ଆଜିର ମୁଖ୍ୟ ଖବର ସଂକ୍ଷିପ୍ତରେ…

0
28

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ତା :16/03/21

୧-ଅନଲାଇନରେ ଗାଈ ବିକ୍ରି କରିବା ପଡ଼ିଲା ମହଙ୍ଗା । ସାଇବର ଠକାମୀର ଶିକାର ହୋଇ ୧୦ ଲକ୍ଷ ହରାଇଲେ ଭୁବନେଶ୍ୱରର ଜଣେ ଯୁବକ ଦେବାଶିଷ ସାହୁ ।

୨-କୋଭିଡ୍‌ ଚିକିତ୍ସା ତଥ୍ୟ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ : ଘରୋଇ ହସ୍‌ପିଟାଲ ଖର୍ଚ୍ଚ ୪୮୦ କୋଟି ।

୩-ଆଗାମୀ ଦିନରେ ମୋଦୀଙ୍କୁ ଭଗବାନ ଭଳି ପୂଜା କରିବେ ଲୋକେ, ଜୟ-ଜୟକାର କରିବେ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

୪–କାର୍‌ରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା : ସ୍କେଲିଟନ୍‌ ଫଟୋରୁ ତିଆରି ହେବ ମହିଳାଙ୍କ ସ୍କେଚ୍, ପଠାଗଲା ବେଙ୍ଗାଲୁରୁ ।
୫-ତାମିଲନାଡୁ: ନିର୍ବାଚନ ପ୍ରଚାର ବେଳେ କମଲ ହାସନଙ୍କ ଗାଡ଼ି ଉପରେ ‘ଆକ୍ରମଣ’ ।

୬-ଉଦଘାଟିତ ହେଲା କୃଷି ମହାକୁମ୍ଭ ‘କୃଷି ଓଡିଶା’ । ୫ ଦିନିଆ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

୭-ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଜସପ୍ରୀତ୍‌ ବୁମରା। ସୋମବାର ଦିନ ବୁମରା ଟିଭି ପ୍ରେଜେଣ୍ଟର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। 

୮-ଯଦି ନୋଟାକୁ ଅଧିକ ଭୋଟ୍ ମିଳୁଛି, ତେବେ କ’ଣ ପାଇଁ ପୁନର୍ବାର ନିର୍ବାଚନ କରାଯିବ ନାହିଁ ? କେନ୍ଦ୍ର ଓ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ।

୯-ସୋପିଆନ୍‌ରେ ଏନକାଉଣ୍ଟର: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ୍‌ କମାଣ୍ଡର ସଜାଦ ଆଫଗାନୀ ସମେତ ୨ ଆତଙ୍କବାଦୀ ନିପାତ ।

୧୦-ବଟଲା ହାଉସ ଏନକାଉଣ୍ଟର: ଦିଲ୍ଲୀ ପୁଲିସ ଇନସ୍ପେକ୍ଟରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅରିଜ ଖାନକୁ ମିଳିଲା ଫାଶୀ ଦଣ୍ଡ ।

୧୧-ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଲେ, ରାଜ୍ୟରେ ଦିନକୁ ହେବ ୭୩୦୦ ଆରଟିପିସିଆର ଟେଷ୍ଟ ।

୧୨-ଦିଲ୍ଲୀ ସରକାରର ଅର୍ଥ ‘ଉପ ରାଜ୍ୟପାଳ’: ଲୋକସଭାରେ ବିଲ୍ ଉପସ୍ଥାପନ କଲେ କେନ୍ଦ୍ର ସରକାର, କମିବ ମୁଖ୍ୟମନ୍ତ୍ରୀଙ୍କ ଶକ୍ତି, କ୍ଷୁବ୍ଧ ହେଲେ କେଜ୍ରିଓ୍ଵାଲ ।

୧୩-ଚିନ୍ତା ବଢାଇଲା କରୋନା ! ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ମାର୍ଚ୍ଚ ୧୭ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ।

୧୪-ସାନିଟାଇଜର ବିବାଦ ଓ ମଣ୍ଡି ସମସ୍ୟାକୁ ନେଇ ଅଚଳ ବିଧାନସଭା । ବିଜେଡିର ଦାବି, କ୍ଷମା ମାଗନ୍ତୁ ବିଜେପି ବିଧାୟକ ।
୧୫-ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କମିଶନରେଟ୍‌ ପୁଲିସ ଜରି କଲା ହ୍ବାଟ୍‌ସଅପ ନମ୍ବର ୭୦୭୭୭୯୮୧୧୧ ।

୧୬-ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ଠିଆ ହୋଇଥିବା ବେଳେ ୩ଟି ବସରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

୧୭-ମମତା ବାନାର୍ଜୀ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କଲା ବିଜେପି ।

୧୮-ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା: ‘ରାବଣପୋଡ଼ି’ ରାତିର କଳା କାହାଣୀ ବଖାଣିଲା ବିକ୍ରମାଦିତ୍ୟ ।

୧୯-ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବୋମା ଭର୍ତ୍ତି କାର ଜବତ ଘଟଣା । ମୁମ୍ବାଇର ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ରିମାଣ୍ଡରେ ନେଲା ଏନଆଇଏ ।

ରିପୋର୍ଟ :ଅଶୋକ ପ୍ରଧାନ

LEAVE A REPLY

Please enter your comment!
Please enter your name here