ପବିତ୍ର ମହାଶିବରାତ୍ରି ରେ ଭକ୍ତ ଆଉ ଭଗବାନଙ୍କ ଅପୁର୍ବ ସଙ୍ଗମ

0
35

ବ୍ରହ୍ମପୁର ( ମହାରାଣୀ ନ୍ୟୁଜ )

ସାରା ଦେଶରେ ହିନ୍ଦୁ ମାନଙ୍କ ଆସ୍ଥାର ପର୍ବ ମଧ୍ୟରୁ ମହା ଶିବରାତ୍ରି ହେଉଛି ଏକ ପରମ୍ପରା ଭିତ୍ତିକ ମୁଖ୍ୟ ପର୍ବ । ଗତବର୍ଷ ଏହି ପର୍ବରୁ ସମଗ୍ର ଦେଶବାସୀ ବଞ୍ଚିତ ଥିବାବେଳେ ଚଳିତ ବର୍ଷ ଅର୍ଥାତ ଆଜି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ହୋଇଛି ଅପୁର୍ବ ସଙ୍ଗମ । ଏହି ଅବସରରେ ବ୍ରହ୍ମପୁର ସହର ସମେତ ଏହାର ଆଖପାଖ ସ୍ଥାନ ମାନଙ୍କ ଗୁଡିକରେ ମଧ୍ୟ କୋବିଡ଼ କଟକଣା ନିୟମ ଆନୁଯାଇ ବେଶ୍ ନିରାଡ଼ମ୍ବର ସହ ଏହି ପବିତ୍ର ଶିବରାତ୍ରି ପର୍ବ ପାଳନ ହୋଇଛି । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସମସ୍ତ ଏହି ଶୈବ ପୀଠରେ ଆଜି ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଅଷ୍ଟ ସମ୍ଭୁ ମଧ୍ୟରୁ ଗୋଳନ୍ଥରା ଗ୍ରାମ ନିକଟରେ ଥିବା ପ୍ରଭୁ ଇଶାନେଶ୍ୱର ମହାଦେବଙ୍କ ପିଠରେ ମଧ୍ୟ ଆଜି ଭକ୍ତ ଆଉ ଭଗବାନଙ୍କ ଅପୁର୍ବ ସଙ୍ଗମ ଦେଖିବାକୁ ମିଳିଛି ।
କୋବିଡ଼ କଟକଣା ହେତୁ ଶାନ୍ତି ଶୃଙ୍ଖଳାରେ ବ୍ୟାରିକେଡ ଦେଇ ଭକ୍ତଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉଥିବା ବେଳେ ସମସ୍ତ ଶ୍ରଦ୍ଧାଳୁ ଯେପରି ମାସ୍କର ବ୍ୟବହାର କରିବେ ସେଥିଲାଗି ମଧ୍ୟ ମନ୍ଦିର କମିଟି ପକ୍ଷରୁ ଧ୍ୟାନ ଦିଆ ଯାଉଛି । ରିତିକାନ୍ତି ଆନୁଯାଇ ଆଜି ଏହି ଶୈବ ପୀଠରେ ଶିବରାତ୍ରି ପାର୍ବଣ ପାଳନ ହେଉଥିବା ଦେଖିବାକୁ ମିଳିଥିଲା । ଭକ୍ତଙ୍କୁ ଧାଡି ମାଧ୍ୟମରେ ମହାଦେବଙ୍କ ଦର୍ଶନ ଲାଗି କମିଟି ପକ୍ଷରୁ ସଚେତନା କରାଯାଉଥିବା ସହ ଜନ ଗହଳି ନ କରିବା ଲାଗି ମଧ୍ୟ ବର୍ତା ଦିଆ ଯାଉଥିବା ଦେଖିବାକୁ ମିଳିଛି । ଏପଟେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଗହଳିକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନିଆ ଯାଇଛି । ସେହିପରି ବ୍ରହ୍ମପୁର ସାନ ବଜାର ରେ କପିଳେଶ୍ୱର ମହାଦେବ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିରରେ ପରିସରରେ ଭକ୍ତଙ୍କ ଦ୍ୱାରା ଦୀପ, ଧୂପ ସହ ଭୋଗଲାଗି ହେଉଥିବା ବେଳେ ମନ୍ଦିର ମଧ୍ୟରେ କେବଳ ପ୍ରଭୁ ଭୋଳା ଶଙ୍କରଙ୍କ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ଦିଆ ଯାଇଥିଲା । ତେବେ ମନ୍ଦିର କମିଟି ପକ୍ଷରୁ କୋବିଡ଼ କଟକଣା କୁ ଦୃଷ୍ଟି ରେ ଶାନ୍ତି ଶୃଙ୍ଖଳାରେ ଶିବରାତ୍ରି ପାଳନ ନିମନ୍ତେ ଭକ୍ତଙ୍କୁ ଅନୁରୋଧ କରାଯାଇଛି । ଶ୍ରଦ୍ଧାଳୁ ମାନେ କୋରନା ମହାମାରୀ ର ଭୟ ଏ ସଂସାର ରୁ ଉଭେଇ ଯିବା ପାଇଁ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମହାଦେବଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ରେ ମହାଦୀପ ଦର୍ଶନ କୁ ବାରଣ କରାଯାଇଛି । ଆଜି ରାତି ୧୦:୭ ସମୟ ରେ ମହାଦୀପ ଉଠିବ କିନ୍ତୁ ଶ୍ରଦ୍ଧାଳୁଙ୍କ ସଂକଳ୍ପ ଦୀପ କୁ ରୋକ୍ ଲଗାଇଛି ପ୍ରଶାସନ । ସେହିପରି ବ୍ରହ୍ମପୁର ସହରରେ ଥିବା ସମସ୍ତ ଶୈବ ପିଠ ଗୁଡିକରେ ସରକାର ଙ୍କ ଗାଇଡ଼ ଲାଇନ ଅନୁଯାଇ କଟକଣା ମଧ୍ୟରେ ଏହି ପର୍ବ ପାଳନ କରିଛନ୍ତି ଶ୍ରଦ୍ଧାଳୁ ।

ରିପୋର୍ଟ-ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here