ଡୁମାକୁମ୍ପା କ୍ଳଷ୍ଟରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି..

0
46

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରର ଡହ ସ୍ଥିତ ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିକ୍ଷକ,ଶିକ୍ଷୟିତ୍ରୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବି.ଇ.ଓ ଏସ୍. ଧନଞ୍ଜୟ ସଭାପତିତ୍ବ କରିବା ସହ ପ୍ରତ୍ୟେକ ଶିକ୍ଷକ,ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟକୁ ନିଜ ଘର, ଷ୍ଟାପଙ୍କୁ ନିଜ ପରିବାର ସଦସ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ସନ୍ତାନ ପରି ମନେ କରିବା ସହ ଶିକ୍ଷାଦାନ ପରି ମହତ କର୍ମରେ ବ୍ରତୀ ରହିବାକୁ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଏ.ବି.ଇ.ଓ ଜଗବନ୍ଧୁ ଜେନା ଯୋଗ ଦେଇ ଶିକ୍ଷକତା ପରି ମହାନ ବୃତ୍ତି ର ମହତ୍ବ ବଖାଣିବା ସହ ଏପରି ବୃତ୍ତି କୁ ବାଛିଥିବାରୁ ଉପସ୍ଥିତ ସମସ୍ତଙ୍କୁ ସାଧୁବାଦ ପ୍ରଦାନ କରିବା ସହ ସ୍କୁଲରେ ନ୍ୟୁଟ୍ରିସନ ଗାଡେନ କିପରି ସଫଳତାର ସହ ପ୍ରସ୍ତୁତ କରାଯିବ ତାହା ବ୍ୟାଖ୍ୟା କରିଥିଲେ । ମୋ ସ୍କୁଲ ଅଭିଯାନ ବ୍ଳକ ନୋଡାଲ ଅଫିସର ତଥା ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମୋ ସ୍କୁଲ ଯୋଜନା ର ପ୍ରାସଙ୍ଗିତା ବର୍ଣ୍ଣନା କରିବା ସହ, ଏହି ଯୋଜନାରେ କିପରି ପୋଷ୍ୟ ସ୍କୁଲ ଗ୍ରହଣ କରାଯାଇ ଆଲୁମିନ ମାନଙ୍କ ସହଯୋଗରେ ବିଦ୍ୟାଳୟରେ ପରିବର୍ତ୍ତନ ଅଣାଯିବ ବର୍ଣ୍ଣନା କରିବା ସହ ଏହି କ୍ଳଷ୍ଟରରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋ ସ୍କୁଲ ଅଭିଯାନ ନିମିତ୍ତ ଏକ ଲକ୍ଷ ସତଷଠି ହଜାରରୁ ଉର୍ଦ୍ଧ୍ବ ଟଙ୍କାର ପ୍ରୋଜେକ୍ଟ ପ୍ରପୋଜାଲ ଦେଇଥିବା ହେତୁ ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଡୁମାକୁମ୍ପା ସରପଞ୍ଚ ପ୍ରତିନିଧି ଶିବ ଶଙ୍କର ପ୍ରଧାନ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଗ୍ରାମ ପଞ୍ଚାୟତର ସମସ୍ତ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ ସେ ବଦ୍ଧପରିକର ବୋଲି କହିବା ସହ ଗତ ବର୍ଷ କୋଭିଡ ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ବାରେଣ୍ଟାଇନ ସେଣ୍ଟର ଗୁଡିକରେ ବହୁତ ସହାୟତା କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ରୂପେ ସମିତି ସଭ୍ୟ ଟୁକୁନା ସାହୁ ଙ୍କ ସମେତ ଏସ୍.ଏମ୍.ସି ଚେୟାର ପର୍ସନ ଲବଙ୍ଗଲତା ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହାଡୁବନ୍ଧୁ ନାୟକ ଓ ଆବାହକ ରୂପେ ସି.ଆର୍.ସି.ସି ତ୍ରିନାଥ ବେହେରା ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନୂତନ ରୂପେ ଏ.ବି.ଇ.ଓ ଦାୟିତ୍ବ ଗ୍ରହଣ କରିଥିବା ଜଗବନ୍ଧୁ ଜେନା ଙ୍କ ସମେତ ସମସ୍ତ ଅତିଥିଙ୍କୁ କ୍ଳଷ୍ଟର ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଶିକ୍ଷକ କାଳି ଚରଣ ନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷକ ନେତାଜୀ ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ମାଳତୀ ପଟ୍ଟନାୟକ, ଶିକ୍ଷକ ଅଶ୍ବିନୀ କୁମାର ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଶିକ୍ଷକ ସିଦ୍ଧାର୍ଥ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କ୍ଳଷ୍ଟର ଏଗାରଟି ସ୍କୁଲରୁ ପଚାଶରୁ ଉର୍ଦ୍ଧ୍ବ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here