ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ସ୍ଥଗିତ ।

0
38

ବ୍ରହ୍ମପୁର,୨୦/୦୩/୨୧/(ମହାରାଣୀ ନ୍ୟୁଜ୍ ):ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ସହରର ଆରାଧ୍ୟ ମା ’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ନିମନ୍ତେ ଆଜି ଶୁଭଖୁଣ୍ଟି ସ୍ଥାପନ ପାଇଁ ଦିନ ଧାଯ୍ୟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ମଧ୍ୟରେ ରାତ୍ର ୮:୪୫ ସମୟରେ ମହାନଗର ନିଗମ କାଯ୍ୟଳୟ ପରିସରରେ ହୋଇଥିବା ବୈଠକରେ ଯାତ୍ର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଯାତ୍ରା ପରିଚାଳନା କମିଟି । ପ୍ରତିବର୍ଷ ମାଙ୍କ ରୀତିନୀତି ଅନୁଯାୟୀ ୨୧ଦିନ ଧରି ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ କୋଭିଡ୍ ଯୋଗୁଁ ଜିଲ୍ଲା ପ୍ରଶାସନ ୧୫ ଦିନ ମଧ୍ୟରେ ମା ଙ୍କ ଯାତ୍ରା କରିବାକୁ ଅନୁମତି ଦେଇଥିବା ବେଳେ ଯାତ୍ରା ପରିଚାଳନା କମିଟି ଏହାକୁ ଗ୍ରହଣ କରୁନାହିଁ । ୨୧ଦିନ ଧରି ଯାତ୍ରା କରିବାକୁ ଜିଦ୍ ରେ ଅଟଳ ଅଛନ୍ତି ପରିଚାଳନା କମିଟି ମୁଖ୍ୟ ପି. ଦୁର୍ଗା ପ୍ରସାଦ ଦେଶିବେହେରା ।
ସୂଚନା ରୁ ପ୍ରକାଶ ଥାଉ କି ଆଜି ଶୁଭଖୁଣ୍ଟି ସ୍ଥାପନ ହେବାକୁ ନେଇ ଯାତ୍ରା ଅଞ୍ଚଳରେ ଧାଣ୍ଡରା ଦେଇ ସହରବାସୀଙ୍କୁ ଅବଗତ କରାଯାଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହଠାତ୍ ଏହି ଭଳି ନିଷ୍ପତ୍ତି କୁ ବ୍ରହ୍ମପୁର ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ମା ଙ୍କ ଯାତ୍ରା ହେବ କିମ୍ବା ନାହିଁ ତାହା ଯାତ୍ରା ପରିଚାଳନା କମିଟି ନିଷ୍ପତ୍ତି ନେବେ ବୋଲି ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦର କହିଛନ୍ତି । ଏହି ପରିସ୍ଥିତି ରେ ବ୍ରହ୍ମପୁର ବାସୀ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କୁ ଫୋନ ଯୋଗେ ନିଜର ପରମ୍ପରା କ୍ଷୁର୍ଣ୍ଣ ହେଉଛି କହିବା ସହ ଯାତ୍ରା କରିବା କୁ ଦାବି କରିଛନ୍ତି । ପରିଶେଷରେ ଯାତ୍ରା ପରିଚାଳନା କମିଟି ଯାତ୍ରା କରିବେ କି ନାହିଁ ଏବଂ କଣ ନିଷ୍ପତ୍ତି ନେଉଛି ତାହା ଜିଲ୍ଲା ପ୍ରଶାସନକୁ ଜଣାଇବେ । ତେବେ ଯାତ୍ରା ଯଦି ବନ୍ଦ ହେଲା ତେବେ ଦୀର୍ଘ ବର୍ଷ ର ପରମ୍ପରା କ୍ଷୁର୍ଣ୍ଣ ହେଲା ବୋଲି ସାଧାରଣରେ ଆଲୋଚନା ଚର୍ଚ୍ଚା ହେଉଛି ଏବଂ ବିଭିନ୍ନ ମହଲ ରୁ ତ୍ରିବ ଅସନ୍ତୋଷ ପ୍ରକାଶ ପାଇବା ସହ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here