ଯାତ୍ରା ପାଇଁ ବାର୍ତ୍ତା ଦେଲେ ଜିଲ୍ଲାପାଳ, କହିଲେ ବାହାର ରାଜ୍ୟରୁ ଆସୁଥିବା ଭକ୍ତଙ୍କୁ ମନା ।

0
17

ବ୍ରହ୍ମପୁର,୨୨/୦୩/୨୨/( ମହାରାଣୀ ନ୍ୟୁଜ୍):ଓଡ଼ିଶା ବାହାରୁ ଆସିଲେ ଜଣେଇବାକୁ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ । କୋରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲାପାଳ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ସେ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଯଦି କେହି ଓଡ଼ିଶା ବାହାରୁ ଗଞ୍ଜାମକୁ ଆସନ୍ତି , ତାହା ହେଲେ ସେ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ସୂଚନା ଦେବାକୁ ପଡିବ ବୋଲି କହିଛନ୍ତି । ବାହାରୁ ଆସୁଥିବା ଯାତ୍ରୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ହେବ । ଲକ୍ଷଣ ଦେଖାଦେଲେ ଆର୍‌ଟିିପିସିଆର୍‌ ଟେଷ୍ଟ କରାଯିବ। ସେହି ଅନୁସାରେ ମେଡିକାଲ ଟ୍ରିଟମେଣ୍ଟ ଓ ହୋମ୍‌ ଆଇସୋଲେଶନର ବ୍ୟବସ୍ଥା କରାଯିବ ବୋଲି ଜ଼ିଲାପାଳ କହିଛନ୍ତି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here