ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି

0
23

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )

ରାଜ୍ୟରେ ନୂତନ ଟ୍ରାଫିକ ଆଇନ ଲାଗୁ ହେବା ପରେ ପୋଲିସର ଧରପଗଡ଼ ଜୋରଦାର ଚାଲିଛି । ନିୟମ ଖିଲାପକାରୀ ଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ବିଶେଷ କରି ଗାଡି ଚଳାଇଲା ବେଳେ ହେଲମେଟ ବ୍ୟବହାର ନେଇ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବା ସହ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଠାରୁ ତଣ୍ଡ ଆଦାୟ କରୁଛି ପୋଲିସ। ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ରୁ ଆଜି ପୁରଣା ବସ୍ ଷ୍ଟାଣ୍ଡ ଛକ ଠାରେ ଗାଡି ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଆଇନ ଉଲଂଘନ ଅଭିଯୋଗରେ ୨୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରଯାଇଥିବା ଏହି ପରି ସହର ବିଭିନ୍ନ ଛକ ଠାରେ ଗାଡ଼ି ଯାଞ୍ଚ କରି ଏକ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ତେବେ ମୋଟ ଏକ ଲକ୍ଷ ୨୯ ହଜାର ୫୦୦ ଟଙ୍କା ଆଦାୟ ହୋଇଥିବା ବେଳେ ନିୟମ ଭଙ୍ଗ କରିଥିବା ରୁ ୨୩ଟି ଲାଇସେନ୍ସ ରଦ୍ଧ ପାଇଁ ସୁପାରିଶ ହୋଇଥିବା ଟ୍ରାଫିକ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବାରମ୍ବାର ସଚେତନତା କରାଯାଇଥିଲେ ମଧ୍ୟ ଲୋକେ ବିନା ହେଲମେଣ୍ଟ ରେ ଖୁଲାମ ଖୁଲା ନିୟମକୁ ଖାତିର ନକରି ବୁଲୁଥିବାର ଦେଖିବାକୁ ମିଳୁଛି। ଯାହା ଫଳରେ ପୋଲିସ ପକ୍ଷରୁ ହଜାର ହଜାର ଟଙ୍କା ପ୍ରତିଦିନ ଜୋରିମାନା ଆଦାୟ କରାଯାଉଛି । ଏହି ପରିପେକ୍ଷରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ହେଲମେଣ୍ଟ ପରିଧାନ କରିବାକୁ ପୋଲିସ ପକ୍ଷରୁ ଅମାନିଆ ଙ୍କୁ ପରାମର୍ଶ ଦିଆଯିବା ସହ ସଚେତନ କରାଯାଉଛି।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here