ଜେଲ୍ ଗଲେ ହୋମିଓପ୍ୟାଥିକ ଡାକ୍ତର ସମେତ ୪ ସହଯୋଗୀ

0
51

ବ୍ରହ୍ମପୁର,୨୨/୦୩/୨୧(ମହାରାଣୀ ନ୍ୟୁଜ୍) : ବେଆଇନ୍
ଭାବେ ହୋମିଓପ୍ୟାଥିକ୍ ଔଷଧରେ ବ୍ୟବହୁତ୍ ସିରିଟ୍ ରଖୁବା ଘଟଣାରେ ବଡ଼ ବଜାର ଥାନା ପୁଲିସ ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କୁ
ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବଡ଼ ବଜାର ଥାନା
ସିଟି ହାଇସ୍କୁଲ ରୋଡ୍‌ର ଡା. ଇ.ପ୍ରଦୀପ କୁମାର ପାତ୍ର(୪୩)। ତାଙ୍କ ନିକଟରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ହୋମିଓପ୍ୟାଥିକ ସିରିଟ୍ ଜବତ କରାଯାଇଛି । ଏହାକୁ ଆଧାର
କରି ଉଭୟଙ୍କୁ ପୁଲିସ କେସ୍ ନଂ.୬୨/୨୧ରେ ମାମଲା ରୁଜୁ କରି ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁରଏଏପି ସୂଚନା ଦେଇଛନ୍ତି । ଲାଞ୍ଜିପଲ୍ଲୀବ୍ରହ୍ମଣ ସାହିରେ ଥିବା ନକଲି ବିଦେଶୀ ମଦକାରାଖାନା ଉପରେ ବୈଦ୍ୟନାଥପୁର ପୁଲିସ ଚଢ଼ଉ କରିଥିଲା । ସେଠାରୁ ବହୁ ପରିମାଣର ବିଦେଶୀ ମଦ ସହ ଅନେକ ବ୍ରାଣ୍ଡ କମ୍ପାନୀର ଲେବଲ ପୁଲିସ ଜବତକରିଥିଲା । ହୋମିଓପ୍ୟାଥିକ ଔଷଧରେ ରଙ୍ଗ ଓକେମିକାଲ ମିଶାଇ ଏହି ମଦପ୍ରସ୍ତୁତ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ମାମଲାରେ ପୁଲିସ ୪ ଜଣ ସମେତମଦ ପ୍ରସ୍ତୁତକାରୀ ଓ ମଦ ମାଫିଆ ହରି ସାହୁଙ୍କୁ ଗିରଫ କରିଥିଲା । ହରିଙ୍କୁ ଜେରା ସମୟରେ ହୋମିଓପ୍ୟାଥିକ ସ୍ପିରିଟ୍ ସମ୍ପୃକ୍ତ ଡାକ୍ତରଙ୍କ ଠାରୁ ଆଣିଥିବା ହରି ପୁଲିସକୁ କହିଥିଲା ଏହାକୁ ଆଧାର କରି ବଡ ବଜାର ପୁଲିସ ହୋମିଓପ୍ୟାଥିକ ଡାକ୍ତର ଇ.ପ୍ରଦୀପ କୁମାର ପାତ୍ରଙ୍କ ଖାପ୍ସା ସାହିସ୍ଥିତ ଗୋଦାମରୁ ସିରିଟ୍ ହୋମିଓପ୍ୟାଥିକ ଜବତ କରାଯାଇଥିଲା । ସେଠାରୁ ପୁଲିସ ବିଭିନ୍ନ ବ୍ରାଣ୍ଡର ହୋମିଓପ୍ୟାଥିକ ସିରିଟ୍ ୧୧୨
ଲିଟର ସହ ମୋଟ ୨୫୨ ବୋତଲ ଜବତ କରିଥିଲା । ସୂଚନା ମୁତାବକ ଗତ ଜାନୁୟାରୀ ୮ରେ ନକଲି ବିଦେଶୀ ମଦ ପ୍ରସ୍ତୁତି
ମାମଲାରେ ପୁଲିସ ପୁରୁଣା ବ୍ରହ୍ମପୁର କାଠମେଣ୍ଟ୍ ଛକର ସୁମନ ଦାସ, ହିଞ୍ଜିଳିକାଟୁ କାଞ୍ଜିଆସ୍କାର ପ୍ରଦୀପ ଦାସ ଓ ଲାଞ୍ଜିପଲ୍ଲୀର ରାମ ଚନ୍ଦ୍ର ସାହୁଙ୍କୁ ବୈଦ୍ୟନାଥପୁର ପୁଲିସ ଗିରଫ କରିଥିଲା । ଚଳିତ ମାସରେ ଫେରାର ଥିବା ମଦ ମାଫିଆ ହରି ସାହୁଙ୍କୁ ପୁଲିସ ଗିରଫ କରିଥିଲା ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here