ଖଜୁରିଆ ରେ ଗୁଳିକାଣ୍ଡ ଘଟଣା କୁ ନେଇ 10 ଗିରଫ

0
26

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ଏହାସହ ଘଟଣାରେ ବ୍ୟବହୃତ ଖଣ୍ଡା, ବନ୍ଧୁକ ଭଳି ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ତେବେ ଗତକାଲିର ଗୁଳିକାଣ୍ଡର ଶିକାର ହୋଇଥିଲେ ଉକ୍ତ ଗ୍ରାମର ଗୌରୀହରି ପ୍ରଧାନ (ହୀନ) । ସୂଚନାନୁଯାଇ ଗତକାଲି ରାତ୍ରି ପ୍ରାୟ ୭ ଟା ସମୟରେ ବିଲ ସାହିରେ, ନୁଆ ଖଜୁରିଆ ଅଞ୍ଚଳର ଜଣେ ହୀନ ପ୍ରଧାନ ତାଙ୍କ ସାଥି ମାନଙ୍କ ସହ ବଳରାମ ରେଡ୍ଡୀଙ୍କ ଘର ଆଗରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ପରେ ପୁଣି ସନ୍ଧ୍ୟା ୭.୪୫ ରେ ହୀନ ପ୍ରଧାନ ତାଙ୍କ ଗୋଷ୍ଠୀ ସହ ଗାଁ ଛକରେ ଥିବା ଏକ ଦୋକାନ ନିକଟରେ ଥିଲେ । ଠିକ୍ ସେହି ସମୟରେ କେ.ବଳରାମ ରେଡ୍ଡୀ ତାଙ୍କ ଭାଇ କେ.ସଚିନ୍ ରେଡ୍ଡୀ, କେ.ଜେସେନ୍ ରେଡ୍ଡୀ, ସନିଆ ନାହକ, କାଳିଆ ନାହକ, ଶ୍ରୀକାନ୍ତ ନାହକ ଆସି ଗୁଳି ଫୁଟାଇବା ସହ ଆରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଗୁଳି ମାଡ଼ରେ କେ.ବଳରାମ ରେଡ୍ଡୀ ଆହତ ହେବା ସହଁ ଅନ୍ୟ ତିନିଜଣ ଆହତ ହୋଇଥିଲେ । ଏ ନେଇ ଗୋଶାଣୀନୂଆଁଗାଁ ଥାନାରେ ଅଭିଯୋଗ ଆନୁଯାଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ଉଭୟ ଗୋଷ୍ଠୀର ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିରେ ବ୍ୟବହୃତ ବନ୍ଧୁକ ଏବଂ ମାରଣାସ୍ତ୍ରକୁ ଜବତ କରାଯାଇଥିବା ବ୍ରହ୍ମପୁର ଅତିରିକ୍ତ ଏସ୍.ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାର ଅନ୍ୟ ଅପରାଧୀଙ୍କୁ ଧରିବା ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଗୋଶାଣିନୁଆଗାଁ ପୋଲିସ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here