କୋଭିଡ କଟକଣା ରେ ଦଣ୍ଡନାଚକୁ ମିଳିଲା ସର୍ତ୍ତମୂଳକ ଅନୁମତି ,ଦଣ୍ଡୁଆ ଏବଂ ସ୍ଥାନୀୟ କଳାକାର ଙ୍କୁ ନେଇ ହେବ ଦଣ୍ଡଯାତ୍ରା ଏବଂ ମଞ୍ଚ ନାଟକ ପରିବେଷଣ…

0
170

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଦଣ୍ଡନାଚକୁ ମିଳିଲା ସର୍ତ୍ତମୂଳକ ଅନୁମତି। କଭିଡ ଗାଇଡଲାଇନ୍ ମଧ୍ୟରେ ମାନସିକଧାରି ଘର ସମ୍ମୁଖରେ ଦଣ୍ଡ କାମନା କରିବା ଲାଗି ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି।ପାଖେଇ ଆସୁଛି ଚୈତ୍ର ମାସ। ପ୍ରସ୍ତୁତ ହେଉଛନ୍ତି ଦଣ୍ଡୁଆ .. ଏଥର କୋରୋନା କଟକଣା ମଧ୍ୟରେ ଗଞ୍ଜାମ ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡନୃତ୍ୟ ହେବ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ କେତେକ ସର୍ତ୍ତ ରଖିଛନ୍ତି। ପୂର୍ବ ପରି ଦଣ୍ଡନାଚ ହେବ କିନ୍ତୁ ରାତିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ।ସାଂସ୍କୃତିକ କାର୍ଯ୍ୟକ୍ରମ (Cultural Programe) ସହ ଦଣ୍ଡ ନୃତ୍ୟରେ ବାହାର ଜିଲ୍ଲାବାସୀଙ୍କ ସାମିଲ ଉପରେ ମଧ୍ୟ କଟକଣା ଲଗାଯାଇଛି। ଓଡ଼ିଆ ମେଲୋଡି କିମ୍ବା ଗୃପ ଡ୍ୟାନ୍ସ ପାଇଁ ସମ୍ପୂର୍ଣ ବାରଣ କରାଯାଇଛି |ଅବଶ୍ୟ ବହିର ଆବଶ୍ୟକତା ନେଇ ନାଟକ ଭିତରେ କିଛି ନାଟ ହୋଇପାରିବ |ସେହିପରି ନାଟକ ପ୍ରାରମ୍ଭରେ ଓ ମଝିରେ ମଝିରେ କରୋନା ସଚେତନତା ବିଷୟରେ ଦୃଶ୍ୟ ପରିବେଷଣ ହେବ |60w ଭିତରେ ସାଉଣ୍ଡ ରହିବ ଅଶ୍ଲିଳ ଦୃଷ୍ୟଭଙ୍ଗି ରହିବ ନାହିଁ |ରାଜ୍ୟ ବାହାରେ କିମ୍ବା ପ୍ରବାସୀ ଓଡ଼ିଆ କଳାକାରଙ୍କୁ ଅଗ୍ରାହ୍ୟ |୨ଶହ ଲୋକଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ପ୍ରଦାନ କରାଯାଇଛି |ତାଠୁ ଯଦି ଅଧିକ ହେଲେ ,ତେବେ ଆୟୋଜକ ଦାୟୀ ରହିବେ ବୋଲି ନିର୍ଦେଶନାମା ରେ ଜିଲ୍ଲା ପ୍ରଶାସନ ଦର୍ଶାଇଛି |ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ବାଇଟ୍- ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here