ଭଞ୍ଜନଗର ଶିକ୍ଷା ଅଧିକାରୀ ଓ ସି.ଆର୍.ସି.ସି ମାନଙ୍କ ସମୂହ ଭାବେ ପୋଷ୍ୟ ବିଦ୍ୟାଳୟ ଗ୍ରହଣ କରିବାକୁ ପ୍ରୟାସ ଆରମ୍ଭ

0
31

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ସଂପ୍ରତି ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ସ୍ବଇଛାରେ ନେତା,ମନ୍ତ୍ରୀ ତଥା ଅଫିସରମାନେ ବିଭିନ୍ନ ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରୁଛନ୍ତି । ସେହି କ୍ରମରେ ଭଞ୍ଜନଗର ବ୍ଳକରେ କାର୍ଯ୍ୟରତ ଶିକ୍ଷା ଅଧିକାରୀ ଓ ସି.ଆର୍.ସି.ସି ମାନେ ବିଭିନ୍ନ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିବାକୁ ସମୂହ ନିଷ୍ପତ୍ତି ନେଇ ଇମେଲ ଜରିଆରେ ମୋ ସ୍କୁଲ ପରିଚାଳନା ସଂଗଠନ ର ପ୍ରକଳ୍ପ ନିର୍ଦ୍ଦେଶକ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଡି.ଇ.ଓ ଙ୍କୁ ପ୍ରେରଣ କରିଥିବା ଜଣାପଡିଛି। ଗତ ବ୍ଳକ ରିଭ୍ୟୁ ମିଟିଂରେ ବି.ଇ.ଓ ଏସ ଧନଞ୍ଜୟ ଙ୍କ ପ୍ରସ୍ତାବ କ୍ରମେ ସମସ୍ତ ସି.ଆର୍.ସି.ସି ଏ.ବି.ଇ ଓ ତଥା ବି.ଆର୍.ସି.ସି ଏହି ସମୂହ ନିଷ୍ପତ୍ତି ନେଇଥିଲେ ଓ ତାହାକୁ ପରେ ଇମେଲ କରି ଆରମ୍ଭ କରିଛନ୍ତି । ମୋ ସ୍କୁଲ ପରିଚାଳନା ସଂଗଠନ ତରଫରୁ ଏହି ପୋଷ୍ୟ ସ୍କୁଲ ଗ୍ରହଣରେ ମୋହର ବାଜିଲେ ସମସ୍ତେ ଯଥା ସମ୍ଭବ ସମୟ ଦେଇ ନିଜେ ଗ୍ରହଣ କରିଥିବା ପୋଷ୍ୟ ସ୍କୁଲର ଉନ୍ନତି କରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଏହି ପୋଷ୍ୟ ସ୍କୁଲ ଗ୍ରହଣ କରିବା ପରେ ବ୍ୟକ୍ତି ଜଣକ ନିଜେ ଆର୍ଥିକ ସହଯୋଗ ଦେବା ସହ ଅନ୍ୟ ଆଲୁମିନ, ଗ୍ରାମବାସୀ ତଥା ପଞ୍ଚାୟତ ରାଜ ବିଭାଗ ସଦସ୍ୟଙ୍କୁ ଅଭିପ୍ରେରିତ କରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଯତ୍ ପରୋନାସ୍ତି ସହଯୋଗ କରିବେ । ଜଣେ ବାପା ଯେପରି ନିଜ ସନ୍ତାନର ମଙ୍ଗଳ ପାଇଁ ଆର୍ଥିକ, ମାନସିକ ,ଶାରୀରିକ ଶ୍ରମ ଦାନ କରିଥାଏ ଠିକ ସେପରି ସେ ବିଦ୍ୟାଳୟର ଉନ୍ନତି, ପାଠପଢ଼ା ଦେଖିବା ଆଦି ସହ , ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମୟାନୁବର୍ତ୍ତୀ ହେବା ଏବଂ ଗ୍ରାମବାସୀଙ୍କ ସହ ଉତ୍ତମ ସଂପର୍କ ତଥା ସହଯୋଗ ରକ୍ଷା କରିବା ଆଦି ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ଆଦି ଜାରି ରଖିବେ । ପୋଷ୍ୟ ବିଦ୍ୟାଳୟ ଗ୍ରହଣ ପାଇଁ ପ୍ରଥମେ ନିଜେ ପାଠ ପଢିଥିବା ବିଦ୍ୟାଳୟ କୁ ଗ୍ରହଣ କରିବା ସହ ଗୋଟିଏ ବିଦ୍ୟାଳୟକୁ ସର୍ବାଧିକ ଚାରିଜଣ ବ୍ୟକ୍ତି ପୋଷ୍ୟ ରୂପେ ଗ୍ରହଣ କରିବା ବ୍ୟବସ୍ଥା ରହିଛି । ବି.ଇ.ଓ ଏସ୍ ଧନଞ୍ଜୟ ନିଜ ପାଠପଢା ସ୍କୁଲ ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ ପାଟିକୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିବାକୁ ପଦକ୍ଷେପ ନେଇଥିବା ବେଳେ ଏ.ବି.ଇ.ଓ ଜଗବନ୍ଧୁ ଜେନା ବାହାଡପଦର ନୋଡାଲ ଉଚ୍ଚ ବିଦ୍ୟାଳୟ, ବି.ଆର୍.ସି.ସି ହୃଷିକେଷ ସ୍ବାଇଁ ରାଇପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଏ.ବି.ଇ.ଓ ସୂର୍ଯ୍ୟ ନାଇକ ପାଟରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପୋଷ୍ୟ ରୂପେ ଗ୍ରହଣ କରିବା ପାଇଁ ଆବେଦନ କରିଥିବା ଜଣାପଡିଛି । ସେହିପରି ସି.ଆର୍.ସି.ସି ଭଗବାନ ଭୂୟାଁ ନିଧିଆ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ,ତ୍ରିନାଥ ବେହେରା ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟ,ମୋହନ ସାହୁ ବାଉଁଶଲୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଆଦିକନ୍ଦ ଗୌଡ ତୁରୁମୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଦେବୀ ପ୍ରସାଦ ଦାସ ଦୋମୁଁହାଣି ଶ୍ରୀରାଙ୍ଗୁ ପାତ୍ର ଉଚ୍ଚ ବିଦ୍ୟାଳୟ,ସୁନିଲ କୁମାର ପାଣି ବି.ତଳସାହି ପ୍ରାଥମିକ ବିଦ୍ୟାଳୟ କୁଲାଡ,ରାଘବ ନାୟକ ଶାଳୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ,ନାରାୟଣ ମହାପାତ୍ର ଶ୍ରୀରାମ ନଗର ପ୍ରାଥମିକ ବିଦ୍ୟାଳୟ ,ସନ୍ତୋଷ କୁମାର ସାହୁ ଜାମ ପଲ୍ଲୀ କନ୍ଧ ସାହି ପ୍ରାଥମିକ ବିଦ୍ୟାଳୟ,ମନୋଜ କୁମାର ପାଳ ଅଭ୍ୟାସ ନିମ୍ନ ମୌଳିକ ବିଦ୍ୟାଳୟ ବିଦ୍ୟାଳୟ ଭଞ୍ଜନଗର,ସନ୍ତୋଷ କୁମାର ଗୌଡ କାଦଲୁଣ୍ଡି ପ୍ରାଥମିକ ବିଦ୍ୟାଳୟ,ସନ୍ତୋଷ କୁମାର ସାହୁ ଦୋମୁଁହାଣି ଶ୍ରୀରାଙ୍ଗୁ ପାତ୍ର ଉଚ୍ଚ ବିଦ୍ୟାଳୟ ,ସୁରେନ୍ଦ୍ର ପ୍ରଧାନ କେ ନବଗୋଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମନୋଜ କୁମାର ଗୌଡ ଢେପ ସାହି ପ୍ରାଥମିକ ବିଦ୍ୟାଳୟ,ବୃନ୍ଦାବନ ସେଠୀ ବିରିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଭାସ୍କର ନାୟକ ଭୁରୁଡୁ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ କୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିବାକୁ ଇ-ମେଲ୍ କରିଥିବା ଜଣାପଡିଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here