ଗଞ୍ଜାମ :ପୋଲସରା ଗ୍ରସ୍ତ ରେ ଧର୍ମେନ୍ଦ୍ର ପ୍ରଧାନ ବୁଲି ଦେଖିଲେ ଶରଣ ଶ୍ରୀକ୍ଷେତ୍ର…

0
34

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |ପ୍ରଥମେ ଠାକୁରଙ୍କୁ ଦର୍ଶନ କରିଥିଲେ ,ପରେ ମନ୍ଦିର ମଠ ର ମହନ୍ତ ମହାରାଜ ଓ ସାଧୁସନ୍ଥ ଏବଂ ମନ୍ଦିର ପୂଜାରୀ ଗୁରୁଜନଙ୍କ ସହ ଆଲୋଚନା କରିଥିଲେ |ଏହି ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର କିଭଳି ବିକାଶ ହେବ ତାହା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ନେଇ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

ଏହାର ଏକ ପୁରୁଣା କିମ୍ବଦନ୍ତୀ ମଧ୍ୟ ରହିଛି |ଜଗତର ନାଥ ଜଗନ୍ନାଥ ଏଠାରେ 30ମାସ ରହିଥିଲେ |ଗଜପତି ମହାରାଜ ଦ୍ୱିତୀୟ ରାମଚନ୍ଦ୍ର ଙ୍କ ରାଜୁତି ସମୟରେ କଳାପାହାଡ଼ ଜଗନ୍ନାଥ ଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ |ଜଗନ୍ନାଥ ମହାରାଜା ଙ୍କୁ ସ୍ୱପ୍ନାଦେଶ ହେଲେ |ପୁରୀ ଶ୍ରୀମନ୍ଦିର ରୁ ତୁରନ୍ତ ଗଞ୍ଜାମ ଜିଲ୍ଲା ମାରଦା ପୀଠ କୁ ସନାନ୍ତରିତ କରିବାକୁ କହିଥିଲେ |ଆଠଗଡ଼ ପାଟଣା ରାଜା ଶ୍ରୀ ଚନ୍ଦନ ଦେବଜୀ ଜଗନ୍ନାଥଙ୍କ ପରମ ଭକ୍ତ |ଚିଲିକା ମଧ୍ୟ ଦେଇ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଆଠଗଡ଼ ପାଟଣା ମାରଦା ଠାରେ ଜଗନ୍ନାଥ ଙ୍କୁ ଅବସ୍ଥାପିତ କରାଯାଇଥିଲା |

ପ୍ରଥମେ ମାଟି ଭିତରେ ଠାକୁରଙ୍କୁ କିଛିଦିନ ରଖାଯିବା ପରେ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଧେଶ ହୋଇଥିଲା |ଏଠାରେ ଜଗନ୍ନାଥ କିଛିଦିନ ଶରଣ ନେଇଥିବାରୁ ଏହାକୁ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ନାମିତ ହୋଇଥିବା ସେଠାକାର ପୂଜକ କହିଛନ୍ତି |ଆଜି ଏଠାରେ ଜଗନ୍ନାଥ ଠାକୁର ସିନା ନାହାନ୍ତି ,ହେଲେ ତିନି ଠାକୁରଙ୍କ ପିଣ୍ଡି ପୂଜାର୍ଚ୍ଚନା ପାଉଛନ୍ତି |

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here