ବ୍ରହ୍ମପୁର ରେ ପାନୀୟ ଜଳ ର ସମସ୍ୟା , ମୁଖ୍ୟମନ୍ତ୍ରୀ ଶୁଣିବେ କି?

0
87

ବ୍ରହ୍ମପୁର ( ମହାରାଣୀ ନ୍ୟୁଜ )

ବ୍ରହ୍ମହପୁର ସହର ଦକ୍ଷିଣ ଓଡିଶା ର ପ୍ରାଣକେନ୍ଦ୍ର ସ୍ୱାସ୍ଥ୍ୟ ,ବ୍ୟବସାୟ ପାଇଁ ଦକ୍ଷିଣ ଓଡିଶା ର ସମସ୍ତ ଜ଼ିଲ୍ଲା ର ଲୋକ ବ୍ରହ୍ମପୁର ସହର ଉପରେ ନିର୍ଭର କରନ୍ତି ପ୍ରତିଦିନ ସହର କୁ ହଜାର ହଜାର ଲୋକ ସ୍ୱାସ୍ଥ୍ୟ ,ଶିକ୍ଷା କୁ ବ୍ୟବସାୟ ପାଇଁ ମାଡି ଆସନ୍ତି |ଦିନ କୁ ଦିନ ସହର ଉପରେ ଭଡା ଘର କରି ହଜାର ହଜାର ଲୋକ ବ୍ରହ୍ମପୁର ରେ ରୁହନ୍ତି |ଦେଖାଯାଉଛି ଜାନୁଆରୀ ମଧ୍ୟ ଭାଗ ରୁ ଜୁଲାଇ ମାସ ପର୍ଯ୍ୟନ୍ତ , ସହର ରେ ପିଇବା ପାଣି ର ଉତ୍କଟ ସମସ୍ୟା ଦେଖା ଦେଇଛି | ସାଧାରଣ ଜନତା ପାଣି ଟିକେ ପାଇଁ ଆବଶ୍ୟକ ସ୍ଥଳେ ଦୋକାନ ରୁ କ୍ରୟ କରି ପିଉଛନ୍ତି | ମାନ୍ୟବର ମୁଖ୍ୟମନ୍ତ୍ରୀ ଜାନିବିଲ୍ଲି ଠାରୁ ବ୍ରହ୍ମପୁର କୁ ପାଣି ଯୋଗାଇବା ପାଇଁ ବୃହତ ବଡ ପରିକଳ୍ପନା ଯୋଜନା ଉଦ୍ଘାଟନ କରିସାରିଛନ୍ତି କିନ୍ତୁ ଦୁଃଖ ର ବିଷୟ ଅଦ୍ୟାବଧି ବ୍ରହ୍ମପୁର ର ସମସ୍ତ ୱାର୍ଡ କୁ ପାଣି ଠିକ ଭାବରେ ଆସୁନାହିଁ | କେଉଁଠାରେ ପାଇପ ଫାଟି ପାଣି ବୋହିଯାଉଛି ତା ଆଉ କେଉଁଠାରେ ପାଣି ଆସିବ କହି ଜଗି ଜଗି ଦିନ ସରିଯାଉଛି | ସାଧାରଣ ରେ ଆଲୋଚନା ରେ ବିଷୟ ମୁଖ୍ୟମନ୍ତ୍ରୀ ନିଜ ହାତରେ ଉଦ୍ଘାଟନ କରିଲା ପରେ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ ଭାବେ କାର୍ଯ୍ୟକ୍ୟମ ହୋଇନାହିଁ | ବ୍ରହ୍ମପୁର ବାସି ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଶୁଭ ଦୃଷ୍ଟି କେବେ ପଡିବ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି |

ରିପୋର୍ଟ ; ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here