ବିଜେଡ଼ିର ସମ୍ବର୍ଦ୍ଧନା ଉତ୍ସବରେ ୫୦ରୁ ଉର୍ଦ୍ଧ୍ବ ନବ ନିଯୁକ୍ତି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

0
9

ବ୍ରହ୍ମପୁର,୩୧/୧୦/୨୧/(ମହାରାଣୀ ନ୍ୟୁଜ୍)ବିଜୁ ଜନତାଦଳ ଏକ ଶୃଙ୍ଖଳିତ ଆଞ୍ଚଳିକ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳା ଓ ଲୋକାଭିମୁଖୀ କାଯ୍ୟ ଯୋଗୁଁ ସାରା ବିଶ୍ୱରେ ଏହି ଦଳ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି  କରିପାରିଛି । ଯେଉଁମାନେ ଦଳରେ ବିଶୃଙ୍ଖଳିତ ଆଚରଣ କରୁଛନ୍ତି ସେମାନଙ୍କୁ ଦଳରେ ସ୍ଥାନ ନାହିଁ । ସେ ବରିଷ୍ଠ ନେତା  କି  କର୍ମୀ ହୁଅନ୍ତୁ ଦଳର ଶୃଙ୍ଖଳା ଆଗରେ ସମସ୍ତ ସମାନ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ । ବ୍ରହ୍ମପୁର ବିଜେଡି ନବ ନିଯୁକ୍ତି କର୍ମୀଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ସ୍ୱାଗତ କରିଥିବା ବେଳେ ଗଜପତି ନଗର ବିଧାୟକଙ୍କ ବାସଭବନ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ  କରି ଦଳର ଆଭିମୁଖ୍ୟ ଜଣାଇବା ସହ ସଙ୍ଗଠନକୁ ଅଧିକ ମଜବୁତ କରିବାକୁ ଆହ୍ବାନ ଦେଇଛନ୍ତି ବିଧାୟକ ବିକ୍ରମ କୁମାର ପଣ୍ଡା । ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ବିଧାୟକ ବିକ୍ରମ କୁମାର ପଣ୍ଡା,ଜୀବନବିନ୍ଧୁ ସଂଯୋଜକ ସୁବାଷ ମହାରଣା ନବନିଯୁକ୍ତି କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ସେହିପରି  ଉଜ୍‌ବେକିସ୍ତାନର ତାସକେଣ୍ଡଠାରେ ୧୨ତମ ବିଶ୍ଵ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧୂ କରି ୬୦ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ପାଇଥିବା ବ୍ରହ୍ମପୁରର ପୁଅ ଚନ୍ଦନ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସଂଗଠକମାନେ ଲୋକଙ୍କ ନିକଟରେ ପହଞ୍ଚି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାନ୍ତୁ ଏବଂ ସରକାରକୁ ଅଧିକ ଲୋକପ୍ରିୟ କରାଇବାକୁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଛନ୍ତି । ଏହାଛଡା ଆଗାମୀ ଦିନରେ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବା ଯୋଗୁଁ ଦଳର ସ୍ବାର୍ଥ ଦୃଷ୍ଟିରୁ ଆମକୁ ଏକତ୍ରୀତ ହୋଇ କାର୍ଯ୍ୟକରିବାକୁ ଆହ୍ବନ ଦେଇଥିଲେ। ଏହି ଅବସରରେ ଦଳର ରାଜ୍ୟ ଓ ଜିଲ୍ଲାସ୍ତରରେ ଦାୟିତ୍ବ ବହନ କରୁଥିବା  ସମସ୍ତ ନେତା ଓ କର୍ମୀମାନଙ୍କୁ ବ୍ରହ୍ମପୁର ନିର୍ବାଚନ ମଣ୍ତଳୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠନେତା ସୁବାସ ଚନ୍ଦ୍ର ମହାରଣା, ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ, ବରିଷ୍ଠନେତା ଟି.ଗୋପି, ଜେ.ଶଙ୍କର ନାରାୟଣଙ୍କ ଭଳି ବହୁ ନେତା ନିଜନିଜର ବକ୍ତବ୍ୟ ଉପସ୍ଥାପନକରି କିପରି ଆଗାମୀ ଦିନରେ ଦଳ ତୃଣମୂଳସ୍ତରରେ ସୁସ˚ଗଠିତ ହୋଇପାରିବ ସେ ଉପରେ କର୍ମୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା,ରାଜ୍ୟ ବିଜେଡ଼ି ସଭାପତି ତୁମ୍ବନାଥ ପଣ୍ଡା ଜିଲ୍ଲା ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା କୋଷାଧ୍ୟକ୍ଷ ରବୀନ୍ଦ୍ର ସାହୁ,ଜିଲ୍ଲା ମହିଳା ବିଜେଡି ସଭାପତି ସଂଘମିତ୍ରା ଦଳାଇ,ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ କେ.ମାଧବୀ,ଗଞ୍ଜାମ ଜୋନ୍‌ ମହିଳା ସଭାନେତ୍ରୀ ମମତା ବିଷୋୟୀ,ସାଧାରଣ ସମ୍ପାଦକ ରଜନାଥ ମିଶ୍ର, ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅସିତ କୁମାର ସାବତ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମୁକୁନ୍ଦ ଗୌଡ଼,  ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମଳୟ ବିଷୋୟୀ, କୈଳାସ ବିଷୋୟୀ,ନେତାଜୀ ପାତ୍ର,ବିଜୟ ଭାସ୍କର ସିଂ,ରାଜ୍ୟ ସମ୍ପାଦିକା ପ୍ରଜ୍ଞା ପଣ୍ଡା,ରତ୍ନମଣି କର୍ଟନ,ମହାନଗର ମହିଳା ସଭାନେତ୍ରୀ ଡ଼ଃ ସୋନାଲି ଗନ୍ତାୟତ,ମହାନଗର ମମତା ପାତ୍ର,ଏନ୍.ତେତେଶ୍ୱରୀ, ସଂଯୁକ୍ତା ସାମଲ, ଏମ୍ ସୁଜାତା ପାତ୍ର ଲକ୍ଷ୍ମୀପ୍ରିୟା ପାଢ଼ୀ,ମନିତା ଦାସଙ୍କ ସହ ୫୦ରୁ ଉର୍ଦ୍ଧ୍ୱ  କର୍ମକର୍ତ୍ତାଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ନେତା ଜଗନ୍ନାଥ ସାବତ ଧନ୍ୟବାଦ ଜଣାଇଥିଲେ । ଏହାଛଡା କେନ୍ଦ୍ରସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଷ୍ଟ୍ରପତିଙ୍କ ଉର୍ଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା ,ବିଜୟ ସାମଲ , ଉଦୟନାଥ ବେହେରା,ମମତା ବିଷୋୟୀ,ଜ୍ୟୋତ୍ସ୍ନା ନାୟକ, ଜିଲ୍ଲା ଛାତ୍ର ସଭାପତି ଶୋଭନ ନାୟକ,ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା , ଆର.ମୁରଲୀ ମୋହନ , ଦଣ୍ଡପାଣି ନାୟକ , ଅନୀଲ କୁମାର ନାୟକ , ପି.ଆଶାରାଣୀ ,ଉଦ୍ଧବ ବିଷୋୟୀ,ସି.ଏଚ ଗଙ୍ଗାଧର ପାତ୍ର,ଦୁର୍ଗାମାଧବ ପଣ୍ଡା ,  ଦଣ୍ଡପାଣି ସାହାଣୀ, ଭଗବାନ ଗନ୍ତାୟତ,ଏସ୍.ଏ ଖଲ୍ଲିଲ ,ଦୁର୍ଗା ଲାୟକ,  ଶୂନ୍ୟ ଦାସ,  ଯୁବ ସମ୍ପାଦକ ଧିରେସ ସାବତ,  ମଧୁସୂଦନ ରାଓ, ତାପସ ସାହୁ, ସୁର୍ଯ୍ୟକାନ୍ତ ସୁବୁଦ୍ଧି,ନଳିନୀକାନ୍ତଦେବଦର୍ଶୀ,ତେଜ ସ୍ୱାମୀ, ସୁଧାକର ସ୍ୱାମୀ, ରବୀନ୍ଦ୍ର ମିଶ୍ର, ନିଖିଲ ଚୌଧୁରୀ, ଚିନା,ରାଜେଶ ପଟ୍ଟନାୟକ,ସତ୍ୟବ୍ରତ ସାମନ୍ତରାୟ,ଆର୍.କାଶୀ , ଆଦିତ୍ୟ ନାରାୟଣ ସାହୁ ,ଶକ୍ତି ରଂଜନ ସାହୁ, ସଚିନ ପଣ୍ଡା, ରବିନ୍ଦ୍ର ସାହୁ,ଏଙ୍କିଡ଼ି,ଡୋଳାଞ୍ଜନ ନାୟକଙ୍କ ସହ ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ: ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here