ଲଟେରୀ ନିର୍ଦ୍ଧାରିତ କରିବ ଆଜି ପାଣି ପାଇବ କିଏ ??

0
36

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ତା :16/03/21

ମାତ୍ର ୧୫ ମିନିଟ୍ ପାଇଁ ଆସେ ପାଇପ୍ ପାଣି । ସେଥିପାଇଁ ଆଗରୁ ଧାଡ଼ିରେ ଥିବ ହାଣ୍ଡି , ମାଠିଆ ହାଣ୍ଡି , ମାଠିଆର କ୍ରମାଙ୍କକୁ ଧରି ହେବ ଲଟେରୀ । ଲଟେରୀ କ୍ରମ ଅନୁସାରେ ଧାଡ଼ିରେ ଥିବା ମହିଳା ନେବେ ପାଣି । ସେହି ୧୫ ମିନିଟ ଭିତରେ ଯିଏ ପାଇଲା ତାର ଭାଗ୍ୟ । ପୁଣି ପରଦିନକୁ ଅପେକ୍ଷା । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ଗଞ୍ଜାମ ଜିଲ୍ଲା ସଦର ମହକୁମାର ଛତ୍ରପୁର ସହରର ଘଟଣା । ୱାର୍ଡ- ୩ ଷ୍ଟେସନ୍ ରୋଡ଼ ବାସିନ୍ଦାଙ୍କ ଏହା ହେଉଛି ଜଳ ଯନ୍ତ୍ରଣା । ସାହିରେ ରହୁଛନ୍ତି ୨୦ରୁ ଅଧିକ ପରିବାର । ଏଣୁ ମହିଳାମାନେ ପାଣି ଆସୁ ଆସୁ କିଏ ନେବ ଓ କେତିକି ନେବ ସେ ନେଇ ବାରମ୍ବାର ଝଗଡ଼ା ହେଉଥିଲା । ବାରମ୍ବାର ଅଭିଯୋଗ ସଙ୍ଗେ ନା ପ୍ରଶାସନ ନା ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପ୍ରତିକାର ପଦକ୍ଷେପ ଗ୍ରହଣ କଲେ ନାହିଁ । ଶେଷକୁ ବାଧ୍ୟ ହୋଇ ଅଞ୍ଚଳବାସୀ ନିଜେ ସମାଧାନର ପନ୍ଥା ନିଜେ ବାହାର କଲେ । ଲଟେରୀ ପକାଇଲେ , ଯାହାର ଯେଉଁ ନମ୍ବର ସେହି ଆଧାରରେ ସେମାନେ ପାଣି ନେଲେ । ଯଦିସ୍ୱଳ୍ପ ଅବଧି ମଧ୍ୟରେ ପାଣି ନମିଳିଲା ତେବେ ନିରାଶ ହେବା ସାର । ଷ୍ଟେସନ୍ ରୋରେ ରହୁଥିବା ୧୫ରୁ ୨୦ଟି ପରିବାର ଦୈନିକ ପିଇବା ପାଣି ପାଇଁ ଲଟେରୀ ଉପରେ ନିର୍ଭରଶୀଳ । ଏହି ଦୁଃଖ ବଖାଣିଛନ୍ତି ସେହି ସାହିର ତୁଳସୀ ରେଢ଼ୀ , ଏସ୍.ସାବିତ୍ରୀ ରେଢ଼ୀ , ସୁଷମା ପାଢୀ , ପି.ମହାଲକ୍ଷ୍ମୀଙ୍କ ସମେତ ଅନେକ ମହିଳା । ମିଳିଲେ ମିଳିଲା , ନହେଲେ ନାହିଁ ପାଣି ଆସେ ମାତ୍ର ୧୫ ମିନିଟ୍ ସାହିକୁ ଦୈନିକ ପାଇପ୍ ପାଣି ମାତ୍ର ୧୫ ମିନିଟ ପାଇଁ ଆସିଥାଏ । ମହିଳାମାନେ ପାଣିନେବା ପାଇଁ ପାତ୍ର ଆଗୁଆ ରଖିଥାନ୍ତି । କ୍ରମିକ ନମ୍ବର ଅନୁସାରେ ସୂପ କରାଯାଇ ସେଥିରୁ ଲଟେରୀ କଢାଯାଏ । ଯାହାର ନମ୍ବର ଏବଂ ନାଁ ପ୍ରଥମେ ବାହାରିବ ସେ ପ୍ରଥମେ ପାଣି ନିଏ ବୋଲି କହିଛନ୍ତି ଉକ୍ତ ସାହିର ମହିଳା । ଆହୁରି କଷ୍ଟଦାୟକ କଥା ଯେ- ଯଦି ଉପସ୍ଥିତ ସମସ୍ତ ମହିଳା ଲଟେରୀ ମାଧ୍ୟମରେ ପାଣି ପାଇଲେ ନାହିଁ । ସେମାନଙ୍କୁ କୌଣସି ପ୍ରାଥମିକତା ମିଳେନାହିଁ ।ପରଦିନ ପୁଣି ଲଟେରୀ ହୁଏ ଓ ସେହିକ୍ରମରେ ହିଁ ମହିଳା ମାନେ ପାଣି ନିଅନ୍ତି । ଏ ନେଇ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ୟ ବୋଲି କହିଛନ୍ତି ମହିଳା ମାନେ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here