ବର୍ଦ୍ଧିତ ଟିକସ ଦର ପ୍ରତ୍ୟାହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ର ଟାର୍ଗେଟରେ ନବୀନ।

0
35

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ): ବର୍ଦ୍ଧିତ ଟିକସ ଦର ପ୍ରତ୍ୟାହାର ପ୍ରତିବାଦରେ ନବୀନକୁ ଟାର୍ଗେଟ କଲା ଜିଲ୍ଲା କଂଗ୍ରେସ । ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ହୋଲଡିଂ ଟେକ୍ସ ଟେକ୍ସ୍ ବୃଦ୍ଧି ପ୍ରତ୍ୟାହାର ପ୍ରତିବାଦ ରେ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ରାଲି ଶୋଭାଯାତ୍ରା କରି ବିଏମସି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।କଂଗ୍ରେସ କର୍ମକର୍ତା ମାନେ ସ୍ଥାନୀୟ କଂଗ୍ରେସ କାଯ୍ୟଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଵ୍ରହ୍ମପୁରରେ ବର୍ଦ୍ଧିତ ଟିକସ ଦର ତୁରନ୍ତ ହ୍ରାସ କରିବା, ୟୁଜର୍ସ ଫି ନାଁ ରେ ଟଙ୍କା ଆଦାୟ ବନ୍ଦ କରିବା, ବିଏମସି ଅଧୀନରେ ଥିବା ଦୋକାନ ଘର ଗୁଡିକୁ ଭଡା ସୂତ୍ରରେ ନେଇଥିବା ବ୍ୟବସାୟୀଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷର ସମସ୍ତ ଭଡା ଛାଡ଼ କରିବା, ଇତ୍ୟାଦି ସ୍ଲୋଗାନ ଦେଇ ଶତାଧିକ କର୍ମୀ ବିଏମସି କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ। ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଏ ସମସ୍ତ ଦାବି ନେଇ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନାର ପ୍ରକୋପରେ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଜୀବନ ଜୀବିକା ପାଇଁ ଲଢେଇ କରୁଛନ୍ତି। ଏଭଳି ସମୟରେ ବିଏମସିର ବର୍ଦ୍ଧିତ ଟିକସ ଦର ଲୋକଙ୍କ ଉପରେ ବୋଝ ସଦୃଶ୍ୟ ଏବଂ ଏହା ଅତ୍ୟନ୍ତ ନୀନ୍ଦନୀୟ ବୋଲି କଂଗ୍ରେସ କହିଛି । ତେବେ ରେଶମ ସହରରେ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ତେଜୁଛି ଜନ ଅସନ୍ତୋଷ । ତେଣୁ ବିଏମସି ବର୍ଦ୍ଧିତ ଗୃହ ଟିକସ ତୁରନ୍ତ ପ୍ରତ୍ୟାହାର ଓ ସାଧାରଣ ଲୋକଙ୍କ ଠାରୁ ୟୁଜର୍ସ ପି ନାଁରେ ପ୍ରତ୍ୟେକ ଘରୁ ୩୦ ଟଙ୍କା ଆଦାୟ କରିବା ବନ୍ଦ କରୁ ବୋଲି ଦାବି କରିଥିଲା ଜିଲ୍ଲା କଂଗ୍ରେସ । ଭୁବନେଶ୍ୱର ରେ ଜନତାଙ୍କ ଦୁଖଃ ନବୀନ ବାବୁ ଦେଖିପାରୁଛନ୍ତି ବୋଲି ସେଠାରେ ଗୃହ ଟିକସକୁ ପ୍ରତ୍ୟାହାର କରିନେଲେ କିନ୍ତୁ ନିଜ ଜିଲ୍ଲାକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓଡିଶା କୃଷକ ସେଲ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ । ମହାନଗର ନିଗମ ତୁରନ୍ତ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ କୁ ୧୪ ଦିନ ଅବଧି ମଧ୍ୟରେ ପ୍ରତ୍ୟାହାର କରୁ ନଚେତ କଂଗ୍ରେସ ଆନ୍ଦଳନ କୁ ଆହୁରି ତିବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି ମହାନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ । ଗୃହ ଟିକସ ରିଭି ଜୋନ୍ କରାଯାଇଛି । ଜନସାଧାରଣ ମଧ୍ୟ ସ୍ୱତଃ ସମର୍ଥନ ଭାବେ ଟ୍ୟାକ୍ସ ପୈଠ କରିଛନ୍ତି ବୋଲି କହିଛନ୍ତି ବିଏମସି କମିଶନର ସିଦ୍ଧେଶ୍ଵର ବଳୀରାମ ବୋନ୍ଦର । ଆଜିର ଆୟାଜିତ କାର୍ଯ୍ୟକ୍ରମ ରେ ଗୋପାଳପୁର କଂଗ୍ରେସନେତା ଧର୍ମରାଜ ରେଡି, ସିଦ୍ଧାନ୍ତ କୁମାର ସାହୁ ,ପିଣ୍ଟୁ ଜେନା, ପ୍ରଶାନ୍ତ କୁମାର ବିଷୋୟୀ,ଦଣ୍ଡପାଣି ପାତ୍ର,ପ୍ରମିତ ରଞ୍ଜନ ମହାପାତ୍ର, ଦେବାଶିଷ ମହାନ୍ତି,ବିକାଶ ନାୟକ,ଅତିଶ କୁମାର ଦଳାଇ,ଶ୍ରୀଦ୍ଧାର୍ଥ ଦଳାଇ,ଶିଶିର ଆଚାର୍ଯ୍ୟ ,ଭବାନୀ ସାହୁ ସଞ୍ଜୟ କୁମାର ଆଚାରି ,ପି.ରାଜା ରାଓ ,ପଦ୍ମଚରଣ ସାହୁ ,ଅଭିଷେକ ମହାନ୍ତି ,ଅରୁଣ ରାଓଙ୍କ ସମେତ କଂଗ୍ରେସ ବହୁ କର୍ମୀ ଉପସ୍ଥିତ ରହିଥିଲେ ।

ବାଇଟ୍-୧ରଶ୍ମି ରଞ୍ଜନ ପଟ୍ଟନାୟକ (ଓଡିଶା କୃଷକ ସେଲ ପ୍ରଭାରୀ)
ବାଇଟ୍୨-ସୁଜୟ ଆର୍ଚାଯ୍ୟ (ମହାନଗର କଂଗ୍ରେସ ସଭାପତି)
ବାଇଟ୍-୩ -ସିଦ୍ଧେଶ୍ୱର ବଳିରାମ ବୋନ୍ଦର ( ମହାନଗର ନିଗମ କମିଶନର ,ବ୍ରହ୍ମପୁର)

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here