ସବୁଠାରୁ କ୍ଷୁଦ୍ରତମ ଶିବ ମୂର୍ତ୍ତି ନିର୍ମାଣ କଲେ ସତ୍ୟ ଓ ଦିଲୀପ

0
63

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ପୂର୍ବରୁ ବହୁ କଳାକୃତି ମାଧ୍ୟମରେ ବହୁ ରେକର୍ଡ ସୃଷ୍ଟି କରିଥିବା ବ୍ରହ୍ମପୁରର ସତ୍ୟ ମହାରଣା ପୁଣି ଆଉ ଏକ ରେକର୍ଡ ଦୌଡ଼ରେ । ପୂର୍ବରୁ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କରି ୱାଲ୍ଡ ରେକର୍ଡ ସେଣ୍ଟର ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୧୭ ରେ ବିଶ୍ୱ ରେକଡ୍ କରିଥିବା ବେଳେ ପୁଣି ଆଉ ଏକ ଛୋଟ ଶିବ ମୂର୍ତ୍ତି କରି ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି । ବର୍ତ୍ତମାନ କାଠରେ ନିର୍ମିତ ୩ଟି ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ବେଳେ, ଚକ୍ ରେ ୪ ଟି, ପଥର ୧ ଶିବ ମୂର୍ତ୍ତି, ପଥରରେ ୧ ଶିବଲିଙ୍ଗ, କାଠରେ ୧ ଶିବଲିଙ୍ଗ, ଏବଂ ଚକ୍ ରେ ୧ ଶିବ ଲିଙ୍ଗ ନିର୍ମାଣ କରିଛନ୍ତି ବିଶ୍ଵ ର ସବୁଠାରୁ ଛୋଟ ଶିବ ମୂର୍ତ୍ତି ଓ ଶିବଲିଙ୍ଗ ନିର୍ମାଣ କରିଥିବା କହିଛନ୍ତି । ଯାହାର ଉଚ୍ଚତା ଦେଖିବାକୁ ବହୁତ ଛୋଟ ରହିଛି।
ଚକ୍ ରେ ନିର୍ମିତ ଏହି ଶିବ ମୂର୍ତ୍ତିର ଉଚ୍ଚତା ୧.୨ ସେମି, ୨.୭ ସେମି, ୩ସେମି ଓ ୧ ଇଞ୍ଚର ସମସ୍ତ ପ୍ରତିମୂର୍ତ୍ତି ରହିଥିବା ବେଳେ
କାଠରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ୫ମିମି, ୧.୩ ସେମି ଓ ୪.୨ସେମି ରହିଛି ।
ଏହାସହ ପଥରରେ ନିର୍ମିତ ଶିବଲିଙ୍ଗ ଉଚ୍ଚତା ରହିଛି ୭ମିମି । ମହା ଶିବରାତ୍ରୀ ଉପଲକ୍ଷେ ଏହି ସମସ୍ତ କଳାକୃତି ସମର୍ପିତ କରିଥିବା ସତ୍ୟ କହିଛନ୍ତି । ସେହିଭଳି ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ନିଜ ନାମ ସ୍ଥାନିତ କରିଥିବା ବ୍ରହ୍ମପୁର ସାନ ରେଡିକା ସାହିର ଭଗବାନ ମହାରଣାଙ୍କ ପୁଅ ଦିଲ୍ଲୀପ ମହାରଣା ୧ଇଞ୍ଚ ବିଶିଷ୍ଟ କାଠରେ ନିର୍ମାଣ କରିଛନ୍ତି କ୍ଷୁଦ୍ରତମ ଶିବ ମୂର୍ତ୍ତି ଏବଂ ୨ ସେମି ମାର୍ବଲରେ ନିର୍ମିତ ଶିବ ଲିଙ୍ଗ । ପୂର୍ବରୁ ସେ ୯ ଇଞ୍ଚ ବିଶିଷ୍ଟ ବିଶ୍ଵକର୍ମା ମୂର୍ତ୍ତି, ଅଭିମନ୍ୟୁ ମୂର୍ତ୍ତି, ହନୁମାନ ମୂର୍ତ୍ତି କରିଥିବାବେଳେ ୪ଇଞ୍ଚ ର ସାଇକେଲ, ହାତ ଘଣ୍ଟା ଓ ୩.୫ ଇଞ୍ଚର ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଏହି ଦୁଇ କଳାକାର ଶିବରାତ୍ରି କୁ ଦୃଷ୍ଟିରେ ରଖି ଏହି ସମସ୍ତ ମୂର୍ତ୍ତି ନିର୍ମାଣ କରିଥିବା କହିଛନ୍ତି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here