ସଂସଦରେ ବିଜେଡି ର ଦାବି … ବିଜୁଙ୍କୁ ଦିଅ ଭାରତରତ୍ନ

0
38

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ଦିୟ ଭାରତରତ୍ନ |ରାଜ୍ୟସଭାରେ ଏ ଦାବି ଉପସ୍ଥାପନ କରିଛନ୍ତି ସାଂସଦ ମୁନ୍ନା ଖାଁ |ସେ କହିଛନ୍ତି ,ବିଜୁ ବାବୁଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଉପଯୁକ୍ତ ସମ୍ମାନ ମିଳିନି |କାଶ୍ମୀର ରେ ପାକିସ୍ତାନ ଆକ୍ରମଣ ସମୟ ରେ ପଞ୍ଜାବ ରେଜିମେଣ୍ଟ କୁ ଉଡ଼ାଜାହାଜ ନେଇ କାଶ୍ମୀର ମାଟିରେ ଓଲ୍ଲହାଇବାରେ ବିଜୁବାବୁ ଯେଉଁ ଦୁଃସାହସ ଦେଖାଇଥିଲେ ,ତାହା ଇତିହାସ ରେ ବିରଳ |ସେହିପରି 60ବର୍ଷ ତଳେ ଆତ୍ମନିର୍ଭର ଭାରତ ର ସ୍ୱପ୍ନ ଦେଖି ବିଜୁବାବୁ ସୁନାବେଡା ରେ ହାଲ ବା ହିନ୍ଦୁସ୍ଥାନ ଏରାନେଟିକ୍ସ ଲିମିଟେଡ଼ ସ୍ଥାପନ କରିଥିଲେ |ବିଜୁବାବୁ ଏକମାତ୍ର ବ୍ୟକ୍ତି ଯେ ,ତିନୋଟି ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମ ଲଢ଼ିଥିଲେ |ଋଷିଆ ,ଇଣ୍ଡୋରନେସିଆ ଓ ଭାରତ ପାଇଁ ବିଜୁବାବୁ ସ୍ୱାଧୀନତା ସଂଗ୍ରାମ ଲଢ଼ି ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଥିଲେ |ସେଥିପାଇଁ ତାଙ୍କ ଦେହାନ୍ତ ସମୟରେ ତିନୋଟି ଦେଶର ଜାତୀୟ ପତାକା ଅର୍ଦ୍ଧନିମୀତ ହୋଇଥିଲା |ଏଭଳି ଜଣେ ମହାନ ବ୍ୟକ୍ତିଙ୍କୁ ଭାରତରତ୍ନ ଦେବାରେ ଅବହେଳା କରିବା ନିଶ୍ଚିତ ଦୁର୍ଭାଗ୍ୟଜନକ ବୋଲି ମୁନ୍ନା ଖାଁ କହିଥିଲେ |

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here