କେପିଟି ଗ୍ରାମରେ ବନ ସୁରକ୍ଷା ସମିତି ସହଯୋଗ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଆୟୋଜନ..

0
10

ବ୍ରହ୍ମପୁର :(ମହାରାଣୀ ନ୍ୟୁଜ ) – ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ବନାଚଂଳ ଅଧିନସ୍ଥ କେପିଟି ବନ ସୁରକ୍ଷା ସମିତିରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଂଜିଳିକାଟୁ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରିକ୍ଷା ଶିବିର କେପିଟି ବନ ସୁରକ୍ଷା ସମିତିର ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବନପାଳ କଳାବଦନ ଦାସ ,ବନରକ୍ଷୀ ଅଶୋକ ସେଠୀ,ଶଙ୍କର ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ ,କ୍ୟ।ମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ, ଚୀଫ ଅପେରେଟିଷ୍ଟ ଅକ୍ଷାଲକ୍ଷ୍ମୀ, ଚକ୍ଷୁ ତେଚିନିସିଆନ ଶ୍ରୀମୁଖୀ,ମୂନା, ପ୍ରକଳ୍ପ ସଂଯୋଜକ ରାମଚନ୍ଦ୍ର ବାରିକ ,ସୁନୀଲ ପଣ୍ଡା ଓ ସୁପ୍ରଭ ପଣ୍ଡିତ , ସ୍ଵେଚ୍ଛାସେବୀ ଅନୁଷ୍ଟାନ ସ୍ଵାତୀ ର ଟିମ ଲିଡ଼ର ସିପୁରଞ୍ଜନ ସା ,ବିକାଶ ଅଧିକାରିଣୀ କାଜଲ ପଟ୍ଟନାୟକ ,ବିକାଶ ଅଧିକାର ଶଙ୍କର ପ୍ରଧାନ, ବନସହାୟିକା ଟିକିନା ପ୍ରଧାନ,ବନ ସୁରକ୍ଷା ସମିତିର ସଭାପତି ମନୋଜ ନାୟକ,କୋଷାଧ୍ୟକ୍ଷ ପୂର୍ବ ସଭାପତି କେଳ୍ଳା ନାୟକ ଗ୍ରାମର ତଥା ଆଖପାଖ ଭିଏସଏସ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।। ଉକ୍ତ ଶିବିରରେ ୮୩ ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରଯାଇଥିଲା । ସେଥିମଧ୍ୟରୁ ୪୨ ଜଣଙ୍କର ଅସ୍ତ୍ରପ୍ରଚାର ନିମନ୍ତେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ରେଫର କରଯାଇଥିଲା ।ଅନ୍ୟମାନଙ୍କୁ ବିଭିନ୍ନ ପ୍ରକାର ପାୱାର ଚଷମା ସୁଲଭ ଦରରେ ଯୋଗାଇଦିଆଯାଇଥିଲା । ଶିବିର କୁ ଆସିଥିବା ସମସ୍ତ ରୋଗୀ ତଥା ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ବନାଗ୍ନି ଭଳି ମହା ବିପତ୍ତି ତଥା ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁଏବଂ କରୋନା ମହାମାରୀ ବିଷୟରେ ସଚେତନ କରାଯାଇଥିଲା। ଏହିଭଳି ଏକ ମହତ କାର୍ଯ୍ୟକ୍ରମ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨,ଜଗନ୍ନାଥ ପ୍ରସାଦ ତରଫରୁ କରାଯାଇଥିବାରୁ ବନାଞ୍ଚଳ ଅଧିକାରୀ ଶ୍ରୀ ଉମାକାନ୍ତ ଦାସ ଏବଂ ବନଖଣ୍ଡ ଅଧିକାରୀ ଶ୍ରୀ ଅଭୟ କୁମାର ଦଳେଇ ପ୍ରଶଂସା କରିବା ସହ ଅଞ୍ଚଳର ବରିଷ୍ଟ ନାଗରିକ ମାନେ ବନବିଭାଗକୁ ସାଧୁବାଦ ଜଣାଇଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here