ବ୍ରହ୍ମପୁର ମହାନଗର ନିଗମର ବର୍ଦ୍ଧିତ ଗୃହ ଟିକସ ତୁରନ୍ତ ପ୍ରତ୍ୟାହାର କରାଯାଉ..B.J.P

0
47

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) କରୋନାର ପ୍ରକୋପ ଯୋଗୁଁ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି ,ବ୍ରହ୍ମପୁରର ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ଦୀର୍ଘ ଦେଢ଼ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି ,ଏହିଭଳି ଏକ ସମୟରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସାଧାରଣ ଜନତାଙ୍କ ଉପରେ ବର୍ଦ୍ଧିତ ଟିକସ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି |ପୂର୍ବରୁ ଗୃହ ଟିକସ ବୃଦ୍ଧି ସମୟରେ ଲୋକଙ୍କ ମତକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ବର୍ତ୍ତମାନ ପ୍ରଶାସନିକ ଅଧିକାରୀ ମାନେ କୌଣସି କଥାକୁ ଭୂକ୍ଷେପ ନକରି ବିନା ଜନଶୁଣାଣୀରେ ନିଜ ଇଚ୍ଛା ମୁତାବକ ଯେଉଁ ଭଳି ଭାବେ ତିନିଗୁଣା ରୁ ଅଧିକ ଟିକସ ବୃଦ୍ଧି କରିଛନ୍ତି ତାହା ଏକ ଅମାନବୀୟ ଚିନ୍ତନର ନିଚ୍ଛକ ଉଦାହରଣ |ତେଣୁ ତୁରନ୍ତ ଏହି ନିଷ୍ପତି କୁ ପ୍ରତ୍ୟାହାର କରିବାପାଇଁ ଆଜି ମହାନଗର BJP ସ୍ଥାନୀୟ ଅଲ୍ଦ୍ବୁସ୍ଷ୍ଟାଣ୍ଡ ଠାରୁ ରାଲି ବାହାରି BEMC ଗେଟ ସମୁଖ୍ୟରେ ଧାରଣାରେ ବସିଥିଲେ |

କରୋନା ମହାମାରୀ କାରଣରୁ ବ୍ୟବସାୟୀ ଓ ସାଧାରଣ ଜନତା ନାହିଁ ନଥିବା ଦୁର୍ଦଶା ରେ ଦିନ କାଳାତିପାତ କରୁଥିବା ଯୋଗୁଁ ସେମାନଙ୍କୁ ସରକାରଙ୍କ ତରଫରୁ 2020-21 ଆର୍ଥିକ ବର୍ଷର (ମହାନଗର ନିଗମ ଅଧୀନରେ ଥିବା ଦୋକାନ ଗୃହ )ଘରଭଡା ଓ ଗୃହ ଟିକସକୁ ସମ୍ପୂର୍ଣ ଛାଡ଼ କରାଯାଉ ଏବଂ ଏହା ସହିତ ଆଜି ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରାଯାଇଥିବା ଗୃହ ଟିକସ ଓ ଭଡା କୁ ଫେରସ୍ତ ଦିଆଯାଉ |

କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ବ୍ୟାପକ ଟଙ୍କା ଆସୁଥିଲେ ମଧ୍ୟ ପୁଣି ସଫେଇ ପାଇଁ ୟୁଜର୍ସ ଫି ନାଁରେ 30ଟଙ୍କା ଆଦାୟ କରିବା ସମ୍ପୂର୍ଣ ବେଆଇନ ଓ ଅସାମ୍ବିଧାନିକ |ସ୍ୱଚ୍ଛ ଭାରତ ନାଁ ରେ ଆସୁଥିବା ଟଙ୍କାର ସଦୁପଯୋଗ ନକରି ବ୍ୟାପକ ବାଟମାରଣା ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି ତେବେ ସେଥିପ୍ରତି ଗୁରୁତ୍ୱ ଦେବା ବଦଳରେ ଲୋକ ମାନଙ୍କ ଧ୍ୟାନ ବାଟେଇବା ପାଇଁ ଟଙ୍କା ଆଦାୟ କରିବା ଅତି ନିନ୍ଦନୀୟ ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ |

ପ୍ରସ୍ତାବିତ ସମସ୍ତ ଦାବି ଗୁଡିକୁ 7ଦିନ ମଧ୍ୟରେ ପୂରଣ କରାଯାଉ |ନଚେତ 25/03/2021 ତାରିଖ ପରେ ଭାରତୀୟ ଜନତା ପାର୍ଟି ଏ ଆନ୍ଦୋଳନ କୁ ତୀବ୍ରତର କରିବେ ବୋଲି ରାଜ୍ୟ ସହସଂପାଦକ :ଭୃଗୁବକ୍ସି ପାତ୍ର, ଗଞ୍ଜାମ ଜିଲ୍ଲା ସଭାପତି: ବିଭୁତି ଜେନା ,କାହ୍ନନୁ ଚରଣ ପତି ,ଶିବ ପ୍ରସାଦ ପାତ୍ର, ନମିତା ପଣ୍ଡା ,ମଦନ ମୋହନ ପାତ୍ର ,ଗଙ୍ଗାଧର ଶତପଥୀ ଙ୍କ ସହ ଅନ୍ୟାନ୍ୟ BJP କର୍ମକର୍ତ୍ତା|

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here