ଆୟୁର୍ବେଦ ମହାବିଦ୍ୟାଳୟରେ , ଠିକା ନିଯୁକ୍ତିରେ ଅନିୟମିତତାରେ ତଦନ୍ତ ଦାବୀ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

0
18

ବ୍ରହ୍ମପୁର:(ମହାରାଣୀ ନ୍ୟୁଜ ) – ଆଜି ବ୍ରହ୍ମପୁର ନିକଟସ୍ତ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଆଉଟସୋର୍ସିଂ ରେ ଠିକାଦାର ମଧ୍ୟମରେ ନିଯୁକ୍ତିରେ ଦୁର୍ନିତି ଓ ଅନିୟମିତତାର ତଦନ୍ତ ଦାବୀ କରି ଭାରତର ଯୁବ ଫେଡରେସନ୍ ତରଫରୁ ଏକ ଧାରଣା କାର୍ଯ୍ୟକ୍ରମ ସଭାପତି ତିଲୋଚନ ପ୍ରଧାନ ଓ ସଂପାଦକ ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଯାଇଛି । ଏକ ଦାବୀପତ୍ର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଦେଇଛନ୍ତି । ସେମାନେ ଦାବୀ କରିଛନ୍ତି ନିଯୁକ୍ତି ପୂର୍ବରୁ ବିଜ୍ଞାପନ ଦେଇ ଦସ୍ତଖତ ମଗାଯାଇ ନାହିଁ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଉଚ୍ଚକତୃପକ୍ଷ କିମ୍ବା ଭିଜିଲାନ୍ସ ଦ୍ୱାରା ତଦନ୍ତ କରି ସତ୍ୟର ପରଦାଫାସ୍ କର ଏଥିରେ ସଂପୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦାବୀ – ୧) ତଦନ୍ତ କରି ଠିକାଦରଙ୍କ ଲାଇସେନ୍ସ ରଦ୍ଦ କରାଯାଉ, ୨) ନୂତନ ବିଜ୍ଞପ୍ତି ବାହାର କରି ଦସ୍ତଖତ ମଗାଯାଉ ଓ ସାକ୍ଷାତକାର କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ, ୩) ପୂର୍ବରୁ ଠିକା କର୍ମଚାରୀ ଭାବେ କାମ କରୁଥିବା କର୍ମଚାରୀ ମାନଙ୍କୁ ଭାରତର ଉଚ୍ଚ ନ୍ୟାୟାଳୟର ନିଷ୍ପତି ପ୍ରକାରେ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଏହି ଧାରଣାରେ ଯୁବ ଫେଡରେସନ୍ ତରଫରୁ ସଭାପତି, ସଂପାଦକଙ୍କ ସହ ସୁଧିର ସ୍ୱାଇଁ, ବାପିନି ନାୟକ, କୃଷ୍ଣ ସାହୁ, ବିଷ୍ଣୁପ୍ରିୟା ସାହୁ, ସନ୍ତୋସ ଦାସ, ଜଗୁ ଦାସ, ପୂଜା ନାୟକ, ମୋନଜ ମହାରଣା, ପ୍ରଦିପ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here