ଗିରିସୋଲାରେ ବୁଲିଲା ଖଣ୍ଡା,ଶଳାର ଖଣ୍ଡା ଚୋଟରେ ଜ୍ବାଇଁ ମୃତ । ଜୋଇଁଙ୍କ ଭାଇ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ ରେ ଭର୍ତ୍ତି |

0
19

ବ୍ରହ୍ମପୁର(ମହାରାଣୀ ନ୍ୟୁଜ୍): ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ବଡ଼ ସାହିଠାରେ ଆଜି ସନ୍ଧ୍ୟାରେ ଶଳା ମାନଙ୍କ ଦ୍ବାରା ଖଣ୍ଡାରେ ଜ୍ବାଇଁଙ୍କୁ ଆକ୍ରମଣ କରିବା ଫଳରେ ଗୁରୁତର ଅବସ୍ଥାରେ ଜ୍ବାଇଁଙ୍କ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ଗିରିସୋଲା ବଡ଼ସାହିର ଡି.ଧର୍ମା(୪୫) ବୋଲି ଜଣାପଡିଛି । ଗୋଳନ୍ଥରା ପୁଲିସର ସୂଚନା ମୁତାବକ ଡି ଧର୍ମାଙ୍କ ସ୍ତ୍ରୀ ରାବଣାମ୍ମ ସାହି ନିକଟରେ ତଥା ସାଇନିପେଟାରେ ରହୁଥିବା ତାଙ୍କ ମାଁ ଙ୍କୁ ଦେଖିବାକୁ ଯିବା ସମୟରେ ଘରେ ଥିବା ତାଙ୍କ ଦୁଇ ଭାଇ ଜି.ତ୍ରିପତି ଓ ଜି. ନାଗେଶ୍ବର ,ଭଉଣୀଙ୍କୁ ଗାଳି ଗୁଲଜ କରିବା ସହ ଘରୁ ବାହାରିଯିବାକୁ କହିଥିଲେ। ଏ ନେଇ ସେ ତାଙ୍କ ସ୍ବାମୀ ଧର୍ମାଙ୍କୁ ଫୋନ ଯୋଗେ କହିଥିଲେ। ଏହା ଶୁଣି ଧର୍ମା ଓ ତାଙ୍କ ଭାଇ ଜେଜାରାଓ, ତ୍ରିପତିଙ୍କ ଘରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲେ। ଏହି ସମୟରେ ଦୁଇ ଶଳା ତ୍ରିପତି ଓ ନାଗେଶ୍ବର ଧାରୁଆ ଖଣ୍ଡାରେ ଧର୍ମାଙ୍କୁ ଆକ୍ରମଣ କରିଥିଲେ।ଧର୍ମାଙ୍କୁ ସୁରକ୍ଷା ଦେବା ନିମନ୍ତେ ତାଙ୍କ ଭାଇ ଜେଜା ରାଓ ଓ ସ୍ତ୍ରୀ ରାବଣାମ୍ମା ପ୍ରତିରୋଧ କରିବାରୁ ସେମାନେ ମଧ୍ୟ ଖଣ୍ଡା ଚୋଟରୁ ବର୍ତ୍ତି ପାରିନଥିଲେ। ଯଦ୍ବରା ତିନିଜଣ ଗୁରୁତର ହୋଇଥିଲେ । ଗୁରୁତର ସମେତ ରାବଣାମ୍ମ ଓ ଜେଜା ରାଓଙ୍କୁ ପରିବାର ବର୍ଗ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ଧର୍ମାଙ୍କ ବଡ ମେଡିକଲରେ ମୃତ୍ୟୁ ଘଟଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରାଯାଇଥିବା ପୁଲିସ ସୂଚନା ଦେଇଛି । ଅନ୍ୟପଟେ ଘଟଣା ପରେ ପୁଲିସ ଅଭିଯୁକ୍ତ ଦୁଇ ଶଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here