ପୋଲିସ ଜାଲରେ ଏବେ ମଦ ମାଫିଆ ହରି ସାହୁ..

0
28

ଵ୍ରହ୍ମପୁର,(ମହାରାଣୀ ନ୍ୟୁଜ୍ ):ପୋଲିସ ଜାଲରେ ନକଲି ମଦ ପ୍ରସ୍ତୁତ କରୁଥିବା ମାଫିଆ । ମଦ ମାଫିଆ ହରି ସାହୁକୁ ଗିରଫ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ । ପୋଲିସ ପକ୍ଷରୁ ନକଲି ମଦ କାରଖାନା ଉପରେ ଜୋରଦାର ଚଢ଼ାଉ ଚାଲିଥିବା ବେଳେ ଗତ ଜାନୁଆରୀ ୬ ତାରିଖରେ ଵ୍ରହ୍ମପୁର ବୈଦ୍ୟନାଥପୁର ଥାନା ଏବଂ ଲାଞ୍ଜିପଲ୍ଲୀ ଫାଣ୍ଡିର ମିଳିତ ଚଢ଼ାଉରେ ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିରେ ୨୦୦ ପ୍ୟାକେଟ ନକଲି ବିଦେଶୀ ମଦ ଜବତ ହୋଇଥିଲା। ଏହି ଘଟଣାରେ ମୁଖ୍ୟ କାର୍ପଟଦାର ମଦ ମାଫିଆ ହରି ସାହୁ ଫେରାର ଥିଲା । ଜାମିନ୍‌ ପାଇଁ ଆବେଦନ କରିଥିବା ବେଳେ ଜିଲ୍ଲା ବାହାରୁ ବ୍ରହ୍ମପୁର ପୋଲିସ ହରି ସାହୁକୁ ଗିରଫ କରିଥିବା ସୂଚନା ମିଳିଛି ।କିଛିଦିନ ହେଲା ବ୍ରହ୍ମପୁର ସହରରେ ନକଲି ମଦ ପ୍ରସ୍ତୁତ କରି ସହର ଏବଂ ବାହାରକୁ ବ୍ୟବସାୟ ନିମନ୍ତେ ଚାଲାଣ କରାଯାଉଥିଲା । ହୋମିଓପ୍ୟାଥିକ ଔଷଧରେ ରଙ୍ଗ ଓ କେମିକାଲ୍ ମିଶାଇ ଏହି ମଦ ପ୍ରସ୍ତୁତ କରି ବିକ୍ରି କରାଯାଉଥିବା ଜଣାପଡିଛି । ତେବେ ବ୍ୟବସାୟୀ ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ନକଲି ମଦ ପ୍ରସ୍ତୁତ କରୁଥିବା ସ୍ବୀକାର କରିଥିଲେ । ଏହି ଘଟଣାରେ ପୋଲିସ ମୁଖ୍ୟ ବ୍ୟବସାୟୀ ରାମଚନ୍ଦ୍ର ସାହୁକୁ ଗିରଫ କରିବା ସହ ୧୨ ପେଟି ସିଲ ହୋଇଥିବା ମଦ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା ।ଏଭଳି ନକଲି କାରବାର ବ୍ରହ୍ମପୁର ସହର ବ୍ୟତୀତ ଏହାର ଆଖପାଖ ଗ୍ରାମ ଗୁଡିକରେ ବେଧଡକ କାରବାର ବହୁବାର ହେବାର ନଜିର୍ ରହିଛି । ଏଭଳି ନକଲି ମଦ ପ୍ରସ୍ତୁତ କରି ଖୁବ କମ ସମୟରେ ଭଲ ଅର୍ଥ ଉପାର୍ଜନ ଲାଳସାରେ ବ୍ରହ୍ମପୁର ସମେତ ଆଖପାଖ ଗ୍ରାମକୁ ଏହି ମଦ ପହଞ୍ଚାଉଥିବା ସ୍ୱୀକାର କରିଥିଲା ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ବ୍ୟବସାୟୀ ରାମଚନ୍ଦ୍ର ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here