ଗଞ୍ଜେଇ ଚୋରା ଚାଲାଣରେ ବାଇକ ଓ ଗଞ୍ଜେଇ ଜବତ ସହ ୩ ଗିରଫ..

0
9

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଭଞ୍ଜନଗର ପୋଲିସ ଜାତୀୟ ରାଜପଥ ୧୫୭ ଅନ୍ତର୍ଗତ ଗଣ୍ଡିସୁଳା ଛକ ନିକଟରେ ଭଞ୍ଜନଗର ଥାନା ସବ ଇନିସ୍ପେକ୍ଟର ଲିତା ରାଣୀ ପରିଡ଼ା ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ସେଠାରେ ଛକି ରହିଥିଲେ।ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏକ ନାଲି ରଙ୍ଗର ବାଇକ ନଂ ଓଡ଼ି ୩୩ ଆର-୪୫୦୬ରେ ୩ଜଣ ଯୁବକ ଆସୁଥିବା ଦେଖି ସନ୍ଦେହରେ ସେମାନଙ୍କୁ ପୋଲିସ ଅଟକାଇ ତଲାସୀ ନେବାରେ ସେମାନେ ଧରିଥିବା ଏକ ବ୍ୟାଗରୁ ଗଞ୍ଜେଇ ବାହାରିଥିଲା। ଫଳରେ ଏହି ଘଟଣାରେ ଜଡ଼ିତ ଥିବାରୁ ୩ଜଣଙ୍କୁ ପୋଲିସ ଗିରଫ କରିବା ସହ ଗଞ୍ଜେଇ ଓ ବାଇକ କୁ ମଧ୍ୟ ଜବତ କରିଥିଲା। ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଗୋଟିଙ୍ଗିଆର ଚନ୍ଦନ ଦିଗାଲ(୨୨) ଓ ସାଧବ ଦିଗାଲ(୨୨) ଏବଂ ଅନ୍ୟ ଜଣେ ବାଲିଗୁଡାର କିରଣ ପ୍ରଧାନ(୨୩)। ଭଞ୍ଜନଗର ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱ ରଞ୍ଜନ କହଁର ମାଜିଷ୍ଟ୍ରେଟ ଭାବେ ଉପସ୍ଥିତି ରହିବା ପରେ ପୋଲିସ ଜବତ ଗଞ୍ଜେଇ କୁ ଓଜନ କରିବାରୁ ତାହା ୯କେଜି ୧୫୦ଗ୍ରାମ ଥିବା ଜଣାପଡ଼ିଛି। ଏ ନେଇ ଏନଡ଼ିପିଏସ ଆକ୍ଟରେ ପୋଲିସ କେସ ନମ୍ବର ୧୦୬/୨୧ ରେ ଏକ ମାମଲା ରୁଜୁ କରିଛି। ଜବତ ଗଞ୍ଜେଇ ବାଲିଗୁଡ଼ାରୁ ଭୁବନେଶ୍ୱର ଚାଲାଣ ହେଉଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here