3ଦଫା ଦାବି ନେଇ ଗୋଟେଦିନିଆ ଧର୍ମଘଟ..

0
17

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ଆଜି ସ୍ଥାନୀୟ ଚର୍ଚ୍ଚ ରୋଡ ରେ ଥିବା ଶାଖା -1 ରେ ଭାରତୀୟ ଜୀବନ ବିମା ନିଗମର ସମସ୍ତ ଶ୍ରେଣୀ କର୍ମଚାରୀ ଙ୍କ ମିଳିତ ମଞ୍ଚର ଆହ୍ୱାନରେ ଏକଦିନିଆ ଧର୍ମଘଟ ସର୍ବଭାରତୀୟ ସ୍ତରରେ ଭାରତୀୟ ଜୀବନବିମା ନିଗମ ସମସ୍ତ କାର୍ଯ୍ୟାଳୟ ଆଗରେ ପାଳିତ ହୋଇଯାଇଛି |ଏହି ଧର୍ମଘଟ ସଭାରେ ବହୁ ମାନ୍ୟଗଣ୍ୟ ଓ ଅଭିଜ୍ଞ ନେତୃମଣ୍ଡଳ ଭବିଷ୍ୟତରେ ଭାରତ ସରକାରଙ୍କ ର ଭାରତୀୟ ଜୀବନବିମା ନିଗମ ବିରୋଧୀ ପଦକ୍ଷେପ ଓ ଏହାର ପ୍ରଭାବ ଉପରେ ଆଲୋଚନା କରିଥିଲେ |ଏହି ଧର୍ମଘଟ ସଭାରେ ସରକାର 2020-21 ଆର୍ଥିକ ବର୍ଷ ରେ L.I.C ର ଯେଉଁ ଅଂଶଧନ ବିକ୍ରି ଯୋଜନା କରିଛନ୍ତି ତାହା ଫଳରେ ବିମାଧାରକ ଙ୍କର ନିବେଶ କରିଥିବା ଅର୍ଥ ବିପଦ ମୁହଁ କୁ ଚାଲିଯିବ |ତତସହିତ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ କ୍ଷତି ଆଳରେ କିପରି ଘରୋଇକରଣ କରାଯିବାର ଚକ୍ରାନ୍ତ ଚାଲିଛି ତାହା ଉପରେ ଆମର ଅଭିଜ୍ଞ ନେତୃମଣ୍ଡଳ ବିଷଦ ଆଲୋଚନା କରିଥିଲେ |

ଶେଷରେ କର୍ମଚାରୀ ଙ୍କ ର ବହୁ ପ୍ରତିକ୍ଷିତ ଏବଂ ବିଳମ୍ବିତ ମଜୁରୀ ସଂଶୋଧନ ଶୀଘ୍ର କରିବା ପାଇଁ ପ୍ରବନ୍ଧନ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା |ଆଜି ମିଳିତମଞ୍ଚ ଆହ୍ୱାନ ରେ ଯେଉଁ ଧର୍ମଘଟ ଡ଼ାକରା ଦିଆଯାଇଥିଲା ତାହା ଶତପ୍ରତିଶତ ସଫଳ ହୋଇଛି | (ଭାରତୀୟ ଜୀବନବିମା ,ନିଗମ ସଖା କ୍ରମିକ -1,ଚର୍ଚ୍ଚ ରୋଡ଼ ,ବ୍ରହ୍ମପୁର )

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here