ଭଞ୍ଜନଗର ବ୍ଲକ: ଡୁମାକୁମ୍ପା ପଞ୍ଚାୟତ, କଂଗ୍ରେସର ସାଂଗଠନିକ ବୈଠକ

0
6

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଭଞ୍ଜନଗର ବ୍ଲକ ଡ଼ୁମାକୁମ୍ପା ପଂଚାୟତ ସ୍ତରୀୟ କଂଗ୍ରେସର ସାଂଗଠନିକ ବୈଠକ ଓ ବନ୍ଧୁ ମିଳନ କାଯ୍ୟକ୍ରମ ସ୍ଥାନୀୟ ସ ମା ବଡ଼ରାଉଳ ମନ୍ଦିର ର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନୂତନ ଭାବେ ନିର୍ବାଚିତ ବ୍ଲକ ସଭାପତି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୈଠକରେ ଦଳର ସଂଘଠନ ବୃଦ୍ଧି,ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା,ଆଗାମୀ ଦିନରେ କିପରି ଭଞ୍ଜନଗର ରେ କଂଗ୍ରେସ ଦଳ ସୁଦୃଢ ହେବା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରତି ପଞ୍ଚାୟତ ରେ କିପରି ଦଳ ବହୁ ମତ ହାସଲ କରିପାରିବ ଏବଂ ବ୍ଳକ ର ପ୍ରତି ପଞ୍ଚାୟତରେ ଦଳ ସଠିକ ଲୋକଙ୍କୁ ଦାୟିତ୍ୱ ଦେଇ କିପରି ଠିକ ଭାବରେ ନିଜର ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମଗୁଡିକୁ ଠିକ ଭାବରେ ପରିଚାଳନା କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା।ବୈଠକରେ ଭଞ୍ଜନଗର ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ, ଲମ୍ବଦ୍ଧର ତ୍ରିପାଠୀ, ଜବହାରଲାଲ ସାହୁ, କାଳୁ ଚରଣ ଦଳବେହେରା,ମଣ୍ଟୁ ପ୍ରଧାନ, ଲୋକନାଥ ସେଠି,ରଜନୀକାନ୍ତ ବିଶ୍ୱାଳ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ|

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here