ଗଞ୍ଜାମ :-ବ୍ରହ୍ମପୁର ଏବଂ ଛତ୍ରପୁର ପାଲଟିଛି ଅପରାଧୀ ଙ୍କ ଅଡ୍ଡା ସ୍ଥଳ ,ପୋଲିସ ଶୋଇଛି କୁମ୍ଭକର୍ଣ୍ଣ ନିଦ..?

0
107

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ବ୍ରହ୍ମପୁର ସହର ଏବେ ଅପରାଧୀ ମାନଙ୍କର ଅଡ୍ଡା ସ୍ଥଳ ପାଲଟିଛି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବାଲିଘାଟ ମାଫିଆ ,ମଦ ମାଫିଆ ଦାଦାଗିରି ସାଙ୍ଗକୁ ରାହାଜାନି ବଢ଼ିବାରେ ଲାଗିଛି |ଅପରାଧୀ ମାନେ ସର୍ତ୍ତ ମୂଳକ ଜାମିନ ରେ ଆସି ବ୍ରହ୍ମପୁର ସହର କୁ ନଆସି ଏହାର ଆଖପାଖ ସହର ରେ ନିଜର ଅଡ୍ଡା ସ୍ଥଳ ବନାଇଛନ୍ତି ଯଥା ଛତ୍ରପୁର ,ଦିଗପହଣ୍ଡି ,ଖଲ୍ଲିକୋଟ ,କନିସି ଏବଂ ଆସିକା ଅଂଚଳ ରେ ରହି ଗଂଜାମ ଜିଲ୍ଲା ରେ ଅପରାଧୀକ କାର୍ଯ୍ୟ କୁ ନିୟନ୍ତ୍ରଣ କରୁଛନ୍ତି |

ଛତ୍ରପୁର ର ବାଇପାସ ଚାରିଛକ ଯାହାକୁକୀ DRDA କୁ ଯିବା ଛକ ଗୋପାଳପୁର ପୋର୍ଟ ଯିବା ରାସ୍ତା ଯେଉଁ ଛକ ଅଛି ତାହାର ନିକଟରେ ରାହାଜାନି ,ଚୋରି ଏବଂ ଜୁଆ ଖେଳ ପାଇଁ ଏକ ଅଡ୍ଡା ଘର ରଖି ଅସାମାଜିକ ଯୁବକ ମାନଙ୍କୁ ଏକତ୍ରିତ କରି ବହୁ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି |ଜିଲ୍ଲା ମୁଖ୍ୟ SP ଙ୍କ କାର୍ଯ୍ୟାଳୟ ମାତ୍ର କେଇ ବାଟ ?ପୋଲିସ ଜାଣିଶୁଣି ଅପରାଧିକ କାର୍ଯ୍ୟକୁ କେଉଁ ସ୍ୱାର୍ଥରେ ପୋଲିସ ଜାଣିଶୁଣି କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଛି ବୋଲି ସାଧାରଣ ରେ ଆଲୋଚନା ରେ ବିଷୟ ପାଲଟିଛି |

ରିପୋର୍ଟ :ଅଶୋକ ରାଉତରାୟ

LEAVE A REPLY

Please enter your comment!
Please enter your name here