ମିଲଟନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନର 17ତମ ପ୍ରତିଷ୍ଠା ଦିବସ ପାଳିତ :-

0
32

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ଆଦ୍ୟ ତା :22/03/2121 ରିଖ ସୋମବାର ଦିନ ପୁର୍ବାଣ୍ଣ 11ଘଣ୍ଟା ସମୟରେ ବ୍ରହ୍ମପୁର ରୋଟେରୀ କ୍ଲବ ସ୍ଥିତ ସଭାଗୃହରେ ଅନୁଷ୍ଠାନର ସଭାପତି ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ ଙ୍କ ପୌରାହିତ୍ୟ ରେ ଅନୁଷ୍ଠାନର 17ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି |ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ସୁଧାଂଶୁ ମହାରଣା ),ମୁଖ୍ୟବକ୍ତା ରୂପେ ନିର୍ଦ୍ଧେଶକ , All India Radio ,ବ୍ରହ୍ମପୁର (ହୃଷିକେଶ ପାଣିଗ୍ରାହୀ ),ସମ୍ମାନିତ ଅତିଥି ଭାବେ ଚେୟାରମ୍ୟାନ ,ଗାୟତ୍ରୀ ଏଜୁକେସନାଲ ଟ୍ରଷ୍ଟ (ରେଟାରୀୟାନ ଉତ୍ତମ କୁମାର ପାଣିଗ୍ରାହୀ ),ରୋଟାରି କ୍ଲବ ର ସଭାପତି (ରୋଟାରୟାନ ଟି .ଭି ରାଓ ),ମହୁଡା ଗ୍ରାମପଞ୍ଚାୟତ ର ସରପଞ୍ଚ (ସଞ୍ଜୟ ସାହୁ ),ପ୍ରୋଗ୍ରାମ co-ordinator ସ୍ୱାମୀ ବିବେକାନନ୍ଦ ଭିନ୍ନକ୍ଷମ ତାଲିମ ଓ ଗବେଷଣା ଅନୁଷ୍ଠାନ ,ଭାରତ ସରକାର ,ଓଲଟପୁର (ଏ .ଏନ .ନନ୍ଦ ),ଯୋଗ ଦେଇଥିଲେ |ସଭା ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ,ମାଧବ କୁମାର ବିଷୋୟୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଅନୁଷ୍ଠାନ ର ଅନ୍ୟତମ ବରିଷ୍ଠ ସଦସ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସହାୟକ ଅଧ୍ୟାପକ ଡ଼ଃ . ସନ୍ତୋଷ ପ୍ରଦୋଷ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ସଭାପତି ରଞ୍ଜନ କୁମାର ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିବା ସହ ଅନୁଷ୍ଠାନ ର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ |ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଉଦ୍ଧେଶ୍ୟରେ 210ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାମୀ ବିବେକାନନ୍ଦ ଭିନ୍ନକ୍ଷମ ତାଲିମ ଓ ଗବେଷଣା ଅନୁଷ୍ଠାନ ଭାରତ ସରକାର ଓ ଲଟପୁର ର ମିଳିତ ଆନୁକୂଲ୍ୟରେ ସହାୟକ ଉପକରଣ ସ୍ମାର୍ଟଫୋନ ,ଡେଜିପ୍ଲେୟର ,ସ୍ମାର୍ଟକେନ ପ୍ରଦାନ କରାଯାଇଥିଲା |ଏତଦ ବ୍ୟତୀତ ଅନୁଷ୍ଠାନର କର୍ସଅଧ୍ୟକ୍ଷ ତୁମ୍ବେଶ୍ୱର ଦଳାଇ ,ଉପସଭାପତି ସିଦ୍ଧାର୍ଥ ଶଙ୍କର ରାଉତ ,ସୁରେନ୍ଦ୍ର କୁମାର ମହାରଣା ,ଶୀବନାରାୟଣ ସୁବୁଦ୍ଧି ,ସୁଶାନ୍ତ ସାହୁ ,ଭଗବାନ ନାୟକ ,ବିପିନ ବେହେରା ,ଏ. ଚିନ୍ମୟ କୁମାର ,L. ରେଣୁକେଶ୍ୱର ରାଓ ,ପୀତବାସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ |ଉକ୍ତ ଉତ୍ସବରେ ଓଡ଼ିଶାର କୋଣ ଅନୁକୋଣ ରୁ ଆସିଥିବା ଦିବ୍ୟାଙ୍ଗ ଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ |ସଭା ପରିଶେଷରେ ଅନୁଷ୍ଠାନର ସଦସ୍ୟ ଶିଶିର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here