ଓଡ଼ିଶା ବାହାରୁ ଆସିଲେ ଜଣେଇବାକୁ ହେବ : ଗଞ୍ଜାମ ଜିଲାପାଳ

0
6

ବ୍ରହ୍ମପୁର,୨୦/୦୩/୨୧/(ମହାରାଣୀ ନ୍ୟୁଜ୍):କୋରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ସେ ଶନିବାର ଟ୍ୱଇଟ୍ କରି କହିଛନ୍ତି । ଯଦି କେହି ଓଡ଼ିଶା ବାହାରୁ ଗଞ୍ଜାମକୁ ଆସନ୍ତି , ତାହା ହେଲେ ସେ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ସୂଚନା ଦେବାକୁ ପଡିବ । ବାହାରୁ ଆସୁଥିବା ଯାତ୍ରୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ହେବ । ଲକ୍ଷଣ ଦେଖାଦେଲେ ଆର୍‌ଟିିପିସିଆର୍‌ ଟେଷ୍ଟ କରାଯିବ। ସେହି ଅନୁସାରେ ମେଡିକାଲ ଟ୍ରିଟମେଣ୍ଟ ଓ ହୋମ୍‌ ଆଇସୋଲେଶନର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କହିଛନ୍ତି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here