ଆଇଏଫଏଚ୍ ଡି ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ ରେ ଏସ୍ଏଚ୍ ଜି ମା’ମାନଙ୍କୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ..

0
29

ବ୍ରହ୍ମପୁର(ମହାରାଣୀ ନ୍ୟୁଜ ) ୧୭/୦୩/୨୧:ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଲଟା , ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଠାରେ ଆଇଏଫ ଏଚ୍ ଡି ( ଇଣ୍ଡିଆନ୍ ଫାଉଣ୍ଡେସନ୍ ଫର୍ ହୁମାଷ୍ଟକ୍ ଡେଭଳ୍ପମେଣ୍ଟ ) ତରଫରୁ ଆଦିତ୍ୟ ବିର୍ଲା ସହାୟତାରେ ସ୍ବୟଂ ସହାୟକ ଗୋଷ୍ଠୀର ମାମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇଏଫ୍ ଏଚ୍ ଡ଼ି ର ସିଓ ଭେଙ୍କଟ ରମନ୍ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଆୟୋଜିତ ପ୍ରଶିକ୍ଷଣ ଶିବିର ରେ ସ୍ୱୟଂ ସହାୟକ ଦଳର ମା ମାନଙ୍କର ଜୀବନ ଜୀବିକା ମାନଦଣ୍ଡକୁ ଅଭିବୃଦ୍ଧି କରାଇବା ସହ ସେମାନେ କିପରି କୁଶଳୀ ବ୍ୟବସାୟୀ ହୋଇପାରିବେ ଏହି ଆଲୋକପାତ କରିଥିଲେ । ଓଡ଼ିଶା ରାଜ୍ୟ ର ୪ ଟି ଜିଲ୍ଲା ତଥା କଳାହାଣ୍ଡି ,ଗଜପତି ,ରାୟଗଡା ଏବଂ ଗଞ୍ଜାମ ର ପ୍ରାୟ ୨୫୦ ସ୍ବୟଂ ସହାୟକ ଗୋଷ୍ଠୀ ର ୨୬୦୦ ଜଣ ଗ୍ରାମାଞ୍ଚଳ ମହିଳା ମାନେ ଏହି ପ୍ରକଳ୍ପ ଅଧିନରେ ଅଛନ୍ତି । ଏହି ଗୋଷ୍ଟି ଗୁଡିକ ସେମାନଙ୍କର ଜୀବନ ଜୀବିକା ବିକାଶରେ ଏବଂ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବାରେ ସହାୟତା କରାଯିବ ଓ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ, ତାଲିମ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ କ୍ରମ ମାଧ୍ୟମରେ ସମସ୍ତ ଗୋଷ୍ଠିର ସଦସ୍ୟ ମାନଙ୍କ ଦକ୍ଷତା ବିକାଶ ଓ ରୋଜଗାର ବୃଦ୍ଧି କରାଇବା ପାଇଁ ଆଇଏଫଏଚ୍ ଡି ପ୍ରତିଶୃତି ବଦ୍ଧ ବୋଲି ସ୍ବୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କୁ ଶ୍ରୀ ଭେଙ୍କଟ ରମନ୍ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ସୁବାଷ ନାୟକ ଓ ଜିଲ୍ଲା ସଂଯୋଜକ ସୁଦର୍ଶନ ବରାଡ଼ , ପ୍ରିତମ ଦିଗାଲ , ବିଚିତ୍ର ରାଉତ ଓ ଗନ୍ଧର୍ବ ଗୌଡ଼,ରୋଜି ସାସମାଲ, ପୁଷ୍ପା ସାସମାଲ ,ଗୀତାଞ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here