ବର୍ଷେ ପୁରିବା ପରେ ବି ଟଳିନି ସଙ୍କଟ..

0
21

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )
ତା :17/03/21

ଗତବର୍ଷ ଠିକ ଆଜିର ଦିନରେ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ମହାମାରୀ ଯୋଗୁଁ ସାରା ବିଶ୍ୱ ଭୟରେ ଥରୁଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ଯାଇନଥିଲା । ଲକଡାଉନ,ସଟଡାଉନ ଓ ରାତ୍ରି କାଳୀନ କର୍ଫ୍ୟୁ ଭଳି ଅନେକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ରାଜ୍ୟ ସରକାର । ଶିକ୍ଷାଳୟଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁ ବନ୍ଦ ହୋଇଯାଇଥିଲା । ଇତି ମଧ୍ୟରେ ଦେଶରେ କରୋନା ଭ୍ୟାକ୍ସିନ ଉଦ୍ଭାବନ କରିବା ପାଇଁ ବୈଜ୍ଞାନିକ ମାନେ ସଫଳ ହୋଇଛନ୍ତି ।

ଦେଶ ସାରା ଏପରିକି ଆମ ରାଜ୍ୟରେ ମଧ୍ୟ ଟିକାକରଣ ଚାଲିଛି । ଦେଶ ଓ ରାଜ୍ୟର ଜନସାଧାରଣ ଅନେକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଏପରିକି ସରକାର ମଧ୍ୟ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ବେଳେ କରୋନାର ଦ୍ୱିତୀୟ ଅବତାର ସାରା ଦେଶରେ ଦେଖିବାକୁ ମିଳୁଛି । ସଂକ୍ରମଣ କମିଥିଲେ ହେଁ ସଙ୍କଟ ଟଳିନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ଆମକୁ ସତର୍କତାର ସହ କୋଭିଡ କଟକଣା ମାନି ଚଳିବାକୁ ପଡିବ ବୋଲି ଏଏନଏସ ତରଫରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here