁ ପ୍ରାୟ ୪୦ଜଣ ଯୁବତୀ ଏଥିରେ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ନିଜର ବୁଦ୍ଧିମତି ଖଟାଇ  ଶିଳ୍ପା ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ୨୦୨୧ ମୁକୁଟ ଆପଣାଇ ଥିଲେ । ଆୟୋଜିତ ହୋଇଥିବା ସୋ ର ସମସ୍ତ ବିଜେତାଙ୍କ ପାଇଁ ସନ୍ଧ୍ୟାରାଣୀଙ୍କ ଡିଜାଇନ ଡ୍ରେସ ବ୍ୟବହାର ହୋଇଥିଲା । ତେଣୁ ତାଙ୍କୁ ବେଷ୍ଟ ଡ଼ିଜାଇନର ଭାବେ ବିବେଚିତ କରାଯିବା ପରେ  ବେଷ୍ଟ ଡ଼ିଜାଇନର ଆୱାର୍ଡ ପ୍ରଧାନ କରାଯାଇଥିଲା । ସୂଚନାଯୋଗ୍ୟ କି ଆସନ୍ତା କାଲି ବିଶାଖାପାଟଣା ଠାରେ ଆୟୋଜିତ ମିସ ୱାଇଜେଗର କାଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିତାଙ୍କ ପାଇଁ ସନ୍ଧ୍ୟାରାଣୀଙ୍କୁ  ହିଁ ଡ଼ିଜାଇନ ବନେଇବାକୁ ଆମନ୍ତ୍ରଣ ହୋଇଛି । ସବୁ ଠୁଁ ବଡ଼ କଥା ହେଲା ଶିଳ୍ପା ନାୟକ ବର୍ତ୍ତମାନ ତେଲୁଗୁ ଚଳଚିତ୍ରରେ ମଧ୍ୟ ଅଭିନୟ କରୁଥିବା ବେଳେ ତାଙ୍କର ପ୍ରଥମ ତେଲୁଗୁ ଚଳଚିତ୍ର ହନିଟ୍ରାପ ଏବେ ମୁକ୍ତି ଲାଭ କରିଛି । ଏଥିରେ ହିରୋ ରିଶି କୁମାରଙ୍କ ସହ ଶିଳ୍ପା ହିରୋଇନ୍ ଭୂମିକାରେ କାର୍ଯ୍ୟ କରୁଛନ୍ତି । ଲୋକେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଦୁଇ ଭଉଣୀଙ୍କ ଏହି ସଫଳତା ପାଇଁ ଶ୍ରୀଳ୍ପା ଓ ସନ୍ଧ୍ୟା ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ନାୟକ ପରିବାର ସହଯୋଗ ସମେତ ବନ୍ଧୁପରିଜନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଏବଂ ସମସ୍ତଙ୍କ ଭଲ ପାଇବା ଯୋଗୁଁ ଆଜି ସେମାନେ ଏଠାରେ ପହଞ୍ଚି ପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବର୍ତ୍ତମାନ ଏ ଦୁଇ ଭଉଣୀ ୱାଇଜେଗରେ ରହୁଥିବା ବେଳେ ପରିବାର ଲୋକେ ଆଇଆରଲ କୃଷ୍ଣନଗରରେ ରହୁଛନ୍ତି । କଥାରେ ଅଛି କଠିନ ପରିଶ୍ରମ କଲେ ତାକୁ ଏ ସମାଜ ଏକ ସ୍ୱତନ୍ତ୍ର ପରିଚୟ ସହ ସଂମ୍ମାନ ଦିଏ । ଯାହାକୁ ପ୍ରମାଣିତ କରି ଏବେ ଚର୍ଚ୍ଚାରେ ବ୍ରହ୍ମପୁର ର ଦୁଇ ଭଉଣୀ ଶିଳ୍ପା ଓ ସନ୍ଧ୍ୟା ରାଣୀ । ଏମାନେ  ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ୨୦୨୧ ର ମୁକୁଟ ପାଇ ବ୍ରହ୍ମପୁର ସହର ସମେତ ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ।

ରିପୋର୍ଟ:କୃଷ୍ଣ ବେହେରା

LEAVE A REPLY

Please enter your comment!
Please enter your name here