କୋଭିଡ କଟକଣା କୁ ଫୁ … ଛତ୍ରପୁର ଷ୍ଟେସନରେ ହେଉନି ଥର୍ମାଲ ସ୍କ୍ରିନିଂ

0
26

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ମହାରାଷ୍ଟ୍ର ସମେତ 6ଟି ରାଜ୍ୟରେ ଏବେ କରୋନା ର ଦ୍ୱିତୀୟ ଲହରୀ ଦେଖିବାକୁ ମିଳିଛି |ଏହାକୁ ଦୃଷ୍ଟିରେ ରଖି ଓଡିଶା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଙ୍କୁ ସତର୍କତାର ସହ ଚଳିବା ନିମନ୍ତେ ଅନୁରୋଧ କରିଥିଲେ |ଏହାସହ ସମସ୍ତେ ମାସ୍କ ସାନିଟାଇଜର ଓ ସାମାଜିକ ଦୂରତା ଆବଶ୍ୟକ ସ୍ଥଳେ ଘରୁ ବାହାରିବାକୁ ରାଜ୍ୟବାସୀଙ୍କୁ ସୂଚାଇ ଦେଇଥିଲେ |ସେହିଭଳି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଗୁଆ ସଚେତନତା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି |ଜିଲ୍ଲାବାସୀ ଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟରେ ଲାଗିପଡିଛନ୍ତି |ଏପଟେ ଗଂଜାମ ଜିଲ୍ଲା କୁ ଟ୍ରେନ ଯୋଗେ କରୋନା ହଟସ୍ପଟ ରାଜ୍ୟରୁ ଶତାଧିକ ପ୍ରବାସୀ ଫେରୁଛନ୍ତି |ମହାରାଷ୍ଟ୍ରର ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ,ଅହମ୍ମଦାବାଦ -ପୁରୀ ,ଓ଼ଖା -ପୁରୀ ,ଗାନ୍ଧୀଧାମ -ପୁରୀ ସମେତ ବିଭନ୍ନ ଦ୍ରୁତଗାମୀ ଟ୍ରେନରେ ଦୈନିକ ଶତାଧିକ ଲୋକ ଆସୁଥିବାରୁ ପୁଣି ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଲାଣି |ଏନେଇ ଜିଲ୍ଲାରେ କରୋନା ସଂକ୍ରମଣ କୁ ଶୂନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ନିଆଯାଉଛି |ସମସ୍ତ ରେଳ ଷ୍ଟେସରେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରିବା ସହିତ ବିଭିନ୍ନ ପ୍ରକାର ଯାଞ୍ଚ କରିବା ନିମନ୍ତେ କୁହାଯାଉଥିଲେ ମଧ୍ୟ ଛତ୍ରପୁର ଠାରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି |ଦୈନିକ ବହୁ ପ୍ରବାସୀ ବିଭିନ୍ନ ଟ୍ରେନରେ ଆସି ଛତ୍ରପୁର ଷ୍ଟେସନ ରେ ଓଲ୍ଲାଇ ଛତ୍ରପୁର ଆଖପାଖ ଅଞ୍ଚଳକୁ ଯାଉଥିଲେ ସୁଦ୍ଧା ରେଳବିଭାଗ ପକ୍ଷରୁ ଯାଞ୍ଚ କରାଯାଉନାହିଁ ବୋଲି ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି |ଏନେଇ ଷ୍ଟେସନ ମାଷ୍ଟ୍ର ଙ୍କ ସହ ଯୋଗାଯୋଗ କରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇନଥିଲେ ମଧ୍ୟ ଟ୍ରେନରେ ଆସୁଥିବା ଯାତ୍ରୀ ମାନଙ୍କ ଟିକଟ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି |ଥର୍ମାଲ ସ୍କ୍ରିନିଂ ନିମନ୍ତେ ଆମକୁ କୌଣସି ନିର୍ଦ୍ଧେଶ ଆସିନାହିଁ କି ଏଥି ନିମନ୍ତେ ଆବଶ୍ୟକୀୟ କର୍ମଚାରୀ ମିଳିନଥିବା ସେ କହିଛନ୍ତି |ତେଣୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏଦିଗରେ ଦୃଷ୍ଟି ଦେବା ନିମନ୍ତେ ଦାବି ହେଉଛି |

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here