ସ୍ଲଗ-ଟ୍ରକ ଚାଳକଙ୍କୁ ହେଲମେଟ ବାବଦ ରେ ଫାଇନ ପଡ଼ିଥିବା ଅଭିଯୋଗ |

0
10

ବ୍ରହ୍ମପୁର (ମହାରାଣୀ ନ୍ୟୁଜ )- ଆଙ୍କର ଟ୍ରକ ଚାଳକଙ୍କୁ ହେଲମେଟ ଫାଇନ। ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିନଥିବା ଅଭିଯୋଗରେ ଟ୍ରାଫିକ ପୋଲିସ ପକ୍ଷରୁ ୧୦୦୦ ଟଙ୍କା ଚାଲାଣ କଟାଯାଇଛି। ଏନେଇ ନିଜେ ଟ୍ରକ ଡ୍ରାଇଭର ପ୍ରମୋଦ କୁମାର ସ୍ୱାଇଁ ଅଭିଯୋଗ କରିଛନ୍ତି। ସେ ଗାଡିର ପେରମିଟ ଅବଧି ଶେଷ ହୋଇଯାଇଥିବା ନେଇ ଆର୍ଟିଓ ଅଫିସ ଯାଇଥିବା ସମୟରେ ପୂର୍ବରୁ ଚାଲାଣ ଥିବା ନେଇ ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ତେବେ ଟ୍ରକ ଡ୍ରାଇଭରଙ୍କୁ ହେଲମେଟ ପିନ୍ଧିନଥିବା ନେଇ ୧ ହଜାର ଟଙ୍କା ଚାଲାଣ କଟାଯିବା କଥା ଏବେ ସମସ୍ତଙ୍କୁ ଚକିତ କରିଛି। ଅନ୍ୟ କୌଣସି କାରଣରୁ ମଧ୍ୟ ୫୦୦ ଲେଖାଏଁ ଦୁଇଟି ଚାଲାଣ କଟାଯାଇଥିବା ଡ୍ରାଇଭର ପ୍ରମୋଦ କହିଛନ୍ତି। ରାଜସ୍ୱ ଆଦାୟ ଆଳରେ ଟ୍ରାଫିକ ପୋଲିସ କିଭଳି ଭାବେ ଔଷଧ ବଦଳରେ ତାଟିଆ କାମୁଡୁଛି ତାହା ଏହି ଖବରରୁ ସ୍ୱଷ୍ଟ ପ୍ରମାଣିତ ହୋଇଛି।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here