ବ୍ରହ୍ମପୁର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ କରିବା ପାଇଁ ଯୋଜନା ରହିଛି :

0
9

ବ୍ରହ୍ମପୁର,୨୦/୦୩/୨୧/(ମହାରାଣୀ ନ୍ୟୁଜ୍): ଦକ୍ଷିଣ ପୁର୍ବତଟ ରେଳ ଡିଭିଜନ ଜେନେରାଲ ମ୍ୟାନେଜର ଆଜି ଦିନିକିଆ ବ୍ରହ୍ମପୁର ଗସ୍ତ କରିଛନ୍ତି । ଆଜି ଅପରାହ୍ନରେ ଖୋର୍ଦ୍ଧା ସ୍ଥିତ ରେଳ ବିଭାଗ ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ଷ୍ଟେସନ ପରିସର ବୁଲିବା ସହ ବହୁ କାର୍ଯ୍ୟର ତଦାରଖ କରିଥିଲେ । ଏହା ସହିତ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକତା ମୁତାବକ ସମସ୍ତ ବ୍ୟବସ୍ଥା ରହିଛି ନା ନାହିଁ ସେ ସଂପର୍କରେ ଷ୍ଟେସନ ମାଷ୍ଟରଙ୍କ ସହିତ ଆଲୋଚନା କରିଥିଲେ । ଷ୍ଟେସନ ପରିସରରେ ଯାତ୍ରୀଙ୍କ ବସିବା ଲାଗି ସିଟ୍ ସଂଖ୍ୟା ଟଏଲେଟ ଓ ପ୍ରତିକ୍ଷାଳୟ କେତେ ସଂଖ୍ୟା ବିଶିଷ୍ଟ ଏସବୁ ପ୍ରଶ୍ନର ଉତ୍ତର ଷ୍ଟେସନ ମ୍ୟାନେଜରଙ୍କ ନିକଟରେ ନଥିବାରୁ ମହା ପ୍ରବନ୍ଧକ କ୍ଷୁବ୍ଧ ହୋଇଥିଲେ । ସେହିଭଳି ଖାଦ୍ୟ ସହିତ ଯାତ୍ରୀଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିବା ସମସ୍ତ କେନ୍ଦ୍ର ବୁଲି ଟିକିନିଖ୍ ବୁଝିଥିଲେ । ରେଲୱେକୁ ନେଇ ଲୋକଙ୍କ ଅସୁବିଧା ଯାହା ରହିଛି । ତାହାର ସମାଧାନ ପାଇଁ ସେ ଏଠାକୁ ଆସିଥିବା କହିଥିଲେ । ବ୍ରହ୍ମପୁର ବାସୀ ସଚେତନ ଅଟନ୍ତି । ଏଠାକାର ସମସ୍ୟା ନେଇ ଜନସାଧାରଣ ଓ ମିଡ଼ିଆ ଦ୍ବାରା ବହୁ ଅଭିଯୋଗ ଆସିଛି । ପ୍ରତିଦିନ ଅଧିକାରୀଙ୍କ ଠାରୁ ଏହି ବିଷୟରେ ମୁଁ ଜାଣିବାକୁ ପାଇଥାଏ ବୋଲି ଶ୍ରୀ ଭୂଷଣ ଏଠାରେ କହିଛନ୍ତି । ଏଠାକୁ ଆଜି ଗସ୍ତ କରି ବିଭିନ୍ନ ସଂଗଠନ ସହିତ ମଧ୍ୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ପୂର୍ବତଟ ରେଳ ବିଭାଗର ଏକ ମହତ୍ଵପୂର୍ଣ୍ଣ ଷ୍ଟେସନ ହେଉଛି ବ୍ରହ୍ମପୁର । କରୋନା ଫଳରେ ଲୋକଙ୍କ ଯିବା ଆସିବା ବଢିଛି । ତେଣୁ ଲୋକଙ୍କ ଆହୁରୀ ଆବଶ୍ୟକତା ରହିଛି । ଲୋକଙ୍କ ପାଇଁ ଯାହା ସୁବିଧା ଦରକାର ତାହା ଆଗାମୀ ଦିନରେ କରାଯିବ ବୋଲି ଏଠାରେ ସେ କହିଛନ୍ତି । ଲୋକଙ୍କ ପଇସା ଲୋକଙ୍କ ହିତରେ ଲଗାଇବା ପାଇଁ ସରକାର ଆମକୁ ମାଧ୍ୟମ ରଖିଛନ୍ତି । ବ୍ରହ୍ମପୁର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ କରିବା ପାଇଁ ଯୋଜନା ରହିଛି ବୋଲି ଏଠାରେ କୁହାଯାଇଛି । ଷ୍ଟେସନ କାମ୍ପସ ସହିତ କମୋରସିଆଲ୍ ସେଣ୍ଟର , ପ୍ଲାଟଫର୍ମ ବଢିବ , ଦୁଇ ଚକିଆ ଓ ଚାରିଚକିଆ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମୁଖ୍ୟ ପ୍ରବନ୍ଧକୁ ଏଠାରେ କହିଥିଲେ । ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି । ଦୁଇ ତିନିବର୍ଷ ମଧ୍ୟରେ ତାହାକୁ ସମାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । କୋଭିଡ ଯୋଗୁଁ ଟ୍ରେନ ବନ୍ଦ ରହିଛି । ଏପ୍ରିଲ ପହିଲାରୁ ଆସ୍ତେ ଆସ୍ତେ ସବୁ ଟ୍ରେନ୍ ଚାଲିବା ପାଇଁ ସରକାରୀ ସ୍ତରରେ ନିଷ୍ପତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ରେଲୱେ ମହା ପ୍ରବନ୍ଧକ ବିଦ୍ୟା ଭୂଷଣ , ଖୋର୍ଦ୍ଧା ଡିଭିଜନ୍ ରେଲୱେ ମ୍ୟାନେଜର ଶଶିକାନ୍ତ ସିଂ , ଆରପିଏଫ ଆଇଜି ରାଜା ରାମ , ଡ଼ିଏସିଓ ଏମ୍ ଶ୍ରୀନିବାସ ରାଓ , ପିସିସିଏଫ ପିସି ବେହେରାଙ୍କ ସମେତ ବହୁ ଅଧିକାରୀ ସାମିଲ ଥିଲେ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here